Wed. Apr 24th, 2024

ପାଟଣାଗଡ ବୋମା ବିସ୍ଫୋରଣ : ଗିରଫ ହେଲେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ

rout.subhashree22@gmail.com' By Subhashree Rout Apr 24, 2018 #Featured
234 Views

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରେ ଏକ ବଡ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଘଟଣାରେ କ୍ରାଇମବ୍ରାଞ୍ଚର ସନ୍ଦେହରେ ଥିବା ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରାଯାଇଛି । ଅଧ୍ୟକ୍ଷ ପଦବୀକୁ ନେଇ ପୁଞ୍ଚିଲାଲ ଷଡଯନ୍ତ୍ର କରିଥିବାର କହିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ପୁଞ୍ଜିଲାଲ ଘରୁ ପୋଲିସ ବାରୁଦ ସହ ଅନ୍ୟ ବିସ୍ଫୋରକ ସାମ୍ରଗୀ ମଧ୍ୟ ଜବତ କରିଥିଲା, ପୁଞ୍ଜିଲାଲର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ପୋଲିସ ଖୋଜୁଛି ।
ଗତକାଲି ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇ ଜେରା କରିଥିଲା । ତଦନ୍ତ ପ୍ରଭାବିତ ହେବା ନେଇ ପୋଲିସ ଏ ନେଇ କୌଣସି ସୂଚନା ଦେଉନଥିଲା । ଏହାସହ କୋରିୟର୍ ପହଞ୍ଚାଇଥିବା କୋରିୟର ବଏ ସହ ସମ୍ପୃକ୍ତ ସଂସ୍ଥାର ମାଲିକକୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖରଙ୍କ ମା’ ଭଇଁସା କଲେଜର ଅଧ୍ୟାପିକା ଅଛନ୍ତି । ସୂଚନା ଅନୁସାରେ କଲେଜର ଅଧ୍ୟକ୍ଷ ପଦ ପାଇଁ ସୌମ୍ୟଶେଖରଙ୍କ ମା’ଙ୍କ ସହ ପୁଞ୍ଜିଲାଲଙ୍କ ମନୋମାଳିନ୍ୟ ହୋଇଥିଲା । ଘଟଣାକୁ ପ୍ରାୟ ଦୁଇମାସ ହୋଇଯାଇଥିଲେ ବି ଏହା ଉପରୁ ସମ୍ପୂର୍ଣ୍ଣ ଭାବେ ପରଦା ଉଠିପାରିନି ।

Related Post