Fri. Apr 26th, 2024

ଧଳ ସାମନ୍ତଙ୍କ କଳା ସାମ୍ରାଜ୍ୟ ଓ ନେତାମାନଙ୍କର କଳାରଙ୍ଗର ନିରୀହତା

By Kedar Mishra Feb 20, 2016 #Featured
333 Views

କେଦାର ମିଶ୍ର
– ମୁଁ ତାଙ୍କର ଅପରାଧୀ ପୃଷ୍ଠଭୂମି ବିଷୟରେ ଜାଣିଥିଲି, ହେଲେ ରକ୍ତଦାନ ଭଳି ମହାନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥିଲି । ଏହା କୌଣସି ଅପରାଧ ନୁହେଁ ।
(ଦେବାଶିଷ ସାମନ୍ତରାୟ, ବିଧାୟକ, ବାରବାଟୀ, କଟକ)
ସାମାଜିକ ଜୀବନରେ ସବୁଲୋକଙ୍କର ସବୁକଥା ଜାଣିବା ସମ୍ଭବ ନୁହେଁ । ବନ୍ଧୁ ସମୀର୍ ଦେଙ୍କ କଥାରେ ମୁଁ ସେଠାକୁ ଯାଇଥିଲି । ଯାହାକି ମୋର ଭୁଲ୍ ଥିଲା ।
(ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ)
ସେମାନେ ଯଦି ଅପରାଧୀ ତାଙ୍କୁ ପୋଲିସ୍ ଗିରଫ କରୁନଥିଲା କାହିଁକି ? ମୁଁ ଜାଣିଥିଲି ସେ ଅପରାଧ ସହ ଜଡ଼ିତ, ହେଲେ ତା’ ନାଁରେ ଆଉ କୌଣସି ମାମଲା ନାହିଁ ବୋଲି ସେ କହିଥିଲା ।
(ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କଂଗ୍ରେସ ନେତା)
ଜଣେ ବନ୍ଧୁ ମୋତେ ଡାକିଲେ, ଏକ ମହତ୍ କାର୍ଯ୍ୟରେ ଯୋଗଦେବାକୁ ମୁଁ ସେଠାକୁ ଯାଇଥିଲି । ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଚିହ୍ନିନଥିଲି ।
(ଜଷ୍ଟିସ୍ ଏ.ଏସ୍. ନାଇଡୁ, ପୂର୍ବତନ ବି•ରପତି)

2
ଏସବୁ ମତ ଓ ମନ୍ତବ୍ୟ ଗତ ସପ୍ତାହେ ଧରି ଆମେ ଶୁଣିଆସୁଛୁ । ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶାରେ •ଞ୍ଚଲ୍ୟ ସୃଷ୍ଟି କରି କଟକ-ଭୁବନେଶ୍ୱର ପୋଲିସ୍ କମିଶନର୍ ଦୁଇଜଣ ବଡ଼ ଅପରାଧୀଙ୍କୁ ଗିରଫ କଲେ । ଗିରଫଦାରୀ ପରେ ଓଡ଼ିଶାର ମିଡ଼ିଆ ଜଗତରେ କାହାଣୀ ଲମ୍ବି •ଲିଲା । ଦୁଇକୋଟି ତେଷଠି ଲକ୍ଷ ଟଙ୍କା ସମେତ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହେବାର ଛବି ପ୍ରକାଶ ପାଇଲା । କଟକର ଦୁଇ କୁଖ୍ୟାତ ଅପରାଧୀ ସୁଶୀଲ୍ ଓ ସୁଶାନ୍ତ ଧଳ ସାମନ୍ତଙ୍କୁ ପୋଲିସ୍ ଗିରଫ କରିବା ଘଟଣାକୁ ଏକ ବଡ଼ ସଫଳତା ବୋଲି ପ୍ର•ର କରାଗଲା । ତେବେ ସୁଶାନ୍ତ ଓ ସୁଶୀଲ୍ ଧଳ ସାମନ୍ତ ମାଫିଆ ଡନ୍ର ପରିଚୟ ପାଇବା ପୂର୍ବରୁ ସାଧାରଣ ଜୀବନରେ କେଉଁ ଭୂମିକାରେ ଥିଲେ, ଏହି ପ୍ରଶ୍ନ ଆଜି ପ•ରିବାକୁ ପଡ଼ିବ ।

5
ମାତ୍ର ୧୫ ଦିନ ଆଗରୁ ଏହି ଦୁଇଭାଇ ଥିଲେ ଗଣମାଧ୍ୟମରେ ବିଶିଷ୍ଟ ସମାଜସେବୀ । ସୁଶୀଳ ଧଳ ସାମନ୍ତଙ୍କ ନେତୃତ୍ୱରେ କଟକ ନଗର ଯୁବ ସଂଗଠନ ଜାନୁଆରୀ ୯ ଓ ୧୦ ତାରିଖ ଦୁଇଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଏଡି ଆୟୋଜନରେ ଓଡ଼ିଶାର ସବୁ ପ୍ରମୁଖ ରାଜନୈତିକ ଦଳର ମୁଣ୍ଡିଆଳମାନେ ଯୋଗଦେଇ ଧଳ ସାମନ୍ତଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷାରେ ସୁଶୀଳ ଥିଲେ ତାଙ୍କର ସାନଭାଇ, ଯାହାକୁ ସହଯୋଗ କରିବା ତାଙ୍କର ନୈତିକ ଦାୟିତ୍ୱ । କେବଳ ରକ୍ତଦାନ ଶିବିର ନୁହେଁ, ଇଦ୍ ମିଳନ, ସାଇକେଲ୍ ଶୋଭାଯାତ୍ରା, ନେତାଜୀ ଓ ବିବେକାନନ୍ଦ ଜୟନ୍ତୀ ତଥା ଅନ୍ୟାନ୍ୟ ବହୁ ସାମାଜିକ କାର୍ଯ୍ୟରେ ଆୟୋଜନ ଧଳସାମନ୍ତ କରିଥିଲେ ଓ ସେଥିରେ ବହୁ ପଦସ୍ଥ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇଛନ୍ତି । ଏହି ପଦସ୍ଥ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଝାରଖଣ୍ଡର ରାଜ୍ୟପାଳ, ପୂର୍ବତନ ହାଇକୋର୍ଟ ବି•ରପତି, ପୂର୍ବତନ ପୋଲିସ୍ ମହାନିଦେ୍ର୍ଦଶକ, କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଆହୁରି ଅନେକ । ସମସ୍ତଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ବହୁ ପରିମାଣରେ ପ୍ରସାରିତ ।

group
ଜଣେ କୁଖ୍ୟାତ ଅପରାଧୀ ଯାହାଙ୍କ ପାଖରେ ବହୁ ପରିମାଣରେ କଳାଟଙ୍କା ରହିଛି ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ରହିଛି, ତାଙ୍କ ବିଷୟରେ ଏହି ବିଶିଷ୍ଟ ବ୍ୟକ୍ତିମାନେ କିଛି ଜାଣିନଥିଲେ ବୋଲି ଭାବିବା ନିର୍ବୋଧତା ହେବ । ଧଳ ସାମନ୍ତଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ଊଣା ଅଧିକେ କଟକବାସୀ ଜାଣନ୍ତି । ସେଥିରେ ଲୋକପ୍ରତିନିଧି ଓ ବିଶିଷ୍ଟ ମାନେ ସେମାନଙ୍କ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ଭାବିବା ସେମାନଙ୍କର ପ୍ରଜ୍ଞା ପ୍ରତି ଅବମାନନା ହେବ । ସରଳ ଭାଷାରେ କହିବାକୁ ଗଲେ, ସମସ୍ତେ ସବୁକିଛି ଜାଣି ସମାଜସେବା ଆଳରେ ଦୁଇଜଣ ଅପରାଧୀଙ୍କୁ ସାମାଜିକ ପ୍ରତିଷ୍ଠା ଦେବାରେ ସହାୟତା କରୁଥିଲେ । ଏହା ମାନିବାକୁ ପଡ଼ିବ ।
ଗତ କୋଡ଼ିଏ ବର୍ଷ ଧରି ବହୁ ହତ୍ୟାକାଣ୍ଡ, ରାହାଜାନି, ଟେଣ୍ଡର୍ ଫିକ୍ସିଂ ଇତ୍ୟାଦି ଅପରାଧ ସହ ଧଳସାମନ୍ତ ଭ୍ରାତା ଜଡ଼ିତ ରହି ଆସିଛନ୍ତି । ସେମାନଙ୍କ ନାଁରେ ବହୁ ମାମଲା ରହିଛି । ପୂର୍ବରୁ ସୁଶୀଳଙ୍କ ଉପରକୁ ପୋଲିସ୍ ଗୁଳି ମଧ୍ୟ ଚଳାଇଛି । ଯେଉଁ ପୋଲିସ୍ ଅଧିକାରୀ ସୁଶୀଳଙ୍କ ଉପରକୁ ଗୁଳି ଚଳାଇଥିଲେ ତାଙ୍କୁ ପ୍ରଶାସନରେ ବହୁମୂଲ୍ୟ ଦେବାକୁ ପଡ଼ିଛି । ମୋଟାମୋଟି କହିବାକୁ ଗଲେ, ଧଳସାମନ୍ତଙ୍କ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ରାଜନୈତିକ ନେତା, ପୋଲିସ୍ ଓ ପ୍ରଶାସନର ପରୋକ୍ଷ ସମର୍ଥନ ସବୁବେଳେ ରହିଆସିଛି । ଆଜି କଥା ପ୍ରଘଟ ହୋଇଗଲା ପରେ ସମସ୍ତେ ନିଜର ନିରୀହତା ଦେଖାଇବାକୁ •ହୁଁଛନ୍ତି । ତେବେ ଏହି ନିରୀହତା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଅପରାଧୀମାନଙ୍କଠାରୁ ରାଜନୈତିକ ଫାଇଦା ଉଠାଇବା ଓ ସେମାନଙ୍କୁ ଭୋଟ୍ ରାଜନୀତିରେ ବ୍ୟବହାର କରିବା ପାଇଁ ନେତାମାନେ ସବୁବେଳେ ଉଦ୍ୟମ କରି ଆସିଛନ୍ତି । ତଥାକଥିତ ଲୋକସମର୍ଥନ ଯୋଗାଡ଼ରେ ବାହୁବଳୀମାନଙ୍କର ଭୂମିକା ସବୁବେଳେ ରହିଆସିଛି । ଦଳମତ ନିର୍ବିଶେଷରେ ସମସ୍ତେ ଅପରାଧୀମାନଙ୍କଠାରୁ ସାହାଯ୍ୟ ନିଅନ୍ତି ଓ ପ୍ରତିବଦଳରେ ସେମାନଙ୍କ ସାମ୍ରାଜ୍ୟକୁ ବିକଶିତ ହେବାରେ ସହଯୋଗ କରନ୍ତି । କଟକର ସବୁ ଛାମୁଆ ନେତା ଧଳ ସାମନ୍ତଙ୍କ କଳା ସାମ୍ରାଜ୍ୟରୁ କିଛି କିଛି ମହୁ ସଂଗ୍ରହ କରିଛନ୍ତି । ପ୍ରତିବଦଳରେ ଧଳସାମନ୍ତଙ୍କୁ ମହାପୁରୁଷ ବୋଲି ବନ୍ଦାଣ କରିଛନ୍ତି । ଆଜି ହଠାତ୍ ଗଣମାଧ୍ୟମରେ ନିନ୍ଦିତ ହେଲା ପରେ ନିଜ ଲାଜ ଲୁ•ଇବାକୁ ସେମାନଙ୍କ ନିରୀହତା ଲୋକଙ୍କ ଆଖିରେ ଛଳନା ହୋଇ ଦିଶୁଛି ।

rajasri
ଧଳସାମନ୍ତ କେବଳ ସମାଜସେବୀ ନଥିଲେ, ସେମାନେ ନିଜ ତରଫରୁ ଗୋଟେ ଖବରକାଗଜ ମଧ୍ୟ ପ୍ରକାଶ କରୁଥିଲେ । ବର୍ଷ ବର୍ଷ ଧରି ସୁଶୀଳ ଧଳ ସାମନ୍ତ ଗୋଟେ ସାପ୍ତାହିକ ପତ୍ରିକାରେ ଦେଶର ରାଜନୀତି ଓ ଅର୍ଥନୀତିକୁ ନେଇ ବହୁ ପ୍ରବଚନ ଦେଇଛନ୍ତି । ତାଙ୍କ ପତ୍ରିକାରେ ଓଡ଼ିଶାର ବହୁ ବଡ଼ ବଡ଼ ସାମ୍ବାଦିକ ଓ ସ୍ତମ୍ଭକାର ଲେଖା ଛପାଇଛନ୍ତି । ଏପଟେ ପୋଲିସ୍ କହୁଛି ଏମାନେ ଥିଲେ ପଳାତକ ଅପରାଧୀ । କେଉଁଠିକୁ ଏମାନେ ପଳାଇଥିଲେ । କଟକ, ଭୁବନେଶ୍ୱରର ସବୁଠୁ ପ୍ରଭାବଶାଳୀ ଲୋକମାନଙ୍କ ଗହଣରେ ଏମାନେ ଆତଯାତ ହେଉଥିଲେ । ୟାଙ୍କ କଳାଟଙ୍କା ସାହାଯ୍ୟରେ ରାଜନୈତିକ ସଭା ଓ ର୍ୟାଲି ଆୟୋଜିତ ହେଉଥିଲା । ସବୁ ଦଳ ୟା’ଙ୍କ ସମର୍ଥନ ପାଉଥିଲେ ଓ ସମର୍ଥନ ଦେଉଥିଲେ । ତଥାପି ପୋଲିସ୍ ଏମାନଙ୍କୁ ଧରି ପାରୁନଥିଲା କାହିଁକି ?

papaer
ଏହି ଘଟଣାର ଆଉ ଏକ ଦିଗ ହେଉଛି ପୋଲିସ୍ର ଜାଣିସିଆଣା ଆଚରଣ । ଧଳସାମନ୍ତଙ୍କର ଗୋଟେ ସହଯୋଗୀଙ୍କ ହତ୍ୟା ଅଭିଯୋଗ ଆସିବା ପରେ କଟକ ପୋଲିସ୍ ଏତଲା ରଖିନଥିଲା । ଏହା ପୂର୍ବରୁ ମଧ୍ୟ ଧଳସାମନ୍ତଙ୍କ ବହୁ ସହଯୋଗୀ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ସମ୍ପର୍କରେ ପୋଲିସ୍ କୌଣସି ତଦନ୍ତ କରିନାହିଁ । ଏହି ନିର୍ଦ୍ଦିଷ୍ଟ ମାମଲାରେ ଅଦାଲତଙ୍କ ନିଦେ୍ର୍ଦଶ ପରେ ଯାଇ ପୋଲିସ୍ ଧଳସାମନ୍ତଙ୍କୁ ଗିରଫ କରିଛି । ତେବେ ଏଥରର ଗିରଫଦାରୀ ନିଶ୍ଚିତ ଭାବରେ ପ୍ରଭାବଶାଳୀ । ଧଳ ସାମନ୍ତଙ୍କ କଳା ଅର୍ଥ କାରବାର ଓ ଅସ୍ତ୍ରଶସ୍ତ୍ର ଯୋଗାଡ଼କୁ ପୋଲିସ୍ ଭଣ୍ଡୁର କରିଛି । ଘଟଣାଟି କେବଳ ସେତିକିରେ ସୀମିତ ରହିଲେ ଚଳିବ ନାହିଁ । ଧଳ ସାମନ୍ତଙ୍କ ଛତ୍ରଛାୟାରେ କେଉଁ କେଉଁ ରାଜନୈତିକ ନେତା ଥିଲେ ଓ ସେମାନଙ୍କର କି’ପ୍ରକାର ଫାଇଦା ଏମାନଙ୍କୁ ଦେଇଛନ୍ତି, ତା’ର ସତ୍ୟାସତ୍ୟ ଅନୁସନ୍ଧାନ ହେବା ଜରୁରୀ । ପୂର୍ବରୁ ଚିଟ୍ଫଣ୍ଡ୍ ମାମଲାରେ କମିଶନ୍ରେଟ୍ ପୋଲିସ୍ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଯଥେଷ୍ଟ ରିହାତି ପ୍ରଦାନ କରିଥିଲା । ଏହି କ୍ଷେତ୍ରରେ ତାହାର ପୁନରାବୃତ୍ତି ହେବାର ସମ୍ଭାବନା ଅଧିକ । ତେଣୁ ପୋଲିସ୍ର ତଦନ୍ତ ଉପରେ ଜନସାଧାରଣ ତୀକ୍ଷ୍ଣ ଆଖି ରଖିଛନ୍ତି ।
ଏହି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଆକଳନ କରିବାକୁ ପଡ଼ିବ । ଆଜି ଯାହାକୁ ଆମେ ଡନ୍, ମାଫିଆ, କଳାସାମ୍ରାଜ୍ୟର ଅଧିକାରୀ ବୋଲି ଚିଲ୍ଲେଇ •ଲିଛୁ, ସେହିମାନଙ୍କୁ ଦୁଇସପ୍ତାହ ଆଗରୁ ଆମେ ନାୟକ ଭାବରେ ଉପସ୍ଥାପନା କରୁଥିଲେ । ସୁଶୀଳ ଧଳସାମନ୍ତଙ୍କ ଆଗରେ ଓଡ଼ିଶାର ପ୍ରାୟ ସମସ୍ତ ଟିଭି ଚ୍ୟାନେଲ୍ର ବୁମ୍ ଲାଗିଥିଲା । ଯେତେବେଳେ ଅଦାଲତରେ ଜଣେ ପୀଡ଼ିତ ବାପା ନିଜ ପୁଅର ହତ୍ୟାକାଣ୍ଡ ପାଇଁ ସଂଘର୍ଷ କରୁଥିଲେ, ତାହା ଆମ ପାଇଁ ଆଦୌ ଖବର ନଥିଲା । ଅଦାଲତର ଯେଉଁ ରାୟ ଆଧାରରେ ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରିବାକୁ ପୋଲିସ୍ ବାଧ୍ୟ ହେଲା, ସେହି ମାମଲା ସଂପର୍କରେ ଧାଡ଼ିଏ ମଧ୍ୟ ଖବର କେଉଁଠି ବାହାରି ନଥିଲା । ଏଥିରୁ ଆମେ ସାମ୍ବାଦିକମାନେ ନ୍ୟାୟ ପ୍ରତି କେତେ ସମ୍ବେଦନଶୀଳ, ତାହା ବାରି ହୋଇପଡୁଛି । ପୋଲିସ୍ କିଛି ଗୋଟେ ଖୁଲାସା କଲା ପରେ ଯାଇ ଆମର ଜ୍ଞାନ ଉଦୟ ହେଉଛି । ତା’ ପୂର୍ବରୁ ଅପରାଧୀକୁ ଅପରାଧୀ ବୋଲି କହିବା ପାଇଁ ଆମ ଜିଭରେ ହାଡ଼ ନାହିଁ ।

debashis
ଧଳସାମନ୍ତ ପ୍ରସଙ୍ଗରେ ସମାଜର ସବୁ ଗୋଷ୍ଠୀ ଓ ବର୍ଗ ନିଜକୁ ଦୋଷୀ ଭାବରେ ପାଇବେ । ଅସାମାଜିକ ତତ୍ତ୍ୱକୁ ଏକଘରିକିଆ କରିବା ଓ ସେମାନଙ୍କୁ ସାମାଜିକ ସ୍ୱୀକୃତି ନଦେବା ଭଳି ସାହସ ଆମର ନାହିଁ । ରାଜନୀତିର କଦର୍ଯ୍ୟ ଚକ୍ରବୁ୍ୟହରେ ଅସାମାଜିକ ଅପରାଧୀମାନେ ନିଜକୁ ନାୟକ ଆସନରେ ଆସୀନ କଲାବେଳେ ଆମେ ସମସ୍ତେ ନିରବରେ ସମର୍ଥନ କରୁଛୁ । ଏହି ସମର୍ଥନର ପରିଣତି ସ୍ୱରୂପ ଅପରାଧୀଙ୍କ କଳା ସାମ୍ରାଜ୍ୟ ବଢି•ଲିଛି ଓ ନେତାମାନଙ୍କର କଳାରଙ୍ଗର ନିରୀହତା ଆମକୁ ସବୁବେଳେ ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ଅଭିପ୍ରେରିତ କରୁଛି ।

By Kedar Mishra

Kedar Mishra is the Editor of AMFNews.com.

Related Post