Tue. Dec 24th, 2024

ଅଟଳ ଟନେଲ ପରେ ଆଜିଠୁ ଆରମ୍ଭ ହେଉଛି ଆଉ ଏକ ସୁଡ଼ଙ୍ଗ

By amfnews Oct 15, 2020 #Featured
133 Views

ଶ୍ରୀନଗର, ଅକ୍ଟୋବର ୧୫ : ଲେହ-ଲଦ୍ଦାଖକୁ ହିମାଚଳ ପ୍ରଦେଶ ସହିତ ଯୋଡ଼ିବା ପରେ ଏବେ ଭାରତ ଜମ୍ମୁ କଶ୍ମୀରରେ ଚୀନ ପର୍ଯ୍ୟନ୍ତ ଆଉ ଏକ ସୁଡ଼ଙ୍ଗର କାମ ଆରମ୍ଭ କରିବାକୁ ଯାଉଛି । ଶ୍ରୀନଗର ଓ କାରଗିଲକୁ ଯୋଡ଼ିବା ପାଇଁ ଜୋଜିଲା-ଟନେଲ ନିର୍ମାଣ କାମ ଆଜିଠାରୁ ଆରମ୍ଭ ହେଉଛି । ଏହି ସୁଡ଼ଙ୍ଗର ନିର୍ମାଣ କାମ ସଡ଼କ ଓ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଆରମ୍ଭ କରିବେ ।

ଜୋଜିଲାରୁ ଦର୍ରା ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ମଧ୍ୟରୁ ଏକ । ତୁଷାରପାତ ଯୋଗୁଁ ବର୍ଷକୁ ପାଖାପାଖି ୬ ମାସ ଏହି ରାସ୍ତା ବନ୍ଦ ରହିଥାଏ । ଫଳରେ କାରଗିଲ ଓ ଶ୍ରୀନଗର ମଧ୍ୟରେ ଶବ୍ଦ ବନ୍ଦ ହୋଇଯାଇଥାଏ । ସୁଡ଼ଙ୍ଗ ନିର୍ମାଣ ହେବା ପରେ ସ୍ଥାନୀୟ ଲୋକଙ୍କ ସମେତ ସେନାକୁ ବଡ଼ ଲାଭ ହେବ । କାରଗିଲ ଓ ଲେହ-ଲଦ୍ଦାଖ ମଧ୍ୟରେ ସବୁଦିନ ପାଇଁ ରାସ୍ତା ଖୋଲା ରହିପାରିବ । ଟନେଲ ନିର୍ମାଣ ଶେଷ ହେବା ପରେ ୩ ଘଣ୍ଟାର ରାସ୍ତା ୧୫ ମିନିଟ ଲାଗିବ ।    

ଏହି ଟନେଲର ନିର୍ମାଣ ଲାଗି ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ । ବର୍ଷ ୨୦୦୫ରେ ଟନେଲ ନିର୍ମାଣ ଲାଗି ଯୋଜନା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ରେ ଏହାର ଶିଳାନ୍ୟାନ କରିଥିଲେ । ଏହା ପରେ ଏବେ ନିର୍ମାଣ କାମ ଆରମ୍ଭ ହେଉଛି । 

By amfnews

Related Post