Wed. Apr 24th, 2024

ବ୍ଲକ୍ କଂଗ୍ରେସ କମିଟି-୬ର ବୈଠକ ଅନୁଷ୍ଠିତ

rklsanchar@gmail.com' By J.N. Pradhan Jun 25, 2018 #Featured
115 Views

ରାଉରକେଲା: ବ୍ଲକ୍ କଂଗ୍ରେସ କମିଟି-୬ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବ୍ଲକ୍ କଂଗ୍ରେସ ସଭାପତି ରଘୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ସଭାପତି ରବି ରାୟ ଏବଂ କାର୍ଯ୍ୟକାରୀ ସଭାପତି ସବୀର ହୁସେନ ମୁଖ୍ୟ ଅତିଥି ଏବଂ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ୍ କଂଗ୍ରେସ କମିଟିର ପୁନର୍ଗଠନ ଏବଂ ବୁଥ୍ କମିଟି ଓ ସମସ୍ତ କମିଟିର ପୁନର୍ଗଠନ ତଥା କ୍ରିୟାଶୀଳ ପାଇଁ ସର୍ବସମ୍ମତିକ୍ରମେ ମତପ୍ରକାଶ ପାଇଥିଲା ।

ବ୍ଲକ୍ କଂଗ୍ରେସ କମିଟିରେ ଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବ୍ଲକ୍ କଂଗ୍ରେସ ସଭାପତି ରଘୁ ଦାସ, ଜିଲା କଂଗ୍ରେସ ସଭାପତିଙ୍କୁ ଅବଗତ କରାଇଥିଲେ । ବୈଠକରେ ପ୍ରମୋଦ ରାଉତରାୟ, ଦିଲୀପ ମହାନ୍ତି, ଭାସ୍କର ନାଏକ, ଅରବିନ୍ଦ ତିୱାରୀ, ପ୍ରଦୀପ ମହାପାତ୍ର, ଶକ୍ତି ନାଗ, ଶଙ୍କର ଦାସ, ଆଲ୍ଲାଦ ସିକ୍କା, ଧରମବୀର ଶର୍ମା ଓ ଅନ୍ୟମାନେ ଉପସ୍ଥିତ ରହିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Post