Thu. Mar 28th, 2024

ଦୂରଦର୍ଶନରେ ପ୍ରସାରଣ ହେବ ଆଇପିଏଲ ମ୍ୟାଚ

rout.subhashree22@gmail.com' By Subhashree Rout Apr 7, 2018 #Featured
240 Views

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଯେଉଁ ଖବର ଆଇପିଏଲ ପ୍ରେମୀଙ୍କ ମଧ୍ୟରେ ଭରିଦେବ ଖୁସିର ସମ୍ଭାର । ଆଇପିଏଲର ୧୧ତମ ସଂସ୍କରଣର ପ୍ରତିଟି ମ୍ୟାଚର ସିଧାପ୍ରସାରଣ ଏବେ ଦେଖିବାକୁ ମିଳିବ ଦୂରଦର୍ଶନରେ । ପ୍ରଥମ ଥର ପାଇଁ ଏଭଳି ପ୍ରସାରଣ କରିବାକୁ ଯାଉଛି ଦୂରଦର୍ଶନ । ଏଥିପାଇଁ ଷ୍ଟାର ସ୍ପୋର୍ଟ୍ସ ଜାତୀୟ ପ୍ରସାରଣ କର୍ତ୍ତା ଦୂରଦର୍ଶନ ସହ ଚୁକ୍ତି କରିଛନ୍ତି । ଯେଉଁ କ୍ରିକେଟ ପ୍ରେମୀ ଦେୟ ଯୁକ୍ତ ଚ୍ୟାନେଲ ପାଇଁ ଟଙ୍କା ଦେଇ ପାରୁ ନାହାନ୍ତି, ସେମାନେ ଏବେ ଦୂରଦର୍ଶନ ମାଧ୍ୟମରେ ଆଇପିଏଲ ୨୦୧୮ର ଭରପୁର ମଜା ନେଇ ପାରିବେ ।
ପ୍ରତି ରବିବାର ଆଇପିଏଲର ଗୋଟିଏ ମ୍ୟାଚ ଦୂରଦର୍ଶନରେ ପ୍ରସାରଣ କରାଯିବ । କିନ୍ତୁ ଆଇପିଏଲର ଏହି ମ୍ୟାଚର ପ୍ରସାରଣ ଏକ ଘଣ୍ଟା ବିଳମ୍ବରେ ହେବ । ଏହା ସହ ଆଇପିଏଲ ୨୦୧୮ର ଉଦଘାଟନୀ ସମାରୋହ ଏବଂ ଉଦଯାପନ ସମାରୋହର ପ୍ରସାରଣ ମଧ୍ୟ ଆପଣ ଦୂରଦର୍ଶନରେ ଦେଖିପାରିବେ । ଦୂରଦର୍ଶନରେ ଆଇପିଏଲ ମ୍ୟାଚ ଗୁଡିକର ପ୍ରସାରଣ ଲାଇଭ ନୁହେଁ ଡି-ଲାଇଭ ମାଧ୍ୟମରେ ଆପଣମାନେ ଏକ ଘଣ୍ଟା ବିଳମ୍ବରେ ଦେଖିପାରିବେ । ଆଇପିଏଲର ସମସ୍ତ ମ୍ୟାଚ ନୁହେଁ ବରଂ କେବଳ ବଛା ବଛା ମ୍ୟାଚର ପ୍ରସାରଣ ଦୂରଦର୍ଶନରେ କରାଯିବ ।
ଷ୍ଟାର ସ୍ପୋର୍ଟ୍ସ ସହିତ ଦୂରଦର୍ଶନର ଏହି ଅନୁବନ୍ଧ ବିଜ୍ଞାପନରେ ୫୦-୫୦ ପ୍ରତିଶତ ଭାଗିଦାରୀ ଆଧାରରେ କରାଯିବ ବୋଲି ପ୍ରସାର ଭାରତୀର ସିଇଓ ଶଶାଙ୍କ ଶେଖର କହିଛନ୍ତି। ଏହା ବ୍ୟତୀତ ଦୂରଦର୍ଶନର ଦର୍ଶକଙ୍କ ପାଇଁ ପ୍ରତିଦିନ ହାଇଲାଇଟ୍ସର ପ୍ୟାକେଜ ଦେବାକୁ ଷ୍ଟାର ସ୍ପୋର୍ଟ୍ସ ରାଜି ହୋଇଛି। କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଆଇପିଏଲର ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋର୍ଟ୍ସକୁ ଦେଇଥିଲେ।

Related Post