Fri. Apr 26th, 2024

ଶ୍ରମ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି

rklsanchar@gmail.com' By J.N. Pradhan Jul 19, 2018 #Featured
130 Views

ରାଉରକେଲା, ୧୯/୭ : ଗତକାଲି କଂଗ୍ରେସ କାର୍ଯ୍ୟାଳୟକୁ କିଛି ନିର୍ମାଣ ଶ୍ରମିକ ଆସି ଡିସିସି ସଭାପତି ରବି ରାୟଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଉକ୍ତ ସମସ୍ୟାକୁ ନେଇ ଶ୍ରୀ ରାୟ ଆଜି ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ସମସ୍ତ ସମସ୍ୟାର ସମାଧାନର ପ୍ରତିଶ୍ରୁତି ସହ ନୂତନ ନିୟମରେ ସୁବିଧାଗୁଡ଼ିକ ବିଳମ୍ବ ହେଉଥିବା ସମ୍ପର୍କରେ ଶ୍ରମ ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।

ଏ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ରାୟ କହିଥିଲେ । ଶ୍ରମିକ ଶିବୁ ସାହୁ, ବିଏନ୍ ଦାସ, ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଅଜିତ୍ ସାମଲ, ବାସୁଦେବ ବାନାର୍ଜୀ, ମନୁ ସାମଲ, ଭାସ୍କର ଖିଲାର, ରମେଶ ଗୁପ୍ତା, ଅରିୟମ ସିଂ, ହିତେଶ ଦେହୁରୀ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ ।

Related Post