Sat. Apr 27th, 2024

ଆର୍ଏସ୍ପି ଅଧିନସ୍ଥ ଖଣି, ଖାଦାନ ଶ୍ରମିକଙ୍କ ପିଏଫ୍ ଏବଂ ପେନସନ ଖାତା କୋଲକାତା ସ୍ଥାନାନ୍ତରକୁ ଆର୍ଏସ୍ଏସ୍ର ବିରୋଧ

rklsanchar@gmail.com' By J.N. Pradhan Aug 18, 2018 #Featured
138 Views

ରାଉରକେଲା, ୧୮ା୮ : ସେଲ୍ର ରାଉରକେଲା ଗ୍ରୁପ୍ ଅଫ୍ ମାଇନ୍ସର ଶ୍ରମିକ କର୍ମଚାରୀଙ୍କର ପ୍ରୋଭିଡେଣ୍ଡ ଫଣ୍ଡ ଏବଂ ପେନ୍ସନ ଆକାଉଣ୍ଟକୁ ରାଉରକେଲାରୁ କୋଲକାତାକୁ ସ୍ଥାନାନ୍ତରକୁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଏଥିପାଇଁ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ତାଙ୍କ ପତ୍ର ସଂଖ୍ୟା ଆର୍ଏସ୍ଏସ୍/୧୫୭/୧୦୧୮/୪୩ ଦ୍ୱାର ରିଜିଓନାଲ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର (ଆର୍ସି-୧) ରାଉରକେଲାଙ୍କ ନିକଟରେ ଦାବି ଜଣାଇଛନ୍ତି । ଦୀର୍ଘଦିନ ହେବ ଆର୍ଏସ୍ପିର ବିଭିନ୍ନ ଖଣିଖାଦାନ ଯଥା ବରସୁଆଁ, ଟେନ୍ସା, ତାଳଡିହି ଆଦିରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡକୁ ଆର୍ଏସ୍ପିର ପିଏଫ୍ ଟ୍ରଷ୍ଟ ଦ୍ୱାରା ପରିଚାଳନା କରାଯାଉଛି । ଏହାଦ୍ୱାରା ସ୍ଥାନୀୟ ସରଳ ଶ୍ରିକମାନେ ଅନେକ ସୁବିଧା ପାଉଛନ୍ତି ଓ ତାଙ୍କର କୌଣସି ସମସ୍ୟା ଉପୁଜିଲେ ରାଉରକେଲାକୁ ଆସି ସମାଧାନ କରିପାରୁଛନ୍ତି । ଯଦି କୋଲକାତାକୁ ଏହା ସ୍ଥାନାନ୍ତର କରାଯାଉଛି ତେବେ ଅନେକ ସାଧାରଣ ଶ୍ରମିକ କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେବେ ଓ ସାମାନ୍ୟ କିଛି କାମ ପାଇଁ କୋଲକାତା ଯାଇ ଅଯଥା ଖର୍ଚ୍ଚାନ୍ତ ହେବେ । ଆଜିର ବୈଠକରେ ଏହାକୁ ଦୃଢ ବିରୋଧ କରାଯାଇଛି । ପୂର୍ବଭଳି ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି କରାଯାଇଛି । ବୈଠକରେ ଅକ୍ଷୟ ଜେନା, ମହିପାଳ ବାଗ, ଗୌତମ ରାଉତ, ଚନ୍ଦ୍ରମଣି ନାୟକ, ଭଗବାନ ପ୍ରଧାନ, ନିହାର ସାମଲ, ହୃଷିକେଶ କୁଜୁର, ଗୋବିନ୍ଦ ଚନ୍ଦ୍ର ସିଂ ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Post