Thu. Apr 25th, 2024

ଟ୍ରକ୍ ଧକ୍କାରେ ଯୁବକଙ୍କ ଅକାଳ ବିୟୋଗ: ଛେଣ୍ଡ କଲୋନୀରେ ଶୋକର ଛାୟା

rklsanchar@gmail.com' By J.N. Pradhan Jul 19, 2018 #Featured
205 Views

ରାଉରକେଲା, ୧୯/୭ : ଏକ ଟ୍ରକ୍ ଧକ୍କାରେ ଛେଣ୍ଡ କଲୋନୀର ଫେଜ୍-୧, ଏଲ୍-୧୨୦ରେ ରହୁଥିବା କିଶୋର ନାୟକ ଓରଫ୍ ବାବୁ (୪୨)ଙ୍କ ଅକାଳ ବିୟୋଗ ଘଟିଛି । ବାବୁଙ୍କ ଏହି ଅକାଳ ବିୟୋଗରେ ଛେଣ୍ଡ କଲୋନୀରେ ଶୋକର ଛାୟା ଖେଳି ଯାଇଛି ।  ସୂଚନା ଅନୁଯାୟୀ ଛେଣ୍ଡ କଲୋନ ଫେଜ-୧ର ଏଲ୍-୧୨୦ରେ ପରିବାର ସହ ରହନ୍ତି ଜୟୀରାମ ନାୟକ । ସେ ଭଦ୍ରକ ଜିଲାର ଧୁଷୁରୀ ଥାନା ଅନ୍ତର୍ଗତ ନଦୀ ଗାଁର ମୂଳ ବାସିନ୍ଦା ।

ଦୀର୍ଘଦିନ ଧରେ ସେ ରାଉରକେଲାରେ ରହିଆସୁଛନ୍ତି । ତାଙ୍କ ପୁଅ କିଶୋର ନାୟକ ଓରଫ୍ ବାବୁ । ସେ ହୋଟେଲ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଛନ୍ତି । ସେ ବିଭିନ୍ନ ବଡ ବଡ ହୋଟେଲରେ ମଧ୍ୟ କାମ କରିଛନ୍ତି । ରାଉରକେଲାରେ ମଧ୍ୟ ଏକ ହୋଟେଲ କାମ କରିଥିବା ଜଣାପଡିଛି । ତେବେ ବାବୁ କୌଣସି କାମରେ ପୈତୃକ ଗ୍ରାମକୁ ଯାଇଥିଲେ । ଆଜି ସେ ବାଇକ୍ ଯୋଗେ ରାଉରକେଲା ଫେରୁଥିଲେ ।

ରାଉରକେଲା ଫେରୁଥିବା ବେଳେ ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ଠାରେ ତାଙ୍କୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାବୁଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ବାବୁଙ୍କ ଅକାଳ ବିୟୋଗ ଘଟିଥିଲା । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ମର୍ଗରେ ରଖାଯାଇଛି । ବାବୁଙ୍କ ପରିବାର ଲୋକେ ବାବୁଙ୍କ ନିକଟରେ ପହଞ୍ôଚଛନ୍ତି । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ତେବେ ବାବୁଙ୍କ ବାଲ୍ୟଜୀବନ ରାଉରକେଲାରେ ବିତି ଥିବାରୁ ତାଙ୍କ ମର ଶରୀରକୁ ଛେଣ୍ଡକୁ ଆସନ୍ତାକାଲି ଅଣାଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ବାବୁ ବିଧବା ପତ୍ନୀ ଓ ଦୁଇ ଝିଅ ଅଛନ୍ତି ।

Related Post