Fri. Mar 29th, 2024

ଏଟିଏମରେ ଟଙ୍କା ସଙ୍କଟ ନେଇ ଆଜି ବିଜେଡିର ୨ ଘଂଟିଆ ପ୍ରତିବାଦ

By amfnews Apr 21, 2018 #Featured
206 Views

ଏଟିଏମରେ କ୍ୟାସ ସଂକଟ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏନେଇ ଆଜି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି । ଭୁବନେଶ୍ୱର ଆରବିଆଇ ସାମ୍ନାରେ ବିଜେଡି ଧାରଣା ଦେବ । ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୦ରୁ ଦିନ ୧୨ଟା ପଯ୍ୟନ୍ତ ୨ ଘଂଟିଆ ପ୍ରତିବାଦ କରାଯିବ । ଓଡିଶାରେ ମଧ୍ୟ ଏଟିଏମରେ ଟଙ୍କା ନଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ବିଜେଡି କହିଛି । ବିଜେଡି କହିଛି ବିମୁଦ୍ରାକରଣ ପରେ ଆଉ ଏକ ବୋଝ ଲୋକଙ୍କ ଉପରେ ଲଦି ଦିଆଯାଇଛି । ଗତ ୧୫ ଦିନ ହେବ ଏଟିଏମରୁ ଟଙ୍କା ବାହାରୁନି । ଫଳରେ ଦେଶରେ ଆର୍ଥିକ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ସେପଟେ ବିଜେଡି ବିରୋଧରେ ବିଜେପି କରିବ ଲଟ୍କା ଅଭିଯାନ । ସହରାଂଚଳରେ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗରେ ରାଜ୍ୟର ସବୁ ପୌରପାଳିକାରେ ଲଟକା ଜାରି ହେବ । ୧୧୩ ଏନଏସି ଓ ମୁନସିପାଲଟି ଏବଂ ୫ ମହାନଗର ନିଗମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲଟକା ଜାରି କରାଯିବ ବୋଲି କହିଛନ୍ତି ବିଜେପି ନେତା ସମୀର ମହାନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସମୀର ମହାନ୍ତି କହିଛନ୍ତି, ସହରବାସୀଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପୁରଣ କରିନଥିବାରୁ ଦଳ ଆନ୍ଦୋଳକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି ।

By amfnews

Related Post