Fri. Apr 26th, 2024

ପରଲୋକରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ

rout.subhashree22@gmail.com' By Subhashree Rout May 10, 2018 #Featured
358 Views

ଆଉ ନାହାନ୍ତି ବିଶିଷ୍ଟ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ, ସ୍ତମ୍ଭକାର ଓ ଟିଭି ଉପସ୍ଥାପକ ଚନ୍ଦ୍ରଭାନୁ ପଟ୍ଟନାୟକ । ଗତ ବୁଧବାର ମେ’ ୯ ତାରିଖ ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୬୦ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୪ ବର୍ଷ ହେବ ସେ ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ । ଚନ୍ଦ୍ରଭାନୁଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ପୁଷ୍ପଲତା ପଟ୍ଟନାୟକ, ପୁଅ ଚିତ୍ରଭାନୁ ଓ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସାମ୍ବାଦିକ, ସାହିତ୍ୟିକ ତାଙ୍କ ବାପୁଜୀନଗର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।
ଚନ୍ଦ୍ରଭାନୁ ପଟ୍ଟନାୟକ ୧୯୮୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ଏମ୍ଏ ପାସ୍ କରିବା ପରେ ସେ ଭୁବନେଶ୍ୱର ଏକାମ୍ର କଲେଜରେ କିଛି ବର୍ଷ ଅଧ୍ୟାପନା କରିଥିଲେ । ଏହାପରେ ସେ ଦୈନିକ ଖବରକାଗଜ ସମ୍ବାଦର ବ୍ୟୁରୋ ମୁଖ୍ୟ ଓ ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ପରେ ଚନ୍ଦ୍ରଭାନୁ ପାକ୍ଷିକ ସମ୍ବାଦ ଓ ସମୀକ୍ଷା ପତ୍ରିକା ‘ଶତାବ୍ଦୀ’ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଦୈନିକ ଖବରକାଗଜ ସମାଜର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ସେ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ସମାଜର ସର୍ବକନିଷ୍ଠ ସମ୍ପାଦକ । ଏହାସହ ସେ ଦୈନିକ ଖବରକାଗଜ ସମୟ ଓ ଏସ୍ଟିଭିର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

Related Post