Sat. Mar 7th, 2026

ଅଧା ବାଟରେ ଅଟକିଲା, ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆମ୍ବୁଲାନ୍‌ସ

274 Views

ଭୁବନେଶ୍ବର, ଜାନୁୟାରୀ ୦୨ : ଅଧା ବାଟରେ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆମ୍ବୁଲାନ୍‌ସ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ସମୟରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଦିଆଯାଉଥିବା ଆମ୍ବୁଲାନ୍‌ସ ଧଉଳି ନିକଟରେ ଖରାପ ହୋଇଯାଇଥିଲା। ଫେରିବା ସମୟରେ ଗାଡ଼ିର କ୍ଲଚ୍ ପ୍ଲେଟରେ ଘର୍ଷଣ ଯୋଗୁଁ ନିଆଁ ଲାଗିଯିବା ଫଳରେ ଗାଡ଼ି ଗଡ଼ି ପାରି ନ ଥିଲା। ପରବର୍ତୀ ସମୟରେ ଆଉ ଏକ ଗାଡ଼ିରେ ଆମ୍ବୁଲାନ୍‌ସକୁ ଅଣାଯାଇଥିବା ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ରେ ଯାଉଥିବା ଆମ୍ବୁଲାନ୍‌ସର ଏଭଳି ସ୍ଥିତି ଅନ୍ୟ ରୋଗୀ ସେବା ପାଇଁ ଉପଲବ୍ଧ ଆମ୍ବୁଲାନ୍‌ସ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛି।

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ରେ ଏକ ଏଏଲ୍‌ଏସ୍ ଆମ୍ବୁଲାନ୍‌ସ ରହିଛି। କାରକେଡ୍ ଫେରିବା ସମୟରେ ଆମ୍ବୁଲାନ୍‌ସରେ ଏହି ସମସ୍ୟା ଦେଖା ଦେଇଥିଲା। ଫଳରେ ଗାଡ଼ି ଆଉ ଚାଲିପାରି ନ ଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟା‌ଲରେ ରହିଥିବା ଆମ୍ବୁଲାନ୍‌ସଗୁଡ଼ିକର ଠିକ୍ ସମୟରେ ରକ୍ଷଣା ବେକ୍ଷଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଆମ୍ବୁଲାନ୍‌ସର ରକ୍ଷଣା ବେକ୍ଷଣା ନେଇ ଦୀର୍ଘଦିନ ହେବ ହସ୍ପିଟାଲ କର୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲେ ହେଁ, ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ଯାହାଫଳରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷରେ ଏହି ଘଟଣା ସଂପର୍କରେ ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ କୌଣସି ସୂଚନା ମିଳିପାରି ନାହିଁ।

By amfnews

Related Post