Tue. Dec 24th, 2024

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

rklsanchar@gmail.com' By J.N. Pradhan Jul 2, 2018 #Featured
216 Views

ରାଉରକେଲା, ୧/୭: ଛେଣ୍ଡ କଲୋନୀ କଲ୍ୟାଣୀ ନଗର ବସ୍ତିର ଦେବେନ୍ଦ୍ର କୁମାର ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ଓ ପାଖପଡ଼ୋଶୀ ମିଳିତ ଭାବେ ଅଗ୍ନିକାଣ୍ଡକୁ ଆୟତ୍ତ କରିବାରେ ସମର୍ଥ ହୋଇଛନ୍ତି । ମ୍ୟୁନିସିପାଲ କଲେଜରେ ଚାକିରୀ କରୁଥିବା ଶ୍ରୀ ବେହେରା ପରିବାର ସହିତ କଲ୍ୟାଣୀନଗର ବସ୍ତିରେ ରହନ୍ତି ।

୩୦ ତାରିଖ ରାତିରେ ଶ୍ରୀ ବେହେରା ଘର ବାହାରେ ବୁଲାବୁଲି କରୁଥିଲେ । ତାଙ୍କ ପତ୍ନୀ ରୋଷେଇ କରୁଥିଲେ । ଗୋଟିଏ କୋଠରୀରୁ ପ୍ରବଳ ଧୁଅାଁ ବାହାରୁଥିବା ଶ୍ରୀ ବେହେରାଙ୍କ ନଜରକୁ ଆସିଥିଲା । ଶ୍ରୀ ବେହେରା ତତ୍କ୍ଷଣାତ୍ ଦୌଡି ଯାଇ ଦେଖିବା ବେଳକୁ ନିଆଁ ଲାଗିଯାଇଥିଲା । ବାଥ୍ରୁମ୍ରୁ ପାଣି ଆଣି ସେହି ରୁମ୍ରେ ଢାଳି ଦେଇଥିଲେ । ମାତ୍ର ଲୁଗାପଟାରେ ନିଅାଁ ଲାଗି ଯାଇଥିବାରୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାହୁଁ ଚାହୁଁ ନିଅାଁ କୋଠରୀ ସାରା ବ୍ୟାପି ଯାଇଥିଲା ।

ଘର ଭିତରେ ଥିବା ଲୁଗାପଟା, ଟିଭ, ଫ୍ରିଜ୍, ଆଲଣା, ଆଲମିରା ସମେତ ଅନ୍ୟାନ୍ୟ ଜିନିଷରେ ନିଅାଁ ଲାଗି ଯିବାରୁ ସେଗୁଡ଼ିକ ହୁତ୍ହୁତ୍ ହୋଇ ଜଳିଥିଲା ।   ପତି-ପତ୍ନୀ ଦୁହେଁ ଡାକ ଛାଡ଼ିବାରୁ ସ୍ଥାନୀୟ ଲୋକେ ଗରା ବାଲତିରେ ପାଣି ଢାଳି ଥିଲେ । ଅଗ୍ନିକାଣ୍ଡ ସମ୍ପର୍କରେ ୱେସ୍କୋ ଅଫିସକୁ ଖବର ଦିଆଯାଇଥିଲା । ତୁରନ୍ତ ସେମାନେ ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଥିଲେ । ଖବର ପାଇ ଦମକଳବାହିନୀ ଓ ପୁଲିସ ସହାୟତା ଗାଡ଼ି ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା । ଦମକଳ ବାହିନୀ ପାଣି ଢାଳି ନିଅାଁ ଲିଭାଇ ଦେଇଥିଲା । ସୌଭାଗ୍ୟବଶତଃ ରୋଷେଇ ଘରକୁ ନିଅାଁ ବ୍ୟାପୀ ନଥିଲା । ରୋଷେଇ ଘରେ ସିଲିଣ୍ଡର ରହିଥିଲା । ସେଠାକୁ ନିଅାଁ ବ୍ୟାପୀ ଥିଲେ ଅବସ୍ଥା ଅଣାୟତ୍ତ ହୋଇ ପଡ଼ିଥାନ୍ତା ।

Related Post