Fri. Apr 19th, 2024

ବରିଷ୍ଠ ସିନେ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ଦେହାନ୍ତ

rout.subhashree22@gmail.com' By Subhashree Rout May 10, 2018 #Featured
299 Views

ଆଜି ସକାଳ ୯ଟା ସମୟରେ ବରିଷ୍ଠ ସିନେ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କର ଭୁବନେଶ୍ୱର ସ୍ଥିତ ଆଦିତ୍ୟ କେୟାର ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ରାଧାନାଥଙ୍କୁ ୫୬ ବର୍ଷ ହୋଇଥିଲା । ରାଧାନାଥ ଦୀର୍ଘଦିନ ଧରି କିଡ୍ନି ଓ ହୃଦରୋଗ ଜନିତ ସମ୍ୟାସରେ ପିଡୀତ ହୋଇ ଚିକିତ୍ସିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମନ୍ଦାକିନୀ ମହାପାତ୍ର, ପୁଅ ଏବଂ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ରାଧାନାଥଙ୍କ ମୃତ୍ୟୁରେ ସାମ୍ବାଦିକଜଗତ ସହ ସିନେ କଳାକାରଙ୍କ ମହାଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରରେ ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ, ଅଭିନେତା ମିହିର ଦାସ, ଫିଲ୍ମ ନିର୍ଦ୍ଦେଶକ ପ୍ରଣବ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଧାନାଥ ୧୯୬୨ ମସିହାରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ସିନେ ସମ୍ବାଦ ପତ୍ରିକାର ସହଯୋଗୀ ସମ୍ପାଦକ ଥିଲେ । ପରେ ଧରିତ୍ରୀ, ସମୟ, ପ୍ରମେୟ, ଓଡିଆ ମନୋରଞ୍ଜନ ଚ୍ୟାନେଲ ତରଙ୍ଗ ଏବଂ ଶେଷରେ ଗତ ୨୦୧୫ ମସିହାରୁ ସେ ଦୈନିକ ଖବରକାଗଜ ନିତିଦିନର ଫିଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ସେ ଓଡିଶା ସିନେ କ୍ରିଟିକ୍ ଆସୋସିଏସନ୍ର ପ୍ରତିଷ୍ଠାତା ସଦସ୍ୟ ଥିବା ସହ ଏହାର ଉପସଭାପତି ମଧ୍ୟ ଥିଲେ ।

Related Post