Fri. Mar 29th, 2024

ଦନ୍ତାର ଆତଙ୍କ,ବନ ବିଭାଗ ସୁରକ୍ଷା ଦେବାରେ ଫେଲ

133 Views

 କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜରେ ପୁଣି ମାତିଛିି ଦନ୍ତା । କିଛିଦିନ ନିରବତା ପରେ ଶନିବାର ବିଳମ୍ବିତ ରାତିରେ  କଙ୍କଡାହାଡ ବ୍ଳକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ତଣ୍ଡିମୁଣ୍ଡା ଗ୍ରାମରେ ପଶି ଚୈତନ୍ୟ ସିଂହ  ଙ୍କ ପୁଅ ଶ୍ରୀକାନ୍ତ  ସିଂହଙ୍କ  ୩ ବଖରା  ଘର ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି ।

ଶନିବାର ରାତିରେ ଶ୍ରୀକାନ୍ତ ପରିବାର ସହ ଶୋଇଥିବା ସମୟରେ ଦନ୍ତା  ପ୍ରଥମେ ତଣ୍ଡିମୁଣ୍ଡାର ବିଭିନ୍ନ ଅଞ୍ଚଳରେ ଉପଦ୍ର୍ରବ କରିବାପରେ ଶ୍ରୀକାନ୍ତ ସିଂହ ର ଘର ବାଡ ଭାଙ୍ଗି ଫସଲ ଖାଇବାକୁ ଚେଷ୍ଟା କରିଥିଲା ହେଲେ ବାଡିରେ କିଛି ନମିଳିବାରୁ ରାଗରେ ଘର ପଛପଟୁ ଭାଙ୍ଗି ପସିଥିଲା  । ଘରଭାଙ୍ଗିବାର ଶବ୍ଦ ଶୁଣି ଶ୍ରିକାନ୍ତ ଓ ତାର ପରିବାର ପ୍ର୍ରାଣ ବିକଳରେ ଘରୁ ବାହାରି ଦୌଡି ପଳାଇ ଯାଇଥିବାବେଳେ ହାତୀ ଘର ଭିତରେ ପଶି ୫ କ୍ୱିଣ୍ଟାଲ ଧାନ ଖାଇଯିବା ସହ ଘରେ ଥିବା  ସମସ୍ତ ଆସବାବ ପତ୍ର ଭାଙ୍ଗି ନଷ୍ଟ କରିଥିଲା  ।

ଗ୍ରାମ ଲୋକମାନେ ଶ୍ରୀକାନ୍ତର ପାଟି ଶୁଣି ଘଟଣା ସ୍ଥଳରେ ପହଞ୍ଚି ହୋ ହାଲ୍ଲା କରିବାରୁ  ଦନ୍ତା ଟି  ୧ ବସ୍ତା ଚାଉଳ ଧରି ପଳାଇଯାଇଥିଲା । ଗତ କିଛି ବର୍ଷ ହେବ ଏହି ଦନ୍ତା ହାତୀ ଟି ଗାଁ ଅଭିମୁଖେ ହୋଇ ଅନେକ ଧନ ଜୀବନ ନଷ୍ଟ କରିଥିଲେ ମଧ୍ୟ ବନବିଭାଗ ତାକୁ ରୋକିବା ରେ ସଫଳ ହୋଇ ପାରୁନାହିଁ ।

ଫସଲ ଅମଳ ସମୟରେ ହାତୀ ମାନଙ୍କର ଉପଦ୍ରବରେ ଚାଷିମାନଙ୍କର ମେରଦଣ୍ଡ ଭାଙ୍ଗି ପଡିଥିବା ବେଳେ ବନବିଭାଗ ର କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ଭଳି । ଏପର୍ଯ୍ୟନ୍ତ ବହୁ ଚାଷି ତାଙ୍କ କ୍ଷତିର ଭରଣା ପାଇନଥିବାର ଅଭିଯୋଗ ହେଉଛି ।ଏବେ ଫସଲ ଅମଳ ସରିଯାଇଥିବାରୁ ଦନ୍ତା ଟି ଖାଦ୍ୟ ଅନେଶ୍ୱଣରେ ଗାଁ ଅଭିମୁଖେ ଯାଇ ଘର ଭିତରେ ରଖିଥିବା ଧାନ ,ବିରି.ମୁଗ ଖାଇବାକୁ   ଘରଭାଙ୍ଗି ଦେଉଥିବାର ଅଭିଯୋଗ ହୋଇଛି ।

ଖବର ପାଇ ପୂର୍ବାଞ୍ଚଳ ରେଞର ସତ୍ୟ ନାରାୟନ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଉଦ୍ଧବ ବେହେରା  ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିଛନ୍ତି । ଏହି ଦନ୍ତାକୁ ଧରି ନନ୍ଦନକାନନ ରେ ଛାଡିବାକୁ ଅନେକ ଦିନରୁ ଦାବି କରାଯାଉଥିଲେ ମଧ୍ୟ ତାକୁ ଧରିବାରେ ବନବିଭାଗ ସମ୍ପୂଣ୍ଣ ବିଫଳ ହୋଇଛି । ଦେଖିବକୁ ବାକି ରହିଲା ବନ ବିଭାଗ  ହାତୀ ଧରିବାରେ କେବେ ସଫଳ ହେଉଛି ।

Related Post