Tue. Nov 26th, 2024

ଅଟ୍ରିରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ, ପଟ୍ଟାମୁଣ୍ଡାଇରେ ଡଙ୍ଗା ଦାବି କରି ରାସ୍ତାରୋକ

By amfnews Aug 30, 2020 #Featured
180 Views

ଭୁବନେଶ୍ୱର, ଅଗଷ୍ଟ ୩୦ : ରାଜ୍ୟର ବହୁ ସ୍ଥାନରେ ଦେଖାଯାଇଥିବା ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବା ପରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖାରେ ବନ୍ୟା ଜଳ ପ୍ରବାହିତ ହୋଇଛି । ଫଳରେ ନଦୀକୂଳିଆ ଗାଁ ଓ ତଳିଆ ଅଂଚଳରେ ବନ୍ୟା ଜଳ ପ୍ରବାହିତ ହେବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ବର୍ଷା ଛାଡ଼ିବାର ୨ ଦିନ ବିତିଯାଇଥିଲେ ବି ମହାନଦୀ ଓ ଏଥିରୁ ବାହାରିଥିବା ଉପନଦୀଗୁଡ଼ିକରେ ବନ୍ୟା ଜଳ ପ୍ରବାହିତ ହୋଇଛି, ଯାହାକି ଲୋକଙ୍କ ପାଇଁ ଯନ୍ତ୍ରଣା ଦେଉଛି । ଖୋର୍ଦ୍ଧା ଜିଲ୍ଲା ପିରିମଳ ପାଖରେ ଦୟାନଦୀରେ ଏକ ୩୦ ଫୁଟ ଘାଇ ସୃଷ୍ଟି ହେବା ଫଳରେ ଲୋକାପାଳ ଓ ହଳଦିଆପଡ଼ା ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାର ଅଟ୍ରି ଉଷ୍ଣ ପ୍ରସବଣରେ ମଧ୍ୟ ମହାନଦୀର ଶାଖାନଦୀରୁ ଜଳ ପ୍ରବେଶ କରିଛି । ଅଟ୍ରିରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଚଳାଚଳ ବନ୍ଦ ହୋଇଯାଇଛି ।

ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମଣ୍ଡାଇ ଅଂଚଳରେ ଲୋକେ ପ୍ରଭାବିତ ହୋଇଛନ୍ତି । ସ୍ଥାନୀୟ ଲୋକେ ପ୍ରଶାସନିକ ବିଫଳତା ବିରୋଧରେ ସ୍ୱର ଉଠାଇଛନ୍ତି । ବନ୍ୟାରୁ ନିସ୍ତାର ପାଇବା ଲାଗି ଲୋକେ ଡଙ୍ଗା ଦାବି କରିଛନ୍ତି । ବନ୍ୟା ପୀଡ଼ିତ ଲୋକେ ରାଜରାସ୍ତକୁ ଓହ୍ଲାଇଛନ୍ତି । ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ଅବରୋଧ ହୋଇଛି । ଲୋକେ ରାସ୍ତାରେ ଟାୟାର ଜାଳି ଥିବାରୁ ଗମାନଗମନ ପ୍ରଭାବିତ ହୋଇଛି ।

By amfnews

Related Post