Fri. Apr 19th, 2024

ରଜନୀକାନ୍ତଙ୍କ ଷ୍ଟାଇଲ୍ ରେ ଏମ୍ଏସ୍ ଧୋନୀ, ଭାଇରାଲ୍ ହେଉଛି ମାସ୍ ଅପ୍ ଭିଡିଓ

rout.subhashree22@gmail.com' By Subhashree Rout Mar 30, 2018 #Featured
315 Views

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ କାଲା ଓ ଚେନ୍ନାଇ ସୁପର କିଙ୍ଗ୍ସର ଏକ ମୈସ୍ ଅପ୍ ଟିଜର୍ ରିଲିଜ ହୋଇଛି । ଏହି ଭିଡିଓରେ ରଜନ୍ତୀକାନ୍ତ, ମହେନ୍ଦ୍ର ସିଂ ଧୋନି, ହରଭଜନ ସିଂ, ମୁରଲୀ ବିଜୟ ଓ ଡ୍ରବେନ୍ ବ୍ରାବୋ ନଜର ଆସିଛନ୍ତି । ଭିଡିଓଟିର ଆରମ୍ଭରେ ହରଭଜନ ସିଂ ନାନା ପାଟେକର୍ଙ୍କ ଡାଏଲଗ୍ରେ ଲିପ୍ସିଙ୍କ୍ କରୁଛନ୍ତି । ଏହାପରେ ଟିଜର୍ରେ ମୁରଲୀ ବିଜୟ ଓ ୱେଷ୍ଟ ଇଣ୍ଡିଜ୍ ଖେଳାଳୀ ବ୍ରାବୋ ଦେଖାଯାଇଛନ୍ତି । ଶେଷରେ ମହେନ୍ଦ୍ର ସିଂ ଧୋନି କାଲା ଫିଲ୍ମରେ ଥିବା ରଜନୀକାନ୍ତଙ୍କ ଡାଏଲଗ୍ କହୁଛନ୍ତି । ଏହି ଭିଡିଓରେ ତାମିଲନାଡୁର ଦୁଇଟି ଚର୍ଚ୍ଚିତ ବିଷୟ ତଥା ଚେନ୍ନାଇ ସୁପର୍ କିଙ୍ଗ୍ସ ଓ କାଲାକୁ ସ୍ଥାନ ଦିଆଯାଇଛି । ଦର୍ଶକମାନେ ଆଇପିଏଲ୍ ଓ କାଲା ଉଭୟକୁ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି । ଆଇପିଏଲ୍ ଆସନ୍ତା ଏପ୍ରିଲରେ ଆରମ୍ଭ ହେବାକୁ ଯାଉଥିବା ବେଳେ କାଲା ଫିଲ୍ମ ଆସନ୍ତା ୨୭ଏପ୍ରିଲ୍ରେ ପରଦା ଉପରକୁ ଆସିବ ।

Related Post