Fri. Mar 29th, 2024

ଘନେଇ ଆସିଥିବା ପରାଜୟର ବାଦଲକୁ ଘଉଡାଇଲା ମାହୀଙ୍କ ଧୂଆଁଦାର ବ୍ୟାଟିଂ, ମିଳିଲା ବିଜୟ

rout.subhashree22@gmail.com' By Subhashree Rout Apr 26, 2018 #Featured
276 Views

ଗତ ବୁଧବାର ଏକ ରୋମାଞ୍ଚକର ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଞ୍ଚ ୱିକେଟ୍ ବିନିମୟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁକୁ ହରାଇଛି । ଚେନ୍ନାଇର ଏହି ବିଜୟର ହିରୋ ସାଜିଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ସେ ୩୪ଟି ବଲ୍ରେ ଅପରାଜିତ ରହି ୭୦ ରନ୍ କରିଥିଲେ । ବାଙ୍ଗାଲୁରୁ ଚେନ୍ନାଇ ସମ୍ମୁଖରେ ୨୦୬ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା । ଚେନ୍ନାଇ ୭୪ ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇ ସାରିଥିଲା । ପରାଜୟର ବାଦଲ ଚେନ୍ନାଇ ଉପରେ ଘନେଇବା ବେଳେ ମଇଦାନକୁ ଆସିଥିଲେ ମାହୀ । ଆରମ୍ଭରୁ ହିଁ ମାହୀଙ୍କ ଅନ୍ଦାଜ ସ୍ପଷ୍ଟ ବାରି ହୋଇପଡିଥିଲା କି ସେ ଜିତିବା ପାଇଁ ହିଁ ଆସିଛନ୍ତି । ରାୟଡୁ ମଧ୍ୟ ଚେନ୍ନାଇର ବିଜୟ ରାସ୍ତାକୁ ପରିଷ୍କାର କରିଥିଲେ, ସେ ୫୩ଟି ବଲ୍ରେ ୮୨ ରନ୍ କରିଥିଲେ । ମାତ୍ର ଉମେଶଙ୍କ ବଲ୍ରେ ରନ୍ ଆଉଟ୍ ହୋଇଥିଲେ । ଶେଷ ଓଭର୍ରେ ୧୬ ରନ୍ ଦରକାର ପଡିଥିବା ବେଳେ ବ୍ରାଭୋ ଅପରାଜିତ ରହି ଗୋଟିଏ ଚଉକା, ଗୋଟିଏ ଛକା ମାରି ଏକ ରନ୍ ନେଇ ଧୋନୀଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ । ଶେଷରେ ଧୋନି ନିଜ ଚିରାଚରିତ ଢ଼ଙ୍ଗରେ ସୁନ୍ଦର ଛକା ମାରି ଚେନ୍ନାଇକୁ ଜିତାଇଥିଲେ ।

Related Post