Fri. Apr 26th, 2024

‘ବିଷୁବ ସମ୍ମାନ’ରେ ସମ୍ମାନିତ ହେବେ ଦେବଦାସ ଛୋଟରାୟ

rout.subhashree22@gmail.com' By Subhashree Rout Apr 10, 2018 #Featured
734 Views

ବିଶିଷ୍ଟ କବି, କଥାକାର ଓ ଗୀତିକାର ତଥା ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ଦେବଦାସ ଛୋଟରାୟ ତାଙ୍କର ସାହିତ୍ୟ କୃତୀ ପାଇଁ ‘ବିଷୁବ ପୁରସ୍କାର’ ପାଇବା ଲାଗି ମନୋନୀତ ହୋଇଛନ୍ତି । ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ପ୍ରଦତ ଏହି ସମ୍ମାନ ଶ୍ରୀ ଛୋଟରାୟ ଆସନ୍ତା ୧୪ ତାରିଖ ଦିନ ଗ୍ରହଣ କରିବେ ।
ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଛି ୬୯ତମ ବିଷୁବ ମିଳନ ଉତ୍ସବ । ଏହି ଉତ୍ସବରେ ବିଶିଷ୍ଟ ସ୍ରଷ୍ଟା ତଥା କଳାକାରମାନଙ୍କୁ ସେମାନଙ୍କ ଅବଦାନ ଲାଗି ସମ୍ମାନିତ କରାଯିବ । ପ୍ରଜାତନ୍ତ୍ର ପରିସରରେ ଥିବା ବିଷୁବ ମଣ୍ଡପରେ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଶେଷ ଦିନରେ ଅର୍ଥାତ ଆସନ୍ତା ୧୪ ତାରିଖ ପୂର୍ବାହ୍ନ ୧୦ଟା ବେଳେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାସହ ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ପାଇଁ ପ୍ରଫେସର ବିଜୟ କୁମାର ଶତପଥୀ, କବିତା ପାଇଁ ସୌଭାଗ୍ୟବନ୍ତ ମହାରଣା, ଗଳ୍ପ ପାଇଁ ଅଧ୍ୟାପକ ବିଶ୍ୱରଞ୍ଜନଙ୍କୁ ଚଳିତବର୍ଷର ‘ଝଙ୍କାର ପୁରସ୍କାର’ ଦିଆଯିବ । ‘ହରିହର ମହାପାତ୍ର ସ୍ମାରକୀ’ ନାଟ୍ୟସାହିତ୍ୟ ପୁରସ୍କାର ପାଇବେ ବିଶିଷ୍ଟ ନାଟ୍ୟକାର ଗଣେଶ୍ୱର ଦାସ ଓ କନକମଞ୍ଜରୀ ପଟ୍ଟନାୟକ ‘ଅଜିତ ଅନୁବାଦ- ଭାରତୀ’ ପୁରସ୍କାରରେ ସମ୍ମାନିତ ହେବେ । ନିତ୍ୟାନନ୍ଦ ସାହୁ ‘ରାଜୀବ ସ୍ମାରକୀ ଲଳିତ ନିବନ୍ଧ’ ସମ୍ମାନରେ ସମ୍ମାନିତ ହେବେ ।

Related Post