Sat. Mar 7th, 2026
261 Views

ଭୁବନେଶ୍ବର,27 Jan. 2019: ସାଧାରଣତନ୍ତ୍ର ଦିବସରେ ହାଇ ସିକ୍ୟୁରିଟି ଜୋନରେ ଡ୍ୟୁଟିରେ ଥିବା ବେଳେ ଅଜଣା ଯୁବତୀଙ୍କୁ ବନ୍ଧୁକ ଦେବା ମହଙ୍ଗା ପଡିଲା । ଚାକିରିରୁ ନିଲମ୍ବିତ ହେଲେ ଓଏସଏପି ୬ଷ୍ଠ ବାଟାଲିୟନର ପୋଲିସ ହାବିଲଦାର ଭାଗ୍ୟଧର ନାୟକ । ଏ ନେଇ କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜକୁ ଆଧାର କରି ହାବିଲଦାରଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।

ସୂଚନା ଅନୁଯାୟୀ, ସମୟ ପ୍ରାୟ ୯.୩୦ଟା ହେବ । ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ସାଧାରଣତନ୍ତ୍ର ଦିବସ ପୁରା ଧୁମଧାମରେ ପାଳନ ସରିଥିବା ବେଳେ ଠିକ୍ ଏହି ସମୟରେ ପରେଡ଼ ସ୍ଥଳରେ ଏମିତି କିଛି  ଦେଖିବାକୁ ମିଳିଥିଲା, ଯାହା ପୁଲିସ ପୋଷାକରେ ବଦନାମର ଦାଗ ଲଗାଇଥିଲା। କାରଣ ଜଣେ ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରୁଥିଲେ ସୁରକ୍ଷା କର୍ମୀ । ତାହା ପୁଣି ସେ କୌଣସି ସାଧାରଣ ବନ୍ଧୁକ ନୁହେଁ ବରଂ ଯୁବତୀଙ୍କ ହାତରେ ଥିଲା ଏକେ-୪୭ । ତେବେ ଏହି ଘଟଣାର ଚିତ୍ର କେହି ଜଣେ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

By amfnews

Related Post