Fri. Mar 29th, 2024

ଟିଟୋର ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କଲା କ୍ରାଇମବ୍ରାଂଚ

By amfnews Jul 18, 2018 #Featured
139 Views

ଭୁବନେଶ୍ୱର ,ଜୁଲାଇ ୧୮: ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟକୁ ସମ୍ୟକ ଭାବରେ ପତନ କରିବାକୁ କ୍ରାଇମବ୍ରାଂଚ ସଫଳ ହୋଇପାରିଥିବାବେଳେ ତଦନ୍ତ ବର୍ତମାନ ମଧ୍ୟ ଜାରି ରହିଛି ।ତେବେ ଟିଟୋର ଅର୍ଥନୈତିକ ଓ ଅପରାଧରେ ଜଡିତ ଥିବା ବିଭିନ୍ନ ସହଯୋଗୀଙ୍କୁ ଧରିବା ପାଇଁ କ୍ରାଇମବ୍ରାଂଚ ଏବେ ମଧ୍ୟ ତନାଘନା ଚଳାଇଛି ।

କିଛି ଦିନ ପୂର୍ବେ  ଟିଟୋର ୮ ଜଣ ସହଯୋଗୀଙ୍କୁ କ୍ରାଇମବ୍ରାଂଚ ଉଠାଇ ଆଣି ପଚରାଉଚୁରା ଜାରି ରଖିଥିବା ବେଳେ ବେଳେ ଆଜି ସେମାନଙ୍କ ମଧ୍ୟରୁ ୨ ସହଯୋଗୀ  ଗୋଲଡେନ ପପୁ ଓ ଅବଦୁଲ୍ଲାକୁ ଗିରଫ କରିଛି । ଅନ୍ୟ ୬ ଜଣଙ୍କୁ ପଚରାଉଚରା ଜାରି ରହିଥିବାବେଳେ  ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା କ୍ରାଇମବ୍ରାଂଚ ସୂଚନା ଦେଇଛି ।

ଟିଟୋ ସାମ୍ରାଜ୍ୟକୁ ସଂପୂର୍ଣ୍ଣ ଭାବରେ ଧରାଶାୟୀ କରିବାକୁ ଯୋଜନା କରିଥିବା କ୍ରାଇମବ୍ରାଂଚର ଏସଟିଏଫ ଏବେ ବି ବିଭିନ୍ନ ସ୍ଥାନରେ ଚମାଉ ଜାରି ରଖିଛି ।ଅଟକ ଥିବା ୮ ଜଣଙ୍କୁ କ୍ରାଇମବ୍ରାଂଚର ୧୦ ଟି ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ଧରିବାକୁ ସଫଳ ହୋଇଥିଲା ।

By amfnews

Related Post