Fri. Apr 26th, 2024

ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ, ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ

By Naresh Kumar Jul 18, 2018 #Featured
196 Views

ନୂଆଦିଲ୍ଲୀ, ଜୁଲାଇ ୧୮ : ସଂସଦର ୧୮ ଦିନିଆ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ତେବେ ମାନ୍ୟବର ବାଚସ୍ପତିଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାନୁଯାୟୀ, ବୈଜୟନ୍ତ ଗତକାଲି ମାନ୍ୟବର ବାଚସ୍ପତି ସୁମିତ୍ରା ମହାଜନଙ୍କୁ ସାକ୍ଷାତ କରିଥିଲେ । ଟ୍ୱିଟ କରି ଦୀର୍ଘ ୧୮ ବର୍ଷ ୩ ମାସ ୨ ସପ୍ତାହ ୧ ଦିନ ପରେ ସେ ସଂସଦରୁ ବିଦାୟ ନେଉଥିବା ପ୍ରକାଶ କରିଛନ୍ତି । ଏହା ସହ ବିଜୁ ଜନତା ଦଳରୁ ତାଙ୍କର ପ୍ରତିନିଧିତ୍ୱ କରିବାର ନାହିଁ ବୋଲି ଟ୍ୱିଟରେ ବୈଜୟନ୍ତ ଲେଖିଛନ୍ତି । ଆହୁରି ମଧ୍ୟ ଦଳ ଆଦର୍ଶରୁ ବହୁ ଦୂରରେ ରହିଥିବା ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ କି, ବାରମ୍ବାର ଜଣେ ତୃତୀୟ ମହଲାର ଅଧିକାରୀଙ୍କୁ ଟାର୍ଗେଟ୍ କରିବା ଦ୍ୱାରା ବୈଜୟନ୍ତଙ୍କୁ ବିଜୁ ଜନତା ଦଳରୁ ନିଳମ୍ବନ କରାଯାଇଥିଲା ।

Related Post