140 Views
ନୂଆଦିଲ୍ଲୀ, ଜାନୁଆରୀ ୧୨: ଆଜି ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ହେଉଛି ୧୯୩୬ରେ ନିର୍ମାଣ ହୋଇଥିବା ହୁଭର ଡ୍ୟାମ ବିଷୟରେ । କୁହାଯାଏ କି ଏଥିରେ କିଛି ଜିନିଷ ପକାଇଲେ ଏହା ପୁଣିଥରେ ଉପରକୁ ଆସିଯାଏ । କିନ୍ତୁ ଏହି କଥାକୁ ସବୁବେଳେ ଗୁଜବ ହିଁ କୁହା ଯାଇଥାଏ ।
ବୈଜ୍ଞାନିକମାନେ କିଛି ଦିନ ତଳେ ଏକ ଗବେଷଣାରୁ ଜାଣିବାକୁ ପାଇଲେ କି ଏହା ସତ୍ୟ ଅଟେ । ହୁଭର ଡ୍ୟାମର ଉପରକୁ ଯାଇ ଯଦି ବୋତଲରୁ ପାଣି ତଳକୁ ପକାଯାଏ ପାଣି ତଳେ ନପଡି ଉପରକୁ ଉଡେ । ବୈଜ୍ଞାନିକମାନେ ଏହା ପଛର କାରଣ ଜୋରରେ ଚାଲୁଥିବା ପବନ ଯୋଗୁଁ ହୁଏ ବୋଲି ମାନନ୍ତି ।
ଏକ ଗବେଷଜ୍ଞଙ୍କ କହିବାନୁସାରେ ଡ୍ୟାମରେ ପାଣି ବହିବା ସମୟରେ ପବନ ଉପରଆଡୁ ବହିଥାଏ, ଏହା ସହାୟତାରେ ପାଣି ଗୁରୁତ୍ୱ ବଳର ସିଦ୍ଧାନ୍ତରେ ଆସିଯାଏ । ଯାହା ଫଳରେ ପାଣି ତଳ ଆଡୁ ନବହି ଉପରକୁ ଯାଇଥାଏ । କୋଲୋରୋଡୋ ନଦୀରେ ତିଆରି ହୋଇଥିବା ଏହି ଡ୍ୟାମ ଧନୁ ଆକାରର ଅଟେ ।