Tue. Dec 24th, 2024

ଅଧିକ ସକ୍ରିୟ ରହିବ ସେନା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଉଦଘାଟନ କରିବେ ୪୩ଟି ବ୍ରିଜ

By amfnews Sep 24, 2020 #Featured
143 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ : ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଦେଖାଯାଇଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୭ଟି ଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ମୋଟ ୪୩ଟି ବ୍ରିଜର ଇ-ଉଦଘାଟନ କରିବେ । ୪୩ଟାରୁ ସର୍ବାଧିକ ୧୦ଟି ବ୍ରିଜ ଜମ୍ମୁ କଶ୍ମୀରରେ ନିର୍ମାଣ ହୋଇଛି । ଏହି ସବୁ ସ୍ଥାୟୀ ବ୍ରିଜ ବୋର୍ଡର ରୋଡ ଅର୍ଗାନାଇଜୋନ (ବିଆରଓ) ନିର୍ମାଣ କରିଛି । ଆଗାମୀ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଗୁରୁତ୍ୱ ବହନ କରୁଥିବା ସୁଡ଼ଙ୍ଗ, ରୋହତଙ୍ଗ ଟନେଲକୁ ଉଦଘାଟନ କରିବେ ।

ମନ୍ତ୍ରାଳୟର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସୁରକ୍ଷା ବଳ ଓ ଅସ୍ତ୍ର ଶୀଘ୍ର ପହଂଚାଇବାରେ ସୁବିଧା ହେବ । ପ୍ରତିରକ୍ଷା ମନ୍ତ୍ରୀ ୭ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ନିର୍ମାଣ ହୋଇଥିବା ବ୍ରିଜ ଗୁଡ଼ିକର ଉଦଘାଟନ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ବିଆରଓ ଦ୍ୱାରା ଜମ୍ମୁ କଶ୍ମୀରରେ ୧୦ଟି ବ୍ରିଜ ନିର୍ମାଣ କରାଯାଇଛି । ସେହିଭଳି ଲଦ୍ଦାଖରେ ୭ଟି, ହିମାଚଳପ୍ରଦେଶରେ ୨ଟି, ପଂଜାବରେ ୪ଟି, ଉତ୍ତରାଖଣ୍ଡରେ ୮ଟି, ଅରୁଣାଚଳ ପ୍ରଦେଶରେ ୮ଟି ଓ ସିକ୍କିମରେ ୪ଟି ନିର୍ମାଣ ହୋଇଛି । ବ୍ରିଜ ଉଦଘାଟନ ଅବସରରେ ସଂବଂଧିତ ରାଜ୍ୟର ମୁଖ୍ୟମନନ୍ରୀମାନେ ଉପସ୍ଥିତ ରହିବେ ।

By amfnews

Related Post