Thu. Apr 25th, 2024

ମଣିଷ ଜୀବନ ପାଇଁ ଯୋଗ ଅମୂଲ୍ୟ ଦାନ

manasranjanbiswal07@gmail.com' By Manas Ranjan Biswal Jun 22, 2018 #Featured
295 Views

ଯାଜପୁର ୨୧/୬: ମଣିଷ ଜୀବନ ପାଇଁ ଯୋଗ ଅମୂଲ୍ୟ ଦାନ । ଏହାର ବିକଳ୍ପ ନାହିଁ ।  ନିଜକୁ ସୁସ୍ଥ ଓ ନିରୋଗ ରଖିବାକୁ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ପ୍ରତ୍ୟେହ ଯୋଗାଭ୍ୟାସ ଦ୍ୱାରା ନିଜ ମନକୁୁ ଶାନ୍ତି, କର୍ମଠ ଓ ଚଳଚଞ୍ଚଳ ରଖିବାକୁ ଯାଜପୁର ଜିଲାସ୍ତରୀୟ ବିଶ୍ୱ ଯୋଗ ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ପାତାଞ୍ଜଳି ଯୋଗ ସମିତି, ଜିଲା ସଂସ୍କୃତି ପରିଷଦ ଓ ଅନ୍ୟାନ୍ୟ ସାମାଜିକ, ଆଧ୍ୟାତ୍ମିକ ଅନୁଷ୍ଠାନ ସହଯୋଗରେ ଭାରତ ସରକାରଙ୍କର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ ନିୟମାନୁୁସାରେ ଯାଜପୁର ଜିଲାସ୍ତରୀୟ ଆନ୍ତର୍ଜାତିୟ ଯୋଗ ଦିବସ ସଂସ୍କୃତି ଭବନ ପରିସରରେ ଗୁରୁବାର ପୁର୍ବାହ୍ନ ୬ଘଟିକାରୁ ଆରମ୍ଭ କରାଯାଇଥିଲା । ଏହି ଯୋଗ ଶିବିରକୁ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ମୟୁରଭଞ୍ଜ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ପୈାରପାଳ ଭବପ୍ରସାଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶରୀର, ମନ, ଆତ୍ମା ଓ ବୁଦ୍ଧିକୁ ଯୋଗ ଯୋଡ଼ିଥାଏ ବୋଲି ସୂଚନା ଦେଇଥିଲେ ।

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଯୋଗ ଏକ ବଳିଷ୍ଟ ମାଧ୍ୟମ । ପ୍ରତ୍ୟେକ ଘରେ ଘରେ ଏହି ଯୋଗଭ୍ୟାସ ନିୟମିତ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତସ୍ୱାଭିମାନ ଜିଲ୍ଲା ପ୍ରଭାରି ସୁବାଷ ଚନ୍ଦ୍ର ତ୍ରୀପାଠୀ ଅଧ୍ୟକ୍ଷତା କରିଥିଲେ । ଯୋଗାଚାର୍ଯ୍ୟ ମନ୍ମଥ କୁମାର ସାମଲ ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ପ୍ରଶିକ୍ଷକ ଭାବେ ଯୋଗାଭ୍ୟାସ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅନ୍ୟାନ୍ୟସଂଗଠନର ସଦସ୍ୟ ମାନେ ଯୋଗଦେଇଯୋଗ କରିଥିଲେ  । ଯୁବା ପ୍ରଭାରୀ ଉମାକାନ୍ତ ବିଶ୍ୱାଳସହଯୋଗ କରିଥିଲେ । ଏହି ଅବସରରେଯୋଗଦ୍ୱାରା କର୍କଟ ରୋଗରୁ ମୁକ୍ତ ହୋଇଥିବା ଇଂ ଶରତ ଚନ୍ଦ୍ର ମହାପାତ୍ର ଓ ପାର୍କିନ୍ସନ୍ ରୋଗରୁ ମୁକ୍ତ ହୋଇଥିବା ବୈଦ୍ୟନାଥ ସାମଲଙ୍କୁ ଅନୁଷ୍ଟାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସରୋଜ ଜେନା, ସନ୍ତୋଷ ସେଠୀ, ଆନନ୍ଦ ଚନ୍ଦ୍ର ସାହୁ, ଦୀଲିପ ସ୍ୱାଇଁ, ସୁରେନ୍ଦ୍ର ମିଶ୍ର, ଶରତ ମହାପାତ୍ର ପ୍ରମୁଖ ଆକର୍ଷଣୀୟ ଯୋଗ ପିରାମିଡ ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ପ୍ରବୋଧ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ଅଧ୍ୟାପକ ବଳରାମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଯୋଗ ଶିବିରରେ ପ୍ରାର୍ଥନା, ଶୀତଳିକରଣ, ଗ୍ରିବା ଚାଳନ, ଓଷ୍ଠାସନ, ସଲଭାସନ, ତାଡ଼ାସନ୍, ବୃକ୍ଷାସନ, ହସ୍ତପଦାସନ, ବଜ୍ରାସନ, ସବାସନ, ଅର୍ଦ୍ଧଫଳାସନ, ସେତୁବନ୍ଧାସନ, ପବନମୁକ୍ତାସନ ଓ ପ୍ରାଣାୟମ୍ ଇତ୍ୟାତି ଯୋଗାଭ୍ୟାସ କରାଯାଇଥିଲା ।

Related Post