Sat. Mar 7th, 2026

ଅଣ୍ଡରଓ୍ଵାର୍ଲଡ ଡନ୍‌ ରବି ପୂଜାରି ଗିରଫ

319 Views

ନୂଆଦିଲ୍ଲୀ: ଅଣ୍ଡରଓ୍ଵାର୍ଲଡ ଡନ୍‌ ରବି ପୂଜାରିକୁ ସେନେଗଲରୁ ପୁଲିସ ଗିରଫ କରିଛି। ୧୯୯୦ ଦଶକରେ ସେ ମୁମ୍ବାଇରେ ଅପରାଧିକ ଗତିବିଧି ବଢାଇଥିଲା। ସୁରକ୍ଷା ଏଜେନ୍ସି ଠାରୁ ଖବର ପାଇଥିଲେ ଯେ ରବି ପୂଜାରି ଅଷ୍ଟ୍ରେଲିଆରେ ଲୁଚି ରହିଛି। ଏହାପରେ ତଦନ୍ତ ଏଜେନ୍ସି ତାକୁ ପଚରାଉଚୁରା କରିବା ଲାଗି ଭାରତ ଆଣିଥିଲେ। ରବି ପୂଜାରୀ ଅଣ୍ଡରଓ୍ଵାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମର ସାଥୀ ଛୋଟା ରଜନ୍‌କୁ ନିଜର ଗୁରୁ ମାନୁଥିଲା ।

ଛୋଟା ରାଜନ୍‌ ଯେତେବେଳେ ନବି ମୁମ୍ବାଇ ଜେଲରେ ବନ୍ଦୀ ଥିଲା,ସେତେବେଳେ ରବି ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ଗତ କିଛି ଦିନ ତଳେ ବେଙ୍ଗାଲୁରୁରୁ ରବି ପୂଜାରୀର ଅତ୍ୟନ୍ତ ଘନିଷ୍ଠ ସହଯୋଗୀକୁ ପୁଲିସ ଗିରଫ କରିବାପରେ ତା’ଠାରୁ ରବି କେଉଁଠି ରହୁଚି,ତାହା ଜାଣିପାରିଥିଲା। ମୂଳତଃ ମାଙ୍ଗାଲୋର ପଦବିଦ୍ରୀର ବାସିନ୍ଦା ରବି ପୂଜାରୀ ଇଂରାଜୀ ଓ କନ୍ନଡ ଭାଷା କହୁଥିଲା ।୨୦୦୯ ରୁ ୨୦୧୩ ଯାଏଁ ରବି ବଲିଉଡ ସେଲିବ୍ରିଟିଙ୍କୁ ଧମକଚମକ ଦେଇ ଜବରଦସ୍ତି ଅର୍ଥ ଆଦାୟ କରୁଥିଲା ବୋଲି ଅଭିଯୋଗ ହେଉଥିଲା।

By amfnews

Related Post