Sun. Mar 8th, 2026

ଅଦାଲତ ଆଦେଶ ପରେ ଭାରତରେ ଚୀନ୍‌ ଆପ୍‌ ‘ଟିକ୍‌ଟକ୍‌’ ବ୍ଲକ୍‌ କଲା ଗୁଗଲ୍‌

251 Views

ନୂଆଦିଲ୍ଲୀ: ମାଡ୍ରାସ୍‌ ହାଇକୋର୍ଟଙ୍କ ଆଦେଶ ଅନୁସାରେ, ଗୁଗଲ୍‌ ଭାରତରେ ଚୀନ୍‌ର ବହୁ ଜନପ୍ରିୟ ଆପ୍‌ ‘ଟିକ୍‌ଟକ୍‌’କୁ ବ୍ଲକ୍‌ କରିଥିବା କଥା ମଙ୍ଗଳବାର ଦିନ ଜଣାପଡ଼ିଛି।

‘ଟିକ୍‌ଟକ୍‌’ ଆପ୍‌ ଉପରୁ ନିଷେଧାଜ୍ଞା ଉଠାଇବାକୁ ଚୀନ୍‌ର ବାଇଟେଣ୍ଡାନ୍‌ସ୍‌ ଟେକ୍‌ନୋଲଜିର ଅନୁରୋଧକୁ ମାଡ୍ରାସ୍‌ ହାଇକୋର୍ଟ ଅଗ୍ରାହ୍ୟ କରିବା କେତେ ଘଣ୍ଟା ପରେ ଗୁଗଲ ଏପରି ପଦକ୍ଷେପ ନେଇଛି। ପର୍ଣ୍ଣଗ୍ରାଫିକୁ ଉତ୍ସାହିତ କରିବ ଓ ବ୍ୟବହାରକାରୀ ପିଲାଙ୍କୁ ଉତ୍ପିଡ଼କଙ୍କ କବଳରେ ପକାଇବ ବୋଲି କହି ‘ଟିକ୍‌ଟକ୍‌’ ନିଷିଦ୍ଧ କରିବାକୁ ଏପ୍ରିଲ୍‌ ୩ ତାରିଖ ଦିନ ମାଡ୍ରାସ୍‌ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏହାକୁ ନିଷିଦ୍ଧ କରିବାକୁ ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ଦାଏର କରିବା ପରେ ଅଦାଲତ ଏ ଭଳି ରାୟ ଦେଇଥିଲେ।

ରାଜ୍ୟ ଅଦାଲତଙ୍କ ଆଦେଶ ମାନିବାକୁ କେନ୍ଦ୍ର ସରକାର ଆପ୍ଲ ଏବଂ ଗୁଗଲକୁ ଚିଠି ଜାରି କରିଥିଲେ। ବିଳମ୍ବିତ ମଙ୍ଗଳବାର ଯାଏଁ ଆପ୍ଲ୍‌ ପ୍ଲାଟ୍‌ଫର୍ମରେ ଟିକ୍‌ଟକ୍‌ ଆପ୍‌ ରହିଥିଲା, କିନ୍ତୁ ଭାରତର ଗୁକଲ୍‌ ପ୍ଲେ ଷ୍ଟୋରରେ ତାହା ଆଉ ମିଳୁନାହିଁ।ଗୁଗଲ ଏକ ବିବୃତିରେ କହିଛି ଯେ ବ୍ୟକ୍ତିଗତ ଆପ୍‌ ଉପରେ ଗୁଗଲ୍‌ ମତାମତ ଦିଏ ନାହିଁ, କିନ୍ତୁ ସ୍ଥାନୀୟ ଆଇନ୍‌ ଅନୁସାରେ ଚଳେ।

By amfnews

Related Post