ରାଉରକେଲା, ୨୪ା୮ : ବିଜେପି ପାନପୋଷ ସାଙ୍ଗଠନିକ ଜିଲା ଅନୁସଚୀତ ଜାତି ମୋର୍ଚ୍ଚା ପକ୍ଷରୁ ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଏକ ଶୋକସଭା ସେକ୍ଟର-୭/୧୭ ଛକ ନିକଟସ୍ଥ ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲା ଅନୁସୂଚୀତ ଜାତିମୋର୍ଚ୍ଚା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଅମର ଆତ୍ମାର ସଦ୍ଗତି ପାଇଁ ଈଶ୍ୱରଙ୍କ ନିକଟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ନେତୃବୃନ୍ଦ ଅଟଳଜୀଙ୍କ ସ୍ମୃତିଚାରଣ ସହ ଭାରତର ଜନତାଙ୍କ ପାଇଁ କରିଥିବା ଜନହିତକର ଏବଂ ବିଶ୍ୱ ଦରବାରରେ ଭାରତର ଗାରିମାକୁ କିଭଳି ଶୀର୍ଷ ସ୍ଥାନରେ ପହଞ୍ଚାଇପାରିଥିଲେ ସେ ଉପରେ ଆଲୋକପାତ କରିଥିଲେ । ସେହି ଯୋଗଜନ୍ମା ମହାନ ପୁରଷଙ୍କୁ ଆଜି ଭାରତବାସୀ ମନେ ପକାଉଛନ୍ତି । ସେଥିଲେ ଅଜାତଶତ୍ରୁ ଓ ଅଟଳ । ତାଙ୍କ ତ୍ୟାଗ, ସାଧନା ରାଷ୍ଟ୍ରପ୍ରେମର ପ୍ରତୀକ ଥିଲା । ତାଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କଲେ ଆମେ ଭାରତକୁ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା କରାଇପାରିବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜିଲା ଉପସଭାପତି ତପନ କୁମାର ସ୍ୱାଇଁ ଓ ସୁବ୍ରତ ପଟ୍ଟନାୟକ, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲା ସମ୍ପାଦକ ଦୀପକ ତିୱାରୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ, ମଣ୍ଡଳ ସଭାପତି ଅଜୟ କଂସାରୀ, ପରେଶ ମିଶ୍ର, ଏନ୍.ବି. ରାୟ, ଅନୁସୂଚୀତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପରିଡା ଓ ବନ୍ଧୁଆ ବେହେରା, କମଳାକାନ୍ତ ବାରିକ, ଭଗବାନ ବେହେରା, ପବିତ୍ର ବେହେରା, ସନ୍ତୋଷ ମହାନନ୍ଦିଆ, ସନ୍ଦୀପ ଅଗ୍ରୱାଲ, ଚନ୍ଦନ ସାମଲ, ଶ୍ରୀକାନ୍ତ ମହାନନ୍ଦ, ପ୍ରତାପ ସେଠୀ, ଧନେଶ୍ୱର ତରାଇ, ପ୍ରକାଶ ତନ୍ତୀ, ପ୍ରକାଶ ନାୟକ, ଭୋଳା ପାତ୍ରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।