Thu. Apr 25th, 2024

ଏତେ ବିକଳ କାହିଁକି ?

By amfnews Aug 4, 2018 #Featured
225 Views

ଭୁବନେଶ୍ୱର,୪/୮ : ଏହି ଦୃଶ୍ୟଟିକୁ ଦେଖନ୍ତୁ । ଗୁରୁପ୍ରୀୟା ସେତୁ ଉଦଘାଟନର ଦୃଶ୍ୟ ନୁହେଁତ ? ଏଠାରେ ଅନ୍ୟ ବିଧାୟକମାନେ ବି ଶୃଙ୍ଖଳିତ ଭାବେ ଠିଆ ହୋଇଛନ୍ତି । ହେଲେ ବ୍ଲାକରୋଜ ଖଳନାୟକ ନାମରେ ପ୍ରସିଦ୍ଧି ଅର୍ଜନ କରିଥିବା ଯାଜପୁର ବିଧାୟକ ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଭଙ୍ଗୀ ବଡ ବିଚିତ୍ର । ୟାଙ୍କ ବାପା ଅଶୋକ ଦାସ ଭଲରକମ ନବୀନବାବୁଙ୍କୁ ବିରୋଧ କରିଥିଲେ । ପୁଣି ପ୍ୟାରୀବାବୁଙ୍କ ମିଡ ନାଇଟ ଅପରେସନରେ ବି ବାବୁ ବେଶ ଭୂମିକା ନେଇଥିଲେ । ଟିକେ ଟିକେ କଥାରେ ସେତେବେଳର କ୍ଷମତାକେନ୍ଦ୍ର ତଥା ଅଙ୍କଲ ପ୍ୟାରୀ ମୋହନ ବାବୁ ବବିଙ୍କ ନାମ ନେଉଥିଲେ । ସତେ ଯେମିତି ଗୋଟାପଣି ପ୍ୟାରୀବାବୁଙ୍କ ପୁଅ କି ଆଉ । ପରିସ୍ଥିତି ବଦଳିବା ପରେ ଏବେ ବବିବାବୁ କୁଆଡେ କ୍ଷମତାକେନ୍ଦ୍ର ଥାର୍ଡଫ୍ଲୋରର ସେତିକି ନିଜର ହୋଇ ନିଜର ବ୍ୟାପକ ସ୍ୱାର୍ଥ ହାସଲ ସହ ଦଳକୁ ବିନାଶ ଅଭିମୁଖେ ନେବାରେ ସଫଳ ହେଲେଣି ବୋଲି ଗଳିକନ୍ଦିରେ ଆଲୋଚନା ହେଉଛି ।

ନବୀନବାବୁ କୁଆଡେ କାହାର ନୁହନ୍ତି । ଦେଖୁ ନାହାନ୍ତି ଯେମିତି ମନ୍ତ୍ରୀ ପଦରୁ ବବିବାବୁଙ୍କ ରାତାରାତି ବିଦା କରିଦେଲେ । ବବିବାବୁ କଣ, ଦେଶରେ ଏମିତି କିଏ ଅଛି ଯେ, ମନ୍ତ୍ରୀ ହେବାକୁ କାହାର ଇଛା ନାହିଁ । ତେଣୁ ନବୀନବାବୁ ଆଗକୁ ନିଜର ଗାଦୀ, ଓଡିଶାବାସୀଙ୍କ ବିଶ୍ୱାସ ଜିଣିବାକୁ ବିବିବାବୁଙ୍କ ସହ ଆଉ କିଛି ପାୱାରଫୁଲଙ୍କୁ ରାଜନୈତିକଙ୍କୁ ବଦ୍ଧ କରିବାକୁ ବାଧ୍ୟ ହେବେ ବୋଲି ରାଜନୈତିକ ବିଷାରଦମାନେ ଏବେଠୁ କଳ୍ପନା ଆରମ୍ବ କଲେଣି । ନହେଲେ ନବୀନବାବୁ ନିଜର ଇମେଜ ପାଇଁ ଆଉ କିଛି କରିବା ଭଳି ବାଟ ନାହିଁ ।

ଏଣେ ବ୍ଲାକରୋଜ ପ୍ରସଙ୍ଗରେ ସି.ବି.ଆଇ ପଞ୍ଜାରୁ ମୁକୁଳିବା ପାଇଁ ବବିବାବୁ ନିଜର ଅନ୍ୟଜଣେ ଅନୁଗତ ବିଧାୟକଙ୍କ ସହ ବି.ଜେ.ପି ମୁଖିଆଙ୍କ ଚୋରା ପିରତୀରେ ରହିଛନ୍ତି ବୋଲି ଚର୍ଚ୍ଚା ଜୋର ଧରୁଛି । ସେବାଟେ ସି.ବି.ଆଇ ସିନା ମ୍ୟାନେଜ ହେବ ହେଲେ ଏପାଖେ ଥାର୍ଡଫ୍ଲୋର ଓ ସଚ୍ଚିବାଳୟ ଆଗରେ ନଣ୍ଡଭଣ୍ଡ ନହେଲେ, ସାର ଡାକୁଛନ୍ତି………. ବହୁତ ବ୍ୟସ୍ତ ଅଛି, ବୋଲି ଅଧା ଗୋତାମ ଦେଇ ଘରୁ ଧଉଡି ଧଉଡି ନବାହାରିଲେ ଲୋକେ କେମିତି ଜାଣିବେ ଯେ ବାବୁବବିଙ୍କ ଉପରେ ନବୀନବାବୁ ପୁରା ଭରସା କରୁଛନ୍ତି । ୟୁଟ୍ୟୁବରେ ସର୍ଚ୍ଚ କରି ଗୁରୁପ୍ରୀୟା ସେତୁ ଉଦଘାଟନର ଦୃଶ୍ୟକୁ ଦେଖାଯାଉ

। ବବିବାବୁଙ୍କ କାର୍ଯ୍ୟଧାରା ସତେ ଯେମିତି କନେଷ୍ଟବଳ କି ଆଉ । ବବିବାବୁ ତାଙ୍କର ବାପା ରାଜ୍ୟର ବରିଷ୍ଠ ନେତା ଅଶୋକ ଦାସଙ୍କ ପରି ବ୍ୟକ୍ତିତ୍ୱର ଅଧିକାରୀ ନୁହନ୍ତି କିମ୍ବା ତାଙ୍କର କାଣିଚାଏ ନୁହନ୍ତି ଏକଥାଟି କହିବା ଆବଶ୍ୟକ ନାହିଁ । ଓଡିଶାର ଗୋଡି ମାଟି ଜାଣିଛି । ତା ବୋଲି କନେଷ୍ଟବଳ ପରି କାର୍ଯ୍ୟ କଲେ କଣ ସ୍ଥିତି ସୁଧୁରିବ । ଏ ଲୋକ ପରା ସବୁ ଦେଖୁଛନ୍ତି ଏବଂ ଜାଣୁଛନ୍ତି । ଲୋକମତକୁ ସମ୍ମାନ ଦେଉନଥିବା ଦଳ କି ହିନସ୍ଥା ହୁଏ ସେ କଥା କଣ ବିଭିନ୍ନ ଦିଗରୁ ଖବର ରଖି ଦୀର୍ଘବର୍ଷ କ୍ଷମତାରେ ଥିବା ବି.ଜେ.ଡିକୁ ଅଛପା କି? ବାକି ରହିଲା ଏ ଫଟୋର ଦୃଶ୍ୟ । ଏହାଦେଖି ଏବେ ଲୋକେ କହୁଛନ୍ତି ବି.ଜେ.ପି ସମ୍ପର୍କ, ବ୍ଲାକରୋଜ କଳଙ୍କକୁ ଲୁଚାଇବାକୁ ଓ ନବୀନବାବୁଙ୍କୁ ପ୍ରଭାବିତ କରିବାକୁ – ଏତେ ବିକଳ କାହିଁକି?

By amfnews

Related Post