Sat. Apr 27th, 2024

ଛାତରୁ ପଡ଼ି ଶ୍ରମିକ ଗୁରୁତର

rklsanchar@gmail.com' By J.N. Pradhan Jul 19, 2018 #Featured
140 Views

ରାଉରକେଲା, ୧୯/୭  : ବ୍ରାହ୍ମଣୀତରଙ୍ଗ ଥାନା ଅର୍ନ୍ତଗତ ଚିକଟମାଟି ଅଞ୍ଚଳରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଛାତରୁ ପଡ଼ି ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ, ମାଣ୍ଡିଆକୁଦା ଅଞ୍ଚଳରେ ଗଙ୍ଗୁ ମୁଣ୍ଡା (୩୨) ପରିବାର ସହ ରହନ୍ତି । ସେ ରାଉରକେଲା ତଥା ଆଖାପାଖ ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଚିକଟମାଟି ଅଞ୍ଚଳରେ ଏକଛାତ ଢ଼ଳେଇ କାମ କରିବାକୁ ଗତକାଲି ଯାଇଥିଲେ ।

ଅପରାହ୍ନ ୩ଟାରେ ଛାତ ଉପରେ ଚଢ଼ି ଇଟା ଯୋଡାଇ କରୁଥିବାବେଳେ ହଠାତ ତାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ସେ ନିଜର ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଠିକାଦାର ଉଦ୍ଧାର କରି ଚିକିତ୍ସା ପାଇଁ ଆରଜିଏଚ୍ରେ ଭର୍ତ୍ତି କରିଥିଲେ । ମାତ୍ର ଉନ୍ନତ ସେବା ପାଇଁ ସେଠାରୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Related Post