ମାୟାବତୀ କହିଛନ୍ତି କି, ଏହା ଏକ ଐତିହାସିକ ପ୍ରେସ କନଫରେନ୍ସ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦ ଉଡିଯିବ । ସବୁଠୁ ଖାସ କଥା ଏହିକି ଯେ, ୨୦୧୭ ବିଧାନସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀକେଯଉଁ ସ୍ଥାନରେ ଆୟୋଜନ କରାଯାଇଥିଲା ଏବେ ସେହି ସ୍ଥାନରେ ପୁଣି ଥରେ ଆୟୋଜନ କରାଯାଇଛି । ୧୯୯୩ରେ ସମାଜବାଦୀ ପାର୍ଟି ସହ କାଶୀରାମ ମୁଲାୟମଙ୍କ ସହ ମହାମେଂଟ କରିଥିଲେ । ଏବେ ବିଜେପିର ଜାତିବାଦ ଏବଂ ସାମ୍ପ୍ରଦାୟିକ ନୀତି ଠାରୁ ବର୍ତିବା ପାଇଁ ବିଏସପି ପୁଣି ଥରେ ମହାମେଂଟ କରିଛୁ ବୋଲି ମାୟାବତୀ କହିଛନ୍ତି ।
ମାୟାବତୀଙ୍କ କହିବା ଅନୁଯାୟୀ, ୨୦୧୯ରେ ହୋଇଥିବା ମହାମେଂଟ ଏକ ପ୍ରକାର ରାଜନୈତିକ କ୍ରାନ୍ତି ସୃଷ୍ଟି କରିବ । ଲୋକସଭା ଏବଂ ବିଧାନସଭାରେ ବିଜେପି ଧୋକାରେ ସରକାର ତିଆରି କରିଛି । ରାହୁଲଙ୍କୁ ମହାମେଂଟରେ ସାମିଲ ନକରାଯିବା ପଛର ଉଦ୍ଦେଶ୍ୟ ବିଷୟରେ ମାୟାବତୀ କହିଛନ୍ତି କି, ଦଳ ବହୁ ସମୟ ଧରି ଶାସନ କରି ଆସୁଛି । ତାଙ୍କର ଶାସନ ସମୟରେ ଗରୀବି ଆସିଛି । ବିଜେପି ଏବଂ କଂଗ୍ରେସର କାର୍ଯ୍ୟଶୈଳୀ ପ୍ରାୟ ଏକ ପ୍ରକାରର ରହିଛି । ରକ୍ଷା ଚୁକ୍ତିରେ ଦୁଇ ଦଳ ଓଲଟ ପାଲଟ କରିଛନ୍ତି । ପ୍ରଥମେ କଂଗ୍ରେସ ବୋଫର୍ସରେ କରିଥିଲା ଏବେ ବିଜେପି ରାଫେଲରେ କରିଛି । ଏହି ଭଳି ଦଳ ସହ ମହାମେଂଟ କରିବାର କୌଣସି ଅର୍ଥ ନାହିଁ ।
ମାୟାବତୀ ପୁଣି କହିଛନ୍ତି କି, ବିଧାନସଭା ନିର୍ବାଚନରେ ଆମକୁ ଏହି ଦଳଙ୍କ ବିଷୟରେ ଅନୁଭୂତି ହୋଇ ସାରିଛି । ଏହି କାରଣରୁ ଆମେ କଂଗ୍ରେସ ସହ ମହାମେଂଟ କରିବୁ ନାହିଁ । କଂଗ୍ରେସ ସମୟରେ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଦ୍ୱାରା ଆମ ଦଳର ଭୋଟ କମି ଯାଇଥାନ୍ତା । ଯଦି ବିଜେପି ପୂର୍ବଥର ଭଳି ଏଭିଏମରେ ଗଡବଡ ନକରେ ଏବଂ ଧାର୍ମିକ ଭାବନାକୁ କ୍ଷତି ନପହଂଚାଏ ତେବେ ଆମେ ପୁଣି ଥରେ ତାକୁ ହଟେଇବାକୁ ଚେଷ୍ଟା କରିବୁ । ବିଜେପି ଶାସନରେ ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ପ୍ରୟାଶ କରିବୁ ବୋଲି ମୟାବତୀ କହିଛନ୍ତି ।