Sat. Apr 27th, 2024

ଏହି ସବୁ କଥା ଜାଣି କରନ୍ତୁ ବିବାହ

rout.subhashree22@gmail.com' By Subhashree Rout Apr 24, 2018 #fea #Featured
313 Views

ସମସ୍ତଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା ବିବାହ । ଏଥି ନିମନ୍ତେ ବିବାହ କରିବା ପୂର୍ବରୁ ଆମକୁ ବହୁ ଦିଗ ପ୍ରତି ଧ୍ୟାନ ଦେଇ ସେବୁକୁ ବୁଝିବାକୁ ହୋଇଥାଏ । ଏହା ସ୍ୱଭାବିକ କଥା କି ଆପଣ ଯାହାଙ୍କ ସହ ବିବାହ କରିବାର ନିଷ୍ପତ୍ତି ନେଇଥାନ୍ତି, ପୂର୍ବରୁ ତାଙ୍କ ବିଷୟରେ ସବୁକିଛି ଜାଣିଥାନ୍ତି । ମାତ୍ର ଏପରି କିଛି ପ୍ରଶ୍ନ ଅଛି ଯାହାର ଉତ୍ତର ବିବାହ ପୂର୍ବରୁ ଜାଣିନେବା ଖୁବ୍ ଜରୁରୀ । ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ଜାଣିନିଅନ୍ତୁ ଆପଣ ପରସ୍ପର ପାଇଁ କେତେ ଫିଟ୍ । ଆଉ ଆପଣ ଦୁଇଜଣ ପରସ୍ପର ପାଇଁ ନିଜକୁ କେତେ ବଦଳାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

୧- ପ୍ରଥମ କଥା ଟି ହେଲା ଆର୍ଥିକ ଅବସ୍ଥା କେତେ ସ୍ୱଚ୍ଛଳ ? ଆପଣଙ୍କ ଦରମା ଯେତେ ହେଉଥାଉ, ଆପଣ ଯେତେ ବି ସ୍ୱଚ୍ଛଳ ଜୀବନଶୈଳୀ ଅତିବାହିତ କରୁଥାନ୍ତୁ ନା କାହିଁକି ଏ ବିଷୟରେ ଖୋଲାଖୋଲି ଭାବେ ଉଭୟ କଥା ହେବା ଉଚିତ । ଭବିଷ୍ୟତକୁ ନେଇ ଆପଣଙ୍କର କିପରି ଇଛା ଅଛି, କେତେ ଖର୍ଚ୍ଚୀ ସହ କେତେ ସଂଚୟ ବାବଦରେ ଆପଣ ସଚେତନ ସେ ବିଷୟରେ ଆଲୋଚନା କରିବା ଦରକାର ।
୨- ଏହାପରେ ପରିବାର ବଢ଼ାଇବା ବିଷୟରେ କଥା ହେବା ଉଚିତ । ସନ୍ତାନ ଜନ୍ମ ପରେ ଜୀବନରେ ବହୁତ ପରିବର୍ତ୍ତନ ଆସିଥାଏ । ବିବାହ ପୂର୍ବରୁ ଏନେଇ ଯୋଜନା କରିନେବା ଦରକାର । ବହୁ ସମୟରେ ପରିବାର ଯୋଜନାକୁ ନେଇ ଉଭୟ ଦମ୍ପତ୍ତିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥାଏ । ତେଣୁ ଏହି ପ୍ରସଙ୍ଗରେ ପୂର୍ବରୁ କଥା ହୋଇଯିବା ଦରକାର ।
୩- ଯଦି ଆପଣଙ୍କ ପରିବାର ଚଳାଇବା ପାଇଁ ଉଭୟଙ୍କ ରୋଜଗାର କରିବା ଦରକାର ସେ ବିଷୟରେ କଥା ହୁଅନ୍ତୁ । ଯଦି ଉଭୟଙ୍କ ମଧ୍ୟରୁ ଜଣିଏ ରୋଜଗାର କରେ ତେବେ ପରିବାର ଖୁସିରେ ରହିବ ତ ? ଯଦି ଆପଣଙ୍କ ସାଥୀ ଗୃହିଣୀ କିମ୍ବା କର୍ମଜୀବୀ ମହିଳା ହେବାକୁ ଚାହୁଁଛନ୍ତି ତେବେ ତାଙ୍କ ନିଷ୍ପତ୍ତିକୁ ଆପଣ ସମ୍ମତି ପ୍ରଦାନ କରିବେ ତ ? ଏ ବାବଦରେ କଥା ହେବା ଦରକାର ।
୪- ବିବାହରେ ଦୁଇଟି ପରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପରିବାର ଲୋକ ହିଁ ବେଳେବେଳେ ଦମ୍ପତ୍ତିଙ୍କ ମତାନ୍ତରର କାରଣ ହୋଇଥାନ୍ତି । ଉଭୟ ପରିବାର ମଧ୍ୟରେ ଏକପ୍ରକାର ସନ୍ତୁଳନ ଆଣିପାରିବା କୌଣସି ଚାଲେଞ୍ଜ ଠାରୁ କମ୍ ନୁହେଁ । ଆପଣ ନିଜ ପରିବାରକୁ ନେଇ କେଉଁ କେଉଁ ଦିଗ ପ୍ରତି ବୁଝାମଣା କରିଛନ୍ତି, ଆପଣଙ୍କ ସାଥୀ ସେ ଦିଗରେ ବୁଝାମଣା କରିବେ କି ନାହିଁ ତାହା ଜାଣନ୍ତୁ ।

Related Post