Fri. Apr 26th, 2024

ସୋନିଆ,ମାୟାବତୀ ଓ ମମତାଙ୍କ ସମର୍ଥନ ମାଗିଲେ ମୋଦୀ ସରକାର, ଜାଣନ୍ତୁ କଣ ମାମଲା

By Naresh Kumar Jun 18, 2018 #Featured
178 Views

ନୂଆଦିଲ୍ଲୀ,ଜୁନ୧୮: ନିଜର ବିରୋଧୀଙ୍କ ଉପରେ କଟାକ୍ଷ କରିବାର ସୁଯୋଗକୁ ହାତଛଡ଼ା କରୁନଥିବା ମୋଦୀ ସରକାର ଏବେ ଏକ ମାମଲାକୁ ନେଇ  ବିରୋଧୀଙ୍କ ମଧ୍ୟରେ ସଂପୂର୍ଣ୍ଣ  ଭାବେ ଘେରି ହୋଇ ଯାଇଛନ୍ତି। ତିନି ତଲାକ ବିଧେୟକ ଗତ ଛଅ ମାସରୁ ରାଜ୍ୟସଭାରେ ଝୁଲି ରହିଛି ଏବଂ ରାଜ୍ୟସଭାରେ ମୋଦୀ ସରକାର ବିରୋଧୀଙ୍କ ଆଗରେ ଦୁର୍ବଳ। ବିନା ବିରୋଧୀଙ୍କ ସହଯୋଗରେ ଏହି ବିଲ୍ ସଂସଦରେ ପାରିତ ହୋଇ ପାରିବ ନାହିଁ। ସରକାର ଏବେ ଏହି ବିଲକୁ ପାରିତ କରିବା ପାଇଁ ନିଜର ତିନି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ, ବିଏସପି ଓ ତୃଣମୂଳ କଂଗ୍ରେସର ସମର୍ଥନ ମାଗିଛନ୍ତି।

କେନ୍ଦ୍ରୀୟ କାନୁନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିରୋଧୀ ପାର୍ଟିର ପ୍ରମୁଖ ମହିଳା ନେତାଙ୍କୁ ଅପିଲ କରିଛନ୍ତି ଯେ ସେମାନେ ରାଜନୀତି ମତଭେଦରୁ ଉର୍ଦ୍ଧ୍ଵକୁ ଉଠି ତିନି ତଲାକକୁ ପ୍ରତିବନ୍ଧିତ କରୁଥିବା ବିଧେୟକ, ଯାହା ରାଜ୍ୟସଭାରେ ପଡି ରହିଛି ତାକୁ ପାରିତ କରିବାରେ ସାହାଯ୍ୟ କରୁ।

ଜାନୁଆରୀରୁ  ରାଜ୍ୟସଭାରେ ଅଟକି ଥିବା ଏହି ବିଧେୟକକୁ ପାରିତ କରିବାରେ କେନ୍ଦ୍ର ସରକାର  ପ୍ରତିବଦ୍ଧ ଥିବା ରବି ଶଙ୍କର କହିଛନ୍ତି। ଆଇନ ମନ୍ତ୍ରୀ ତିନି ତଲାକ ପ୍ରସଙ୍ଗରେ ସମର୍ଥନ ଦେବାକୁ ସୋନିଆ ଗାନ୍ଧୀ, ମମତା ବାନାର୍ଜୀ ଓ ମାୟାବତୀଙ୍କୁ ଅପିଲ କରିଛନ୍ତି। ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆମକୁ ରାଜନୀତି ମତଭେଦରୁ ଉର୍ଦ୍ଧ୍ଵକୁ  ଉଠିବା ଦରକାର। ତିନି ତଲାକ ବିଧେୟକ ସରକାରଙ୍କ ପାଇଁ ଲିଙ୍ଗ ସମାନତା  ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ରବି ଶଙ୍କର କହିଛନ୍ତି।

ଅଧ୍ୟାଦେଶ ଆଣି ପାରନ୍ତି ସରକାର

ଗତ ମାସରେ କ୍ୟାବିନେଟ୍ ବୈଠକ ହୋଇଥିଲା। ଏହି ବୈଠକରେ ତିନି ତଲାକ ଉପରେ ଅଧ୍ୟାଦେଶ ଆଣିବା ଉପରେ ଆଲୋଚନା କରାଯାଇଥିଲା। ଯଦି ରାଜ୍ୟସଭାରେ ଏହି ବିଲ୍ ପାରିତ ନହୁଏ ତେବେ ସରକାର ଅଧ୍ୟାଦେଶ ଆଣିବା ଉପରେ ବିଚାର କରୁଛନ୍ତି। ଏଠାରେ କହି ରଖୁଛୁ ଯେ ତିନି  ତଲାକ ବିଲ ରାଜ୍ୟସଭାରେ ଝୁଲି ରହିଛି। ଏହି ବିଲ ଲୋକସଭାରେ ପାରିତ ହୋଇ ସାରିଛି। ତିନି ତଲାକ ପ୍ରଥାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇ ସାରିଛନ୍ତି।

Related Post