Sat. Apr 20th, 2024

ସିଆଇଟିୟୁ ଜିଲା କମିଟି ପକ୍ଷରୁ ଶ୍ରମିକନେତା, ବରିଷ୍ଠ ଆଇନ୍ଜୀବୀ ମୁରଲୀଧର ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭା

rklsanchar@gmail.com' By J.N. Pradhan Jun 25, 2018 #Featured
132 Views

ରାଉରକେଲା, ୨୫/୬: ସିଆଇଟିୟୁ ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ସ୍ଥାନୀୟ ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନଠାରେ ସିଆଇଟିୟୁ ଜିଲା ଉପସଭାପତି ତଥା ବରିଷ୍ଠ ଶ୍ରମିକନେତା, ଆଇନ୍ଜୀବୀ, ସାମ୍ବାଦିକ ମୁରଲୀଧର ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଶ୍ରମିକ ନେତା ପ୍ରଶାନ୍ତ ବେହେରା, ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରଦୋଷ ମହାନ୍ତି, ସତ୍ୟପ୍ରିୟ ମହାନ୍ତି, ଭୂପେନ ମହାପାତ୍ର, ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ସୁଜୟ ପାଣି, ଗିରିଶ ମହାପାତ୍ର, ଜାହାଙ୍ଗୀର ଅଲ୍ଲୀ, ମିହିର ରାୟ, ନିତ୍ୟ କିଶୋର ମହାନ୍ତି, ଡ.ଫକୀର ଚରଣ ହୋତା, ମନୋରଞ୍ଜନ ଦାସ, ସୁରେନ୍ଦ୍ର ଦାଶ, ଆର୍ତ୍ତତ୍ରାଣ ମହାରଣା ପ୍ରମୁଖ ସ୍ୱର୍ଗତ ପରିଜାଙ୍କ ସ୍ମୃତିଚାରଣ କରି ରାଉରକେଲା ତଥା ସୁନ୍ଦରଗଡ ଜିଲା ଜଣେ ଟାଣୁଆ ଶ୍ରମିକ ନେତା, ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନର ପଥପ୍ରଦର୍ଶକ, ବଳିଷ୍ଠ ସଙ୍ଗଠନ, ବିଚକ୍ଷଣ ଆଇନ୍ଜୀବୀ, ବରିଷ୍ଠ ସାମ୍ବାଦିକ ତଥା ଜଣେ ମୁରବୀଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ ।

ସିଆଇଟିୟୁ ଜିଲା ଉପସଭାପତି ବନମାଳୀ ଧୂପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସ୍ୱର୍ଗତ ପରିଜାଙ୍କ ସିଆଇଟିୟୁ ସଙ୍ଗଠନ ପାଇଁ ବଳିଷ୍ଠ ଯୋଗଦାନ ଉପରେ ଆଲୋକପାତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ  ପ୍ରମୋଦ ସାମଲ, ବସନ୍ତ ନାୟକ, ବୈଦ୍ୟନାଥ ଦାସ, ଭାଗିରଥି ଟୁଡୁ, ଶ୍ରୀମନ୍ତ ବେହେରା, ପ୍ରଭାତ ମଲିକ, ବି.ପି. ମହାପାତ୍ର, ବସନ୍ତ ମଲିକ, ଅଞ୍ଜନ ବାରିକ, ଯତୀନ ନାୟକ, ଅକ୍ଷୟ ଜେନା, ନିହାର ଦାସ, ରାଜକିଶୋର ପ୍ରଧାନ, ଅରିନ୍ଦମ ଦତ୍ତ, ଅଜୟ ଶର୍ମା, ବିନୋଦିନୀ ଦାସ, ଅଶୋକ ଅଗ୍ରୱାଲ, ପଶୁପତିନାଥ ଚାଟାର୍ଜୀ, ପ୍ରଭାତ ମହାପାତ୍ର, ଅମୀତ କୁମାର ଲାକ୍ରା, ସତିଶ ଆଜମେରା, ପି.ସି. ପ୍ରଧାନ, ଟି. ଜଗଦିଶ, ପି. ବ୍ରହ୍ମ, ବିନୋଦିନୀ ଦାସ, ଯଯାତୀ କେଶରୀ ସାହୁ, ଅଜୟ ମହାନ୍ତି, କାହ୍ନୁ ସୂଚାର, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝି, ସୁନୀଲ ପଟ୍ଟନାୟକ, ଦେବାନନ୍ଦ ରାଉତ, କିଶୋର ରାଉତ, ଅଶୋକ ରାୟ, ଡ.ଜ୍ଞାନ ରଞ୍ଜନ ଗିରି, ଅଜିତ ନାୟକ, ଆଦିକନ୍ଦ ଭୋଳଷ ମୀନକେତନ ରାଉତ, ବଜରଙ୍ଗୀ ଚୌଧୁରୀ, ଅରୁଣ ମହାରଣା, ଶୁଭ୍ରା ମୁଖାର୍ଜୀ, ଦିବାକର ମହାରଣା, ଲକ୍ଷ୍ମୀଧର ନାୟକ, ବୁଧନୀ ମୁଣ୍ଡାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନର ବୁଦ୍ଧିଜୀବୀମାନେ ସ୍ୱର୍ଗତ ପରିଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related Post