Wed. Dec 25th, 2024

ଅଧଘଣ୍ଟାଏ ପୂର୍ବରୁ ସୁପର ସେନ୍ସର ଜରିଆରେ ମିଳିବ ବଜ୍ରାଘାତ ସୂଚନା

rout.subhashree22@gmail.com' By Subhashree Rout May 3, 2018 #Featured
265 Views

ରାଜ୍ୟରେ ବଜ୍ରଘାତ  ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି ।   ଧନଜୀବନର ସୁରକ୍ଷା ପାଇଁ ବଜ୍ରାଘାତର ଆଗୁଆ ସତର୍କ ସୂଚନା କ୍ଷେତ୍ରରେ ଏକ ନୁଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର। ସୁପର ସେନ୍ସର ମାଧ୍ୟମରେ ଆକାଶରେ ମେଘ ଢାଙ୍କିବା  କ୍ଷଣି କେଉଁଠି ଓ କେତେବେଳେ ବଜ୍ରପାତ ହେବ ତାହା ଜଣାପଡ଼ିଯିବ । ଏଥିପାଇଁ ରାଜ୍ୟ ସରକାର ଓ ଆମେରିକାର ଆର୍ଥ ନେଟୱାର୍କ ନାମକ ଏକ ସଂସ୍ଥା ସହ ଆଲୋଚନା ସରିଛି । ଓଡ଼ିଶାରେ ଖୁବ୍ ଶୀଘ୍ର  ଏହାର କାର୍ଯ୍ୟକାରୀ କରାଯିବ ।

ରାଜ୍ୟରେ ୨୦୧୭ରେ  ବଜ୍ରଘାତ ନେଇଛି ୪୫୬ ଜୀବନ ।   ସୁପର ସେନ୍ସର ଜରିଆରେ ବଜ୍ରାଘାତର ୩୦ରୁ ୪୫ ମିନିଟ୍ ପୂର୍ବରୁ କେଉଁଠି ଏହା ଘଟିବ ଆର୍ଥ ନେଟୱର୍କ ସଂସ୍ଥା ଜଣାଇ ଦେଉଛି । ଦେଶର ବିଭିନ୍ନ ସ୍ଥାନରେ ଏହା ସଫଳ ହେବା ପରେ ଆଗାମୀ ଦିନରେ ଓଡ଼ିଶାରେ ଏହି ବ୍ୟବସ୍ଥା ପାଇଁ ଆଲୋଚନା ସରିଛି । ବଜ୍ରପାତ ସମେତ କାଳବୈଶାଖୀ, ଝଡ଼ତୋଫାନ, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ମଧ୍ୟ ଏହା ଦ୍ୱାରା ସୂଚନା ମିଳିପାରିବ ।

Related Post