241 Views
ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମଳିପଟ ପଂଚାୟତ ଅଧୀନ ସିଂଦେଇ ଗ୍ରାମ ଓ ଯୋଗିଁନାୟକଗୁଡ଼ା ଗ୍ରାମରେ ଅଜଣା ରୋଗ ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି|
ସୂଚନା ଅନୁଯାଇ, ସିଂଦେଇ ଗ୍ରାମର ଜଣେ ମହିଳା ଓ ଜଣେ ଜୁନାକଙ୍କ ଶନିବାର ହାତଟା ପେଟ ବ୍ୟଥା ହୋଇ ଅସୁସ୍ଥ ହୋଇଥିଲେ| ଅସୁସ୍ଥ ୨ ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଔଷଧ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ| ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା| ସେହିପରି ଯୋଗିଁନାୟକଗୁଡ଼ା ଗ୍ରାମରେ ଗତ ୪ ତାରିଖରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା|
ଏହି ପରି ୪ ଜଣଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ବାଡ଼ୀନ୍ଧଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି| ଏ ପରି ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇବାଥିବାରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ତିଅ କେନ୍ଦ୍ର ର ଚିନ୍ତା ସୃଷ୍ଟି ହୋଇଛି| ଏ ନେଇ ଏକ ଡାକ୍ତରୀ ଦଳ ସେହି ଗାଁକୁ ଗସ୍ତ କରି ଚିକିତ୍ସା ଜାରିରଖିଥିଲେ ମଧ୍ୟ କୌଣସି ସୁଫଳ ମିଳିନି| ମାତ୍ର ୯ କିଲୋମିଟର ଦୂରରେ ବ୍ଲକ କାର୍ଯ୍ୟାଳୟ ଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଉକ୍ତ ଦୁଇ ଗ୍ରାମକୁ ପାଦ ନଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି|