Tue. Dec 24th, 2024

ଅଣାୟତ ହେଉଛି କରୋନା ଭୁତାଣୁ ,ଆସନ୍ତା ୭ଦିନ ପର୍ଯ୍ୟନ୍ତ ସବୁ ଧର୍ମାନୁଷ୍ଠାନ ବନ୍ଦ କଲା ଗଞ୍ଜାମ ପ୍ରଶାସନ

By amfnews Apr 13, 2021 #Featured
187 Views

ଗଞ୍ଜାମରେ , ଏପ୍ରିଲ 13 : ଗଞ୍ଜାମରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ଭୂତାଣୁ । ଏହାକୁ ଦୃଷ୍ଟିରେ ରଖି ସବୁ ଧର୍ମାନୁଷ୍ଠାନ ୭ଦିନ ପାଇଁ ବନ୍ଦ କରାଯାଇଛି । କୋଭିଡ଼୍ ସଂକ୍ରମଣ ବୃଦ୍ଧି ପରେ ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୁଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଏହା ସହ ୭ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ । ପାର୍କ, ଖେଳପଡ଼ିଆ,ସମୁଦ୍ର ବେଳାଭୁମି ଓ ହ୍ରଦ ମଧ୍ୟ ୭ଦିନ ବନ୍ଦ ରହିବ ଏବଂ ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତ ଉପରେ କଟକଣା ଲଗାଯାଇଛି ।

ସୁଚନା ଅନୁସାରେ ଆଜି ରାଜ୍ୟରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଗଞ୍ଜାମରୁ ୮୦ ଚିହ୍ନଟ ହୋଇଛନ୍ତି ।

By amfnews

Related Post