Sat. Apr 20th, 2024

ଛୋଟପିଲାଙ୍କ ସଚେତନତା ବଡଙ୍କ ପାଇଁ ଉଚିତ ଶିକ୍ଷା ହେବ

manasranjanbiswal07@gmail.com' By Manas Ranjan Biswal Jun 16, 2018 #Featured
343 Views

ଯାଜପୁର,୧୬/୬(ସ୍ୱ.ପ୍ର): ଧ୍ୱଂସାଭିମୁଖୀ ପରିବେଶ କେବଳ ମାନବ ସମାଜ ନୁହେଁ ବରଂ ଜୀବ, ଉବ୍ଦିଦ ଜଗତ ପାଇଁ ସବୁଠାରୁ ବଡ ବିପଦ ହୋଇଛି । ଜଙ୍ଗଲ, ପାହାଡ, ପର୍ବତ ମଣିଷ ସୃଷ୍ଟି କରିନଥିଲା । ଭଗବାନଙ୍କ ଏହି ଅମୂଲ୍ୟ ସୃଷ୍ଟିକୁ ବୁଦ୍ଧିଆଜୀବ ମଣିଷ ସୁରକ୍ଷା କରିବା ପରିବର୍ତେ ଧ୍ୱଂସ କରି ଚାଲିଛି । ଏଭଳି ଅବସ୍ଥାରେ ଅବୁଝା ଏବଂ ସ୍ୱାର୍ଥପର ମଣିଷଙ୍କୁ କୁନି କୁନି ପିଲାମାନେ ପରିବେଶ, ଜଙ୍ଗଲ ଓ ପାହାଡର ସୁରକ୍ଷା ନେଇ ସଚେତନ କରାନ୍ତୁ । ଏହାଦ୍ୱାରା ବଡ ମାନଙ୍କ ବିବେକ ଓ ମଣିଷ ପଣିଆ ଜାଗ୍ରତ ହେବାର ସମ୍ବାବନା ରହିଛି ବୋଲି ମତ ପ୍ରକାଶ ପାଇଛି ।

ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଚଂଳ ଅନ୍ତର୍ଗତ ରାବଣାଠାରେ ଥିବା ଏକ୍ସପର୍ଟ କିତ୍ଜ ପ୍ଲେ ସ୍କୁଲ ପରିସରରେ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବହୁ ସଂଖ୍ୟାରେ ଚାରା ବଂଟନ କରାଯିବା ସହ ସଚେତନତା ସଭାରେ ଉପରୋକ୍ତ ମତ ପ୍ରକାଶ ପାଇଛି । ଏହି ଅବସରରେ ବିଦ୍ୟାଳୟ ତରଫରୁ ଏଭେରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତା ଦଳାଇ ଏବଂ ମାଟ୍ରିକ ପରୀକ୍ଷାରେ ଯାଜପୁର ଜିଲ୍ଲାରେ ୨ୟ ସ୍ଥାନ ଅଧିକାର କରିଥିବା ନିତ୍ୟସ୍ୱରୂପ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ସମିତିର ସଭାପତି ଅଶ୍ୱନୀ କୁମାର ଧଳ, ମନୋଜ କୁମାର ବେହେରା, ଓମପ୍ରକାଶ ମଲ୍ଲିକଙ୍କ ସମେତ ଶିକ୍ଷକମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Post