Fri. Apr 19th, 2024

ମୋଦୀ ସରକାରଙ୍କୁ ରାମଦେବଙ୍କ ଟାର୍ଗେଟ୍, ବେରୋଜଗାରୀ ହେଉଛି ଭାରତ ମାତାଙ୍କ ମଥାର କଳଙ୍କ

By Naresh Kumar Jul 19, 2018 #Featured
338 Views

ନୂଆଦିଲ୍ଲୀ, ଜୁଲାଇ୧୯: ଏ ପର୍ୟ୍ୟନ୍ତ ମୋଦୀ ସରକାରଙ୍କର ନୀତି ଉପରେ ବାବା ରାମଦେବ ସମର୍ଥନ କରି ଆସୁଥିଲେ। ମାତ୍ର ବାବା ବାବା ରାମଦେବ ବେରୋଜଗାରୀ ମାମଲାରେ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି। ସେ ବେରୋଜଗାରୀକୁ ଭାରତ ମାତାଙ୍କ ମଥାର କଳଙ୍କ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ଦୂର କରିବାକୁ ବିଫଳ ହୋଇଛନ୍ତି । ରାମଦେବ ଭୋପାଳରେ କହିଛନ୍ତି ସମ୍ପୂର୍ଣ ଦେଶରେ ବେରୋଜଗାରୀ ଏକ ବଡ ପ୍ରଶ୍ନ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଦିଗରେ ଯେତେ କାମ କରିବା ଦରକାର ସେତିକି କାମ କରୁ ନାହାଁନ୍ତି ।

 ପତଞ୍ଜଳି ଏକ ମାସ ହେବ କେବଳ ସେଲ୍ସ ବିଭାଗରେ ୧୧,୦୦୦ ଲୋକଙ୍କୁ ଚାକିରୀ ଦେଇଛି । ଆଗାମୀ କିଛି ମାସ ପରେ ସେତିକି ଲୋକଙ୍କୁ ରୋଜଗାର ଦିଆଯିବ । ବେରୋଜଗାରୀ, ଗରିବୀ, ଭୋକରେ ମରିବା ହେଉଛି ଭାରତ ମାତା ପାଇଁ ଏକ କଳଙ୍କ । ଏହାକୁ ଶେଷ କରିବା ଆମ ଉଦ୍ଦେଶ୍ୟ ।

ରାମଦେବ ପେଟ୍ରୋଲ ଡିଜେଲରେ ବଢୁଥିବା ଦର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଥିଲେ କି ଯଦି ସରକାର ଚାହିଁବେ ତା ହେଲେ ଆଜି ମଧ୍ୟ ୩୫ରୁ ୪୦ ଟଙ୍କାରେ ପେଟ୍ରୋଲ ଡିଜେଲ ମିଳି ପାରିବ । କିନ୍ତୁ ସରକାରଙ୍କର ରାଜସ୍ଵ ଖାଲି ହୋଇଯିବ ବୋଲି ଡର ରହୁଛି । ଅନ୍ୟ ପଟେ ବିରୋଧୀ ଦଳ ଦେଶ ସାରା ବଢୁଥିବା ବେରୋଜଗାରୀକୁ ମରଂ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ କରୁଛନ୍ତି। ବିରୋଧି ଦଳ ଦାବି କରିଛନ୍ତି ଯେ, ମୋଦୀ ସରକାର ଅମଲରେ ରୋଜଗାର ହ୍ରାସ ପାଇଛି। ନୋଟବନ୍ଦୀ ଏହାର ବଡ କାରଣ ରହିଛି । ସେପଟେ ସରକାର ଦାବି କରୁଛନ୍ତି ଯେ, ଚାକିରୀରେ କୌଣସି ଅଭାବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ହେବ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଚାକିରୀର ଅଭାବ ଅପେକ୍ଷା ଚାକିରୀରେ ଫିଗର ସମସ୍ୟା ରହୁଛି । ବିରୋଧୀ ସ୍ୱଭାବିକ ଭାବରେ ଏହାର ସୁଯୋଗ ନେଇ ନିଜର ଇଚ୍ଛା ଅନୁସାରେ ଏହି ପ୍ରସଙ୍ଗକୁ ବ୍ୟବହାର କରି ଆମ ଉପରେ ଅଭିଯୋଗ ଲଗାଉଛନ୍ତି ।

Related Post