Fri. Mar 29th, 2024

ବିଭିନ୍ନ ଅନୁଷ୍ଠାନରେ ୭୨ତମ ସ୍ୱାଧୀନତା ଦିବସ ପାଳନ

rklsanchar@gmail.com' By J.N. Pradhan Aug 18, 2018 #Featured
373 Views

ରାଉରକେଲା, ୧୮/୮ : ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦେଶବ୍ୟାପି ପାଳିତ ହେଉଥିବା ୭୨ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି ।

ବ୍ରହ୍ମର୍ଷି ପରିବାର : ବ୍ରହ୍ମର୍ଷି ପରିବାର ରାଉରକେଲା ପକ୍ଷରୁ ଏନ୍.ପି. ସିଂଙ୍କ ଅଧ୍ୟକ୍ଷତାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଶ୍ରୀ ସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପରିବାରର ବରିଷ୍ଠ ସଦସ୍ୟ କେଶବ ସିଂହ ଦେଶ ପ୍ରତି ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ପବିତ୍ର ଅବସରରେ ବହୁ ଲୋକ ପରିବାରର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ପରିବାରର କଲ୍ୟାଣ ନିମନ୍ତେ ଏକ ସ୍ଥାୟୀ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ଭାବେ ରମେଶ ଶାସ୍ତ୍ରୀ, ଉପାଧ୍ୟକ୍ଷ ଭାବେ ଏ.କେ. ସିଂହ, ମହାସଚିବ ଭାବେ ନବଲ କିଶୋର ଶର୍ମା, ସଚିବ ଭାବେ ତ୍ରିଲୋକ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ କୌଶଳେନ୍ଦ୍ର ସିଂହ, ସହକୋଷାଧ୍ୟକ୍ଷ ଭାବେ ସତିଶ ସିଂହ, ସାଂସ୍କୃତିକ ସଚିବ ଭାବେ ମୁନିନ୍ଦର ସିଂହ ଏବଂ ୧୫ ଜଣଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି । ଏହି ଅବସରରେ ପ୍ରତିବର୍ଷ ଅଗଷ୍ଟ ୧୫ ତାରିକ ବ୍ରହ୍ମର୍ଷି ପରିବାର ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମହାସଭା ପକ୍ଷରୁ ୭୨ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଖଣ୍ଡାୟତ ମହାସଭା ଅଫିସ ଠାରେ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀ ଯଦୁମଣୀ ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କ ବକ୍ତବ୍ୟରେ ଭାରତର ସ୍ୱାଧିନତା ପାଇଁ ଯେଉଁ ମାନେ ପ୍ରାଣବଳି ଦେଇଥିଲେ, ବର୍ତ୍ତମାନ ଯେଉଁମାନେ ସ୍ୱାଧିନତା ରକ୍ଷା କରୁଛନ୍ତି ସେହି ବୀର ଜବାନ ମାନଙ୍କୁ ମନେ ପକାଇବା ପାଇଁ ଏ ଦିବସ ପାଳନ କରାଯାଉଛି । ସାଧାରଣ ସମ୍ପାଦକ ଶଶଧର ପାତ୍ର ତାଙ୍କ ବକ୍ତବ୍ୟରେ, ମହାସଭା ପ୍ରତିଥିବା ବିପଦକୁ କିଭଳି ମୁକାବିଲା କରାଯିବ କହିଥିଲେ । ବିଶ୍ୱନାଥ ଜେନା ପୂର୍ବ ପୂରୁଷ ମାନଙ୍କର ଗୌରବକୁ ମନେପକାଇଥିଲେ । ଏହି ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବାବାଜୀ ସ୍ୱାଇଁ, ଉଗ୍ରସେନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ମଙ୍ଗରାଜ, ଅଶୋକ ଜେନା, ବିଶ୍ୱନାଥ ଜେନା, ସୁରେନ୍ଦ୍ର କୁମାର ରାଉତ, ସନ୍ତୋଷ ବିଶ୍ୱାଳ, ସୁବ୍ରତ ମଲ୍ଲିକ, ନାରାୟଣ ସାମଲ, ବସନ୍ତ ଜେନା, କାର୍ତ୍ତୀକ ଖଣ୍ଡୁଆଳ, ଅନନ୍ତ ଚରଣ ସ୍ୱାଇଁ, ସନ୍ତୋଷ କୁମାର ପ୍ରଧାନ, କିଶୋର କୁମାର ନାୟକ ଓ ରଥିନ୍ଦ୍ରନାଥ ପ୍ରଧନ ପ୍ରମୁଖ ଉପସ୍ଥିତ ଥିଲେ ।

ଆର୍ଏସ୍ପି ହାଉସ୍ ଓନର୍ସ ୱେଲଫେୟାର ଆସୋସିଏସନ : ଆର୍ଏସ୍ପି ହାଉସ୍ ଓନର୍ସ ୱେଲଫେୟାର ଆସୋସିଏସନ ପକ୍ଷରୁ ୭୨ତମ ସ୍ୱାଧୀନତା ଦିବସ ସେକ୍ଟର-୨ ସ୍ଥିତ ସି-୫୬ ପରିସରରେ ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ କର୍ମକର୍ତ୍ତା ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଶତପଥୀଙ୍କ ସମେତ ସାଧାରଣ ସମ୍ପାଦକ ଗୋପୀନାଥ ପଟ୍ଟନାୟକ, ଉପସଭାପତି କେ.ଏନ୍. ଆଚାର୍ଯ୍ୟ ଓ ଏ.ସି. ବରାଳ ପ୍ରମୁଖ ଯୋଗ ଦେଇ ଜାତୀୟ ଦିବସ ପାଳନର ତାତ୍ପର୍ଯ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ଆଦିବାସୀ କଲ୍ୟାଣ ସମିତି : ଜଗଦା ସ୍ଥିତ ଗୋପାଳଟୋଲି ଠାରେ ଆଦିବାସୀ କଲ୍ୟାଣ ସମିତି ଆନୁକୂଲ୍ୟରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଆଇନ୍ଜୀବୀ ମୋତିଲାଲ ଚୌଧୁରୀ ଏଥିରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀମାନେ ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଶ୍ରୀ ଚୌଧୁରୀ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସମ୍ବିଧାନରେ ଉଲ୍ଲେଖ ଥିବା ଆଦିବାସୀଙ୍କ ହକ୍ ଓ ଅଧିକାରୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିରୁଆ ଓରାମ, ଚକ୍ରଧର ମହାନ୍ତ, ଅଷାଢୁ ମହାନ୍ତଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରାଯାଇଥିଲା । ସଭାପତି ସୁନାରାମ ମାଝି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ କଷ୍ଟଲବ୍ଧ ସ୍ୱାଧୀନତାକୁ ଭବିଷ୍ୟତ ପିଢିଙ୍କ ପାଇଁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଯଦୁନାଥ ହେମ୍ବ୍ରମ, ଜାଗରଣ ତିର୍କୀ, ମହୁଲି ଓରାମ, ବାନ୍ଦେ ଏକ୍କା, ସି.କୁଲୁ, ସୁରଜ ମୁର୍ମୁ, ମାଦୁ ସୁରିନ, ମାଧୁରୀ ମହାନ୍ତ, ଗାନ୍ଧି ଟପ୍ପୋ, ରାଜେଶ୍ୱର ମହାନ୍ତ, ରିନାରାଣୀ ମାଝି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିମ୍ସ : ରିମ୍ସ ପରିସରରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରିମ୍ସର (ୟୁଜି) ପ୍ରିନ୍ସିପାଲ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ରିମ୍ସର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଉତ୍ସବରେ ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ, ଡାଇରେକ୍ଟର ଇନ୍ଚାର୍ଜ ଡ.କେ.କେ. ପାତ୍ର, ରିମ୍ସ ଗ୍ରୁପ ଅଫ୍ ସେକ୍ରେଟାରି ଡ.ଆର୍ଯ୍ୟ ପଟ୍ଟନାୟକ, ଡାଇରେକ୍ଟର (ଆର୍ଆଣ୍ଡଡି) ଡ.ଶ୍ରୀକୁମାର ନିଜର ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଉଲ୍ଲେଖ କରିଥିଲେ । ଛାତ୍ରଛାତ୍ରୀମାନେ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ଶିକ୍ଷା ସହ କିପରି ସମାଜ ଗଠନରେ ବ୍ରତୀ ହୋଇପାରିବେ ତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ଡିଜିଟାଲ ଭାରତ ଗଠନ କାର୍ଯ୍ୟକ୍ରମ ଯେଉଁ ଭଳି ଅଗ୍ରସର ହେଉଛି ସେଥିରେ କିପରି ନିଜକୁ ସାମିଲ୍ କରିପାରିବେ ସେ ନେଇ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ସମାଜ ବ୍ୟବସ୍ଥାରେ ସମାଜର ଉନ୍ନତି କରିବା ପାଇଁ ବି ସ୍କୁଲର ଛାତ୍ରଛାତ୍ରୀଙ୍କ ଗୁରୁଦାୟିତ୍ୱ । ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହ ସୁସମ୍ପର୍କ ରଖି ଜ୍ଞାନ ଅର୍ଜନ କରିବା ଉଚିତ୍ । କାର୍ଯ୍ୟକ୍ରମକୁ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପ୍ରଧାନ ପରିଚାଳନା କରିଥିଲେ ।

ଲକ୍ଷ୍ୟ କିଡ୍ସ ସ୍କୁଲ : ଝିରିପାଣି ସ୍ଥିତ ଲକ୍ଷ୍ୟ କିଡ୍ସ ସ୍କୁଲରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଟୁନୁ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓକିଲ ସଂଘ ସଭାପତି ସତ୍ୟପଦ ଶର୍ମା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉପଲକ୍ଷେ ସ୍କୁଲର କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷୟିତ୍ରୀ ଅନୀତା ସୁଷମା, ସୁଜାତା ସାମଲ, ଅରୁନ୍ଧତି ରାଉତ, ମୁନମୁନ ପୃଷ୍ଟି, ତନଭି ସିଂ, ଅନୀତା ବଡାଇକ, ସନ୍ଧ୍ୟା ସାହୁ, ଚିନୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବହୁ ଅଭିଭାବକମାନେ ଉପସ୍ଥିତ ଥିଲେ ।

ଗୃହସ୍ଥୀ ଉଦ୍ୟୋଗ : ଗୃହସ୍ଥୀ ଉଦ୍ୟୋଗରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗୃହସ୍ଥୀ ଉଦ୍ୟୋଗ ସିଏମ୍ଡି ଗଣେଶ ପ୍ରସାଦ ବାଗାଡିଆ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀ, କର୍ମଚାରୀ ତଥା ଅନ୍ୟମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଉଦ୍ୟୋଗ ନିର୍ଦ୍ଦେଶିକା ମଞ୍ଜୁଦେବୀ ବାଗାଡିଆ ଓ ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ସୁବାଷ ଚନ୍ଦ୍ର ରାଠୋଡ ମଧ୍ୟ ସମସ୍ତଙ୍କୁ ଜାତୀୟ ଦିବସ ପାଳନ ଉପରେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିବା ବେଳେ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୃହସ୍ଥୀ ଉଦ୍ୟୋଗର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ : ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇଙ୍କ ସେକ୍ଟର-୩ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ୭୨ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନଗର ସଭାପତି ସୁଧୀର ସୁନ୍ଦର ରାୟ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ସୁନ୍ଦରରାୟ ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷମାନେ ବଳିଦାନ ଦେଇଥିଲେ ସେମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜୟା ରଖିବା ପାଇଁ ଜନସାଧାରଣ ସଜାଗ ରହିବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥପାଲୀ ବିଜେଡିର ବରିଷ୍ଠ ସଦସ୍ୟ ପି.କେ. ମହାନ୍ତି, ବାବାଜୀ ସ୍ୱାଇଁ, ପ୍ରହ୍ଲାଦ ନାୟକ, ବନମାଳି ବେହେରା, ବଂଶୀଧର ପରିଡା, ସୁରେନ୍ଦ୍ର ତାଣ୍ଡି, ଆର୍ତ୍ତ ମହାରଣା, ଅପୂର୍ବ ରଞ୍ଜନ ଦାସ, ଅଶୋକ ଜେନା, ବିକାଶ ଚୌଧୁରୀ, ଭୂଷଣ ସେଠୀ, ରାଜକିଶୋର ନାୟକ, ପ୍ରଭାତ କବି, ସତ୍ୟନାରାୟଣ ସାହୁ, ଶେଷ ବଘାର, ପ୍ରଫୁଲ୍ଲ ମହାନନ୍ଦ, ଚନ୍ଦ୍ରମଣି କଂସାରୀ, ମାନସ ନାୟକ, ସରୋଜ ସାମଲ, ପ୍ରମୋଦ ସେଠୀ, ସୁଜିତ ସାହୁ, ରାଜୁ ନାୟକ, ପ୍ରଫୁଲ୍ଲ ମହାଳିକ, ସରୋଜ ପ୍ରଧାନ, ଶ୍ରୀକାନ୍ତ ରାଉତ, ଉମା ନାୟକ, ଜୟନ୍ତୀ ନାୟକ, ସୁଜାତା ନାୟକଙ୍କ ସମେତ ଦଳୀୟ ସଦସ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ସଚେତନ ନାଗରିକ ମଂଚ : ରାଉରକେଲା ସଚେତନ ନାଗରିକ ମଂଚ ତରଫରୁ ଦେଶର ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସେକ୍ଟର-୫ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଉରକେଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମୁଖ୍ୟ, ନାରାୟଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାଶ ତାଙ୍କ ଉଦ୍ବୋଧନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ବିଶଦ ଭାବେ ଆଲୋକପାତ କରିବା ସହ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ବଟକୃଷ୍ଣ ପଣ୍ଡା ଯୋଗଦେଇ ଗାନ୍ଧୀ, ନେହରୁ, ଗୋପବନ୍ଧୁ, ନେତାଜୀଆଦିଙ୍କ ସ୍ମୃତିଚାରଣ କରିବା ସହ ଦେଶର ଅସଂଖ୍ୟ ବୀର ସନ୍ତାନମାନଙ୍କ ଅପୂର୍ବ ଦେଶପ୍ରେମ, ତ୍ୟାଗ ଓ ବଳିଦାନ ଯୋଗୁଁ ଆମେ ସ୍ୱାଧୀନତା ହାସଲ କରିପାରିଛେ ବୋଲି କହିଥିଲେ । ପ୍ରାରମ୍ଭରେ ମଂଚର ସାଧାରଣ ସଂପାଦକ ପି.ପି.ରାୟ ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ଜଗବନ୍ଧୁ ଜେନା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପୀତବାସ ମିଶ୍ର, ଶିବ ଚରଣ ବୋଇତି, ଚିତରଞ୍ଜନ ଦାସ, ଜଟାଧାରୀ ମାଝି, ମିନତି ଦେବତା, ଭରତ ଚନ୍ଦ୍ର ଦାସ, ବିଶ୍ୱନାଥ ପଟ୍ଟନାୟକ, ବିଶ୍ୱନାଥ ଜେନା, ଭରତ ଚନ୍ଦ୍ର ପରିଡ଼ା, ଅକ୍ଷୟ କୁମାର ସାମଲ, ସୁବ୍ରତ ମଲ୍ଲିକ, ସୁରେଶ ଚନ୍ଦ୍ର ଗୁପ୍ତା, ରମେଶ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁକଦେବ କୁଅଁର, କୁଞ୍ଜବିହାରୀ ରାଉତ, ସେନାପତି ନାୟକ, ପ୍ରଭାସ କୁମାର ରାଉତ, ହରିହର ବେହେରା, ମହେଶ ଚନ୍ଦ୍ର ପଲେଇ, ଡ. ଦୁଃଖିଶ୍ୟାମ ସେନାପତି, ଡ. ବସନ୍ତ କୁମାର ଦାଶ, ପାର୍ଥସାରଥି ମହାପାତ୍ର, ରଞ୍ଜନ କୁମାର ଲେଙ୍କା, ରଘୁବର ଧଳ, ଅନ୍ତର୍ଯ୍ୟାମୀ ଦାସ, ବି.ସି.ସାମଲ, ମାୟାଧର ଦାସ, ଗୁରୁଚରଣ ଦାସ, ବନମାଳୀ ବାରିକ, ଅମୂଲ୍ୟ ବରାଳ, ଜ୍ଞାନ ରଞ୍ଜନ ମିଶ୍ର, କିଶୋରୀ ମୋହନ କର, ପ୍ରଶାନ୍ତ ସ୍ୱାଇଁ, ତ୍ରିଲୋଚନ ପଟ୍ଟନାୟକ, ବୈଦ୍ୟନାଥ ମିଶ୍ର, ସୁରମା ମିଶ୍ର, ଚିତରଞ୍ଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ବି.କେ.ବେହେରା, ରବି ନାରାୟଣ ବେହେରା, ଗୁରୁଚରଣ ସାହୁଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Related Post