ଗୋଟେ ଗପ ଦେଖିଲେ କେମିତି ଲାଗିବ? ଗପ ନୁହଁ ତ କିଛି କଥା । ଗୋଟେ ଅଦ୍ଭୁତ ଗପୁଡି ଝିଅ ଓ ଗୋଟେ ଅଚିହ୍ନା ପୁଅର କଥା । ହଁ, ତା ଭିତରେ ଅଛି ଗୋଟେ ରାସ୍ତା, ଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡା ମାନଚିତ୍ର । ଗୋଟେ ଗପକୁ ଦେଖିବା ଓ ସେ ଗପର ପ୍ରେମରେ ପଡିଯିବା, ଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ । ପ୍ରାୟ ଦେଢ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ( ଗପ ଦେଖିଲି, ଶୁଣି ନାଇଁ) ସେ ଗପର ଲେଖକ କିଏ? ବିଶ୍ୱାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡିଅ । ଜାଣିଥାନ୍ତେ ସେ ଗପଟିକୁ ଠିକ ଏମିତି ଇ ଲେଖିଥାନ୍ତେ । କିମ୍ବା ବୋରହେସ, ନିର୍ମଳ ବର୍ମା କି ମଣ୍ଟୋ, ହୋଇପାରେ ଅ ।ମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର । ନା ଏ ଗପ ଅକ୍ଷରରେ ଲେଖା ହୋଇନାହିଁ, ଲେଖା ହୋଇଛି ଦୃଶ୍ୟରେ ଛନ୍ଦ । ଦୃଶ୍ୟ ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ ହେଉଛି । ଝିଅ ଟି ଗପୁଛି, ପୁଅ ଟି ଶୁଣୁଛି । ଦୁଇଟି ବୋଲି ଚରିତ୍ର । ମଝିରେ ପାଞ୍ଚ ମିନିଟ ଲାଗି ଅ ।ଉ ଗୋଟେ ଚରିତ୍ର ଅ ।ସୁଛନ୍ତି ଓ ମିଳେଇ ଯାଉଛନ୍ତି ।
ତେବେ ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି ରାସ୍ତା । ରାସ୍ତାର କୋଳାହଳ, ଡ୍ରୋଜର, କ୍ରେନ, ରୋଲର, ଟ୍ରକ, ବସ୍, ଟ୍ରେନ ଇତ୍ୟାଦିର କାନଫଟା ଚିକ୍ରାର ଏ ଗପରେ ବହୁତ ବଡ ଜାଗା ମାଡି ବସିଛନ୍ତି । କଥା ଅପେକ୍ଷା କୋଳାହଳ ବେଶୀ ଅର୍ଥପୂର୍ଣ୍ଣ ଲାଗୁଛି । ତାରି ଭିତରେ ଅଛି ଗୋଟେ ଅଚିହ୍ନା ଚଡେଇର କାକଳୀ । ଅଛି ମୋବାଇଲ ଗେମ୍ର ଟିକ ଟିକ ମୋନୋଟୋନି । ଏ ଗପର ବଡ ଚରିତ୍ର ହେଉଛି ରାସ୍ତା । ଗୋଟେ ଜାଗାରେ ସେ ଗପୁଡି ଝିଅ କହୁଛି- ଏ ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି ଓ ଯେମିତି ଅନେକଙ୍କୁ ଗିଳି ପକାଉଛ । ଏଇଟା ରାସ୍ତାର ଗପ । ଯେମିତି କି ଏ ରାସ୍ତା ଇ ତିଅ ।ରି କରିଛି ଏହାର ସାମାଜିକ ଇତିହାସ । ରାସ୍ତା ବାରମ୍ବାର ଜୀବନ ପରି ଲମ୍ବିଯାଉଛି ଗୋଟେ ଅଚିହ୍ନା ସହର ଅ ।ଡକୁଛ ରାସ୍ତା ଅ ।ମକୁ କହୁଛି ଗୋଟେ ଯାଯାବର ଜୀବନ କାହାଣୀ ।
ଓଡିଅ । ଭାଷାରେ ଏମିତି ଗୋଟେ ଗପ ଅ ।ପଣ ହୁଏତ ଦେଖିନଥିବେ । ସାହିତ୍ୟ ତୁଳନାରେ ଗୋଟେ ଦୃଶ୍ୟ ମାଧ୍ୟମ ଭାଷାର ପ୍ରୟୋଗକୁ କେତେ ଅଧିକ ଶକ୍ତିଶାଳୀ କରିପାରେ ତାର ଅନୁଭବ ଅ ।ମ ପାଖରେ ବହୁତ କମଛ ନିହାତି ଶସ୍ତା ଓ ଧାରକରା ସିନେମାର ପ୍ରଭାବହୀନ ପରମ୍ପରା ସହିତ ଅଭ୍ୟସ୍ତ ଓଡିଅ । ଦର୍ଶକ ଲାଗି ଏଇଟା ଗୋଟେ ଅଭିନବ ଅନୁଭବ ।
ହେଲୋ ଅ ।ର୍ସି ବୋଲି ଗୋଟେ ସିନେମା ଦେଖି ସାରିଲା ପରେ ମୋତେ ଲାଗିଲା, ମୋ ଭାଷାର ସାମର୍ଥ୍ୟ କେତେ । କେତେ ଦମଦାର ଓ ଓଜନଦାର ହୋଇପାରେ ଓଡିଅ । ଭାଷାର ପ୍ରାଣଶକ୍ତିଛ ଏଇ ସିନେମାରେ ଓଡିଅ । ଭାଷାର ସର୍ବାଧିକ ଶକ୍ତି ଓ ସୃଜନଶୀଳତା ଫୁଟିଉଠିଛି । ଗୋଟେ ସିନେମା, ବହୁ ଦିନ ପରେ ମୋତେ ସ୍ଥିର ଓ ଅବାକ କରିଦେଲା । ମୁଁ ସେ ରାସ୍ତାରେ ଏବେବି ଅଛି ଯେମିତି । ମୁଁ ଏବେବି ଘାରି ହେଉଛି, ସେ ଅ ।ର୍ସି ବୋଲି ଝିଅଟା କିଏ? ସେ କଣ ରାଉରକେଲା- ରାଜଗାଙ୍ଗପୁର ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ ଝିଅ ନା ଶିଳ୍ପାୟନର ଦାନବ ପଂଝାରେ ନିଜର ଅସ୍ତିତ୍ୱ ହରାଇଥିବା ଗୋଟେ ଯାଯାବର ଅ ।ତ୍ମା । ସେମିତି ସେ ହତାଶିଅ । ହସ ହସୁଥିବା ପୁଅଟି କିଏ? ସେ ବି କଣ ଅ ।ର୍ସିର ମାତ୍ର ଗୋଟିଏ ରାତିର ପ୍ରେମିକ କି ଗରାଖ? ନା ସେବି ଠିକଣା ହଜେଇଦେଇଥିବା ଗୋଟେ ଉଦବାସ୍ତୁ ଗାଁ ର ପ୍ରାଣ? ଅଦ୍ଭୁତ ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି ଥିବା ଏ ସିନେମାର କାହାଣୀ, ଅ ।ମ ସମୟର ଓଡିଅ । ଭାଷାକୁ ମେଞ୍ଚାଏ ଖୋଲା ପବନ ଦେଇଛି । ଅ ।ପଣ କହିପାରନ୍ତି, ଏଇଟା ଅ ।ଧୁନିକ ଓଡିଅ । ଭାଷାର ଗରିମା । ଏଇଟା ଇ ସମକାଳୀନ ଓଡିଅ । ଜୀବନର ପ୍ରତିଛବିଛ ଅ ।ମ ପିଲା ଏଇ ଭାଷା, ଏଇ ଜୀବନବୋଧ, ଏଇ ଯାଯାବର ଲକ୍ଷ୍ୟହୀନତା ଓ ଏଇ ପ୍ରକାର ସ୍ାଧୀନତା କୁ ନେଇ ବଞ୍ଚୁଛନ୍ତି । ଦୁର୍ଭାଗ୍ୟକ୍ରମେ ଅ ।ମର କଳା ଓ ସାହିôୟ ଏ ପ୍ରକାର ଭାଷାକୁ ବୁଝିବାରେ ଏକ ପ୍ରକାର ଅସମର୍ଥ ।
ଅ ।ର୍ସି ବୋଲି ଏ ଯେଉଁ କୋଡିଏ- ଏକୋଇଶ ବର୍ଷର ଝିଅ ଟି ନିଜ କଥା ଗପି ·ଲିଛି, ସେ ନିଜ ଜୀବନ ସଂଘର୍ଷର କଥା କହୁଛି । ତା ସହିତ ସେ ନିଜ ସ୍ୱାଧୀନ ଜୀବନର ରାହା ବିଷୟରେ ମଧ୍ୟ ସଚେତନଛ ଠୋ ଠୋ କଥା, ବେପରୁଅ । ·ହାଣୀ, ନୈତିକତା ଓ ସାମାଜିକ ଅଙ୍କୁଶକୁ ଫୁଃ କରି ଉଡେଇଦେବାର ସାହସ ଓ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିବାର ଦୃଢତା ଅ ।ର୍ସିକୁ ଅଲଗା କରି ଗଢିଛି । ସିନେମାରେ ସେ କେବଳ ନାୟିକା ନୁହଁ, ସେ ଅ ।ମ ସମୟ ଓ ସମାଜର ଗୋଟେ ଅନମନୀୟ ଅଂଶ । ଗତ ପଚିଶ -ତିରିଶ ବର୍ଷ ଭିତରେ କୌଣସି ଓଡିଅ । ସିନେମା ଏତେ ଗହନକୁ ଯାଇ ନିଜ ସମୟର କଥା କହିଥିବାର, ମୁଁ କାଇଁ ଦେଖିନି ।
ଏ ସିନେମାରେ କୌଣସି ପ୍ରଶ୍ନର ଉତ୍ତର ନାଇଁ । ପ୍ରଶ୍ନ ପରେ ପ୍ରଶ୍ନର ବୋଝ ଲଦି ଅ ।ପଣ ବି ପାଲଟି ଯାଇପାରନ୍ତି ଏ ରାସ୍ତାର ଗୋଟେ ଅସହାୟ ଚରିତ୍ର । ଓଡିଅ । ସିନେମାରେ ବହୁ ଦିନ ପରେ କିଛି ଗୋଟେ ଅ ।ଚ୍ଛନ୍ନ କଲା । ନିଜ ଭିତରର ଅ ।ତ୍ମାକୁ କିଛି ସମୟ ଲାଗି ଝୁଣିଝାଣି ଦେଇଗଲା ଅ ।ର୍ସି । ସିନେମାରେ ଅ ।ଉ କଣ ଅଛି, କହିବା ଦରକାର ନାଇଁ । ସିନେମାରେ ଗୋଟେ ପାଗଳ କଲାପରି ଗପ ଅଛ । ପ୍ରବଳ ଉକ୍ରଣ୍ଠା ଅଛି । ପ୍ରତ୍ୟେକ ସଂଳାପ ଭାଷା ଓ ଭାବକୁ ସାବଲୀଳ ଭାବରେ ଯୋଡିବାରେ ସଫଳ ହେଉଛନ୍ତି । ଦୃଶ୍ୟ, ଶବ୍ଦ, ଭାଷା ଓ ଭାବ- ଏଇ ·ରୋଟି ଯାକ ବିଭବ ମିଶି ଗୋଟେ ଜମାଣିଅ ।ଁ ମୂର୍ଚ୍ଛନା ତିଅ ।ରି କରିଛନ୍ତି ଏ ସିନେମାରେ ।
ପ୍ରାୟ ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରାର ଦୃଷ୍ଟି ଏକପ୍ରକାର ସ୍ଥିର । ଯେମିତି କ୍ୟାମେରା ଗୋଟେ ଜାଗାରେ ଗପ ଦେଖିବାକୁ ଅଟକି ଯାଇଛି । ଏ ସିନେମାରେ କ୍ୟାମେରାମେନ ବି ଗୋଟେ କବି । ଧୂସର ଓ ବିବର୍ଣ୍ଣ ଉପତ୍ୟକାର କବି । ଚିତ୍ର ଓ ଶବ୍ଦର ଏତେ ଚମକ୍ରାର ସଂଗମ, କେଉଁ ଓଡିଅ । ସିନେମାରେ ମୁଁ ଶେଷ ଥର ଲାଗି ଦେଖିଥିଲି, ମୋର ମନେନାହିଁ । ଏ ସିନେମାର ପ୍ରଭାବ ନିଜ ରକ୍ତରେ ବହୁଦିନ ଧରି ଅନୁଭବ କରିବାକୁ ଜଣେ ସଂବେଦନଶୀଳ ଦର୍ଶକ ବାଧ୍ୟ ହେବ । ଅଭିନୟରେ ମୁଁ ତ କେବେ କଳ୍ପନା କରିନଥିଲି, ପ୍ରକୃତି ମିଶ୍ର ଏମିତି କିଛିକରିପାରିବେ । ସେମିତି ପାର୍ଥ, ନୂଅ । ଅଭିନେତା । ହେଲେ ଅଭିନୟରେ ଗୋଟେ ଗାମ୍ଭୀର୍ଯ୍ୟ ଅଛି । ମୁହଁରେ ହସ ଓ ବିଷାଦଭରା ଗୋଟେ ବିରଳ ମାନଚିତ୍ର ତିଅ ।ରି କରିଛନ୍ତି ପାର୍ଥ । ଏଠି ଅଭିନୟର ଗୋଟେ ଅଲଗା ଇଲାକା ତିଅ ।ରି ହୋଇଛି । ନାଟକ ନାଇଁ କି ସଂଳାପରେ ଅଯଥା ଉତ୍ତେଜନା ନାଇଁ । କେବଳ ସଠିକ ଭାବରେ, ସଠିକ ସମୟରେ କଥା କହିପାରିବାର ଯାଦୁକରୀ ଇ ଏ ସିନେମାର ସବୁଠୁ ସାର୍ଥକ ଅଭିନୟ । ତିନୋଟି ଯାକ ଚରିତ୍ର ଏତେ ସ୍ୱାଭାବିକ ଓ ସହଜ ଯେ, ସେମାନେ ଏଠି, ସେଠି, ସବୁଠି ଅ ।ମ ସହ କଥା ହୋଇପାରିବେ ।
ଏତେ ସବୁ ଯାଦୁକରୀ ଦେଖେଇଥିବା ସେ ଅସଲ କଥାକାରଟି କାଇଁ? ଏତେ ସବୁକୁ ସାର୍ଥକ ଓ ସଫଳ ଭାବରେ ତୁଲାଇପାରିଥିବା ଏ ସିନେମାର ଅସଲ ନାୟକ କେଉଁଠି? ଅ ।ଃ, ସେ ବହୁ ଦୂର ଅ ।କାଶରେ ଏବେ ଗୋଟେ ଅସ୍ପଷ୍ଟ ତାରା । ସେଇ ଅ ।କାଶରେ ଥାଇ ସେ ଅ ।ମକୁ ଅ ।ର୍ସିର ଗପ ଦେଖାଉଛନ୍ତି । ହେଲୋ ଅ ।ର୍ସି ର ସଂଳାପକାର ଓ ନିର୍ଦ୍ଦେଶକ ସ୍ୱର୍ଗତ ସଂବିତ ମହାନ୍ତି, ହଜିଯାଇଥିବା ଗୋଟେ ଜିନିୟସ । ଏତେ ଚମକ୍ରାର ସିନେମା ଗଢିଥିବା ଲୋକଟା ସିନେମା ସରିଲା ପରେ ଅ ।ଉ ଏ ପୃଥିବୀରେ ନାଇଁ । ମରିବା ଅ ।ଗରୁ ଏଇଟା ସମ୍ବିତଙ୍କର ପ୍ରଥମ ଓ ଅନ୍ତିମ ସିନେମା । କଳାର ଇତିହାସରେ ଅନେକ ବିସ୍ମୟ ତିଅ ।ରି ହୁଏ । ଓଡିଅ । ଦୃଶ୍ୟକଳାର ଇତିହାସରେ ସଂବିତ ମହାନ୍ତି ସେମିତି ଏକ ବିସ୍ମୟ ।
ମୁଁ ଯଦି ଏ ସିନେମାକୁ ଏତେ ଚମକ୍ରାର ଓ ସୁନ୍ଦର ବୋଲି କହୁଛି, ତାହେଲେ ଏହାକୁ ଦେଖିବାଲାଗି ସିନେମାହଲରେ ଭିଡ ହେବନାହିଁ କାହିଁକି? ଅ ।ମ ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ । ଭଲ ସିନେମା ଓ ଲୋକପ୍ରିୟ ସିନେମା ଭିତରେ ସମୟକ୍ରମେ ଗୋଟେ ବଡ ଖାଇ ତିଅ ।ରି ହୋଇଯାଇଛି । ଭଲ ସିନେମା ପୁରସ୍କାର ପାଇବ, ସମୀକ୍ଷକ ମାନଙ୍କର ଅ ।ଦର ପାଇବ, ହେଲେ ତାକୁ ଟିକେଟ କିଣି କେହି ଦେଖିବାକୁ ଯିବେନାହିଁ । କାରଣ କଣ? ଅ ।ମ ସମୟରେ ·ଲୁ ଓ ଶସ୍ତା ନିଶାର ପ୍ରଭାବ ଅ ।ପେ ଅ ।ପେ ତିଅ ।ରି ହୋଇନାହିଁ । କିଛି ବେପାରୀ ଜାଣିଶୁଣି ଶସ୍ତା ନିଶା ସହିତ ଅ ।ମ ସମାଜକୁ ଅଭ୍ୟସ୍ତ କରିଛନ୍ତି । ସେମାନଙ୍କ ଫାନ୍ଦ କାଟି ନୂଅ । କିଛି କରିବା ସହଜ ନୁହେଁ । ସଂବିତ ମହାନ୍ତିଙ୍କ ପରି ସିନେମା ନିର୍ମାତାମାନେ ଗୋଟେ ପ୍ରକାର ବିକଳ୍ପ ତିଅ ।ରି କରନ୍ତି । ·ଲୁ ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ ବିକଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ଅ ।ମେ ନେଇ ପାରିବା କି? ଗୋଟେ ଭଲ ସିନେମା ଲାଗି ସମଝଦାର ଦର୍ଶକ ହେବାର ସାମାଜିକ କର୍ତ୍ତବ୍ୟ ତୁଲାଇବାରେ ଅ ।ମେ ଟିକେ ଅ ।ଗୁସାର ହେବାକି? ଭଲ ସିନେମା ତିଅ ।ରି ହେବା ଯେତିକି ଜରୁରୀ, ଭଲ ସିନେମାକୁ ନିଜର କରିବାର ଅ ।ଗ୍ରହ ମଧ୍ୟ ସେତିକି ଅ ।ବଶ୍ୟକ । ହେଲୋ ଅ ।ର୍ସି ଅ ।ମ ଅ ।ଗରେ ଗୋଟେ ଭଲ ବିକଳ୍ପ ଠିଅ । କରେଇଛି । ତାକୁ ଭଲପାଇବା ଓ ତାକୁ ଅ ।ଗକୁ ବଢାଇବାର ଦାୟିତ୍ୱ ଅ ।ମର ।
ଶେଷରେ ଏତିକି କହିବି, ସଂବିତ ମହାନ୍ତିଙ୍କ ହେଲୋ “ଅ ।ର୍ସି’ ଅ ।ମ ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ ହୋଇ ଠିଅ । ହୋଇଥିବ ଅ ।ଗାମୀ ବହୁତ ବହୁତ ବର୍ଷ ଧରି । ହୁଏତ ସଂବିତ ମହାନ୍ତି ବଞ୍ଚିଥିଲେ, ତାଙ୍କଠୁ ଅ ।ଉ କିଛି ଭଲ ସିନେମା ଅ ।ମେ ଅ ।ଶା କରିଥାନ୍ତେ । ହେଲେ ଏ ସିନେମା, ପୁଣିଥରେ ଭଲ ସିନେମାର ବାଟ ଫିଟାଇବାରେ ସହାୟକ ହେବ ବୋଲି ଅ ।ମେ ଅ ।ଶା କରିବା ।