Fri. Apr 26th, 2024

ୟୁପିର କୁଶିନଗରରେ ଟ୍ରେନ୍ ସହ ସ୍କୁଲ ଭ୍ୟାନ୍ ର ଧକ୍କା, ୧୧ ଶିଶୁ ମୃତ

rout.subhashree22@gmail.com' By Subhashree Rout Apr 26, 2018 #Featured
262 Views

ଉତ୍ତରପ୍ରଦେଶର କୁଶିନଗର ଠାରେ ଏକ ବଡ ଦୁର୍ଘଟଣା ଘଟି ଯାଇଛି । ଦୁଦହୀ ରେଲ୍ୱେ କ୍ରସିଂ ଠାରେ ଏକ ସ୍କୁଲ ଭ୍ୟାନ୍ ଉପରେ ଟ୍ରେନ୍ ମାଡିଯାଇଛି, ଯାହାଫଳରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ୭ ଜଣ ଶିଶୁ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ସ୍କୁଲ ଭ୍ୟାନ୍ଟିରେ ସର୍ବମୋଟ ୧୮ ଜଣ ଶିଶୁ ଥିବାର ସୂଚନା ରହିଛି । ଏହି ଦୁର୍ଘଟଣାର ଖବର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀ ଘଟଣା ସ୍ଥଳକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।
ଖବର ଅନୁସାରେ ଆଜି କୁଶିନଗରର ଡିଭାଇନ ମିଶନ ସ୍କୁଲର ଭ୍ୟାନ୍ ୧୮ ଜଣ ଶିଶୁଙ୍କୁ ନେଇ ସ୍କୁଲ ଯାଉଥିଲା । ଏହି ସମୟରେ ଜଗୁଆଳୀ ବିହୀନ କ୍ରସିଂ ଠାରେ ଥାବେ-ବଢ଼ନୀ ପାସେଞ୍ଜର ଟ୍ରେନ୍ ସହ ସ୍କୁଲ ଭ୍ୟାନ୍ଟିର ଧକ୍କା ହୋଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ମୃତ ଓ ଆହତ ଶିଶୁଙ୍କ ପରିଜନଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହାସହ ଗୋରଖପୁର କମିଶନରଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ।

Related Post