Sun. Nov 17th, 2024

ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ଜୋତା, ମୋଜା ଓ ସ୍ୱେଟର

By amfnews Nov 18, 2020 #Featured
116 Views

ଭୁବନେଶ୍ୱର,ନଭେମ୍ବର 18 : ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ୩ରୁ ୬ବର୍ଷ ଶିଶୁମାନଙ୍କ ନିମନ୍ତେ ନୂଆ ଜୋତା, ମୋଜା ଏବଂ ସ୍ୱେଟର ଦେବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି   । ଏଭଳି ନିଷ୍ପତ୍ତି ଚଳିତ ବର୍ଷଠାରୁ ଅଙ୍ଗନବାଡିରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ପିଲାଙ୍କ ପାଇଁ ଲାଗୁ କରାଯାଇଛି ।

ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ନିୟମାବଳୀ ଅନୁସାରେ ପିଲାମାନଙ୍କୁ କଳା ଜୋତା, ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ୍‌ ଥିବା ପୂରା ହାତର ସ୍ୱେଟର ପ୍ରଦାନ କରାଯାଇଛି । ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଆୟୋଜିତ ଉତ୍ସବରେ ଶିଶୁମାନଙ୍କୁ ଜୋତା ମୋଜା ଏବଂ ଶୀତବସ୍ତ୍ର ବଣ୍ଟନ କରାଯାଇଛି  । ୧୭ ନଭେମ୍ବର ସୁଦ୍ଧା ରାଜ୍ୟରେ ଥିବା ୭୨,୫୮୭ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୫୨, ୪୮୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଏକ ହଳ ଜୋତା ଓ ମୋଜା ଏବଂ ଗୋଟିଏ ସ୍ୱେଟର ପ୍ରଦାନ କରାଯାଇଛି  । ୨୫ ନଭେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ସ୍ୱେଟର ଦେବା କାର୍ଯ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

By amfnews

Related Post