Fri. Mar 29th, 2024

ଆଉ କେତେ ମିଛ ବିକେଇବ ହେ !!

By Kedar Mishra Jun 10, 2016 #Featured
358 Views

କେଦାର ମିଶ୍ର

ଅ ।ଜି ପର୍ଯନ୍ତ ଏ ଦେଶର କୌଣସି ସରକାର ନିଜ କାର୍ଯ୍ୟର ହିସାବ ଦେବାକୁ ଅ ।ସିଥିଲେ କି – ନିଜ ଛାତିରେ ହାତ ଦେଇ ଏ ଦେଶର ପ୍ରଧାନ ସେବକ ଭାବରେ ମୁଁ ଇ ପ୍ରଥମ ଥର ଲାଗି ମୋ ସରକାରର ହିସାବ ଲୋକଙ୍କୁ ଦେବାକୁ ଅ ।ସିଛି. ବଡ ଉଦାତ୍ତ କଣ୍ଠରେ ଏମିତି ସଂଳାପ କହିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କର ବାଲେଶ୍ୱର ସଭାରେ । ଦେଶରେ ବିକାଶ ପର୍ବ ପାଳନ କରୁଥିବା ପ୍ରଧାନମନ୍ତ୍ରୀ ନିଜ ସଫଳତା କୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏମିତି କିଛି ତଥ୍ୟ ରଖୁଛନ୍ତି ଯାହାକି ତାଙ୍କ ପଦବୀ କୁ ଅନେକାଂଶରେ ହାଲୁକା କରିଦେଉଛି । ଓଡିଶାରେ ଭାଷଣ ଦେଲାବେଳେ ଓଡିଶାକୁ ଗରୀବ ଓ ପୂର୍ବ ଭାରତ ଉପରେ ର୍ନିଭରଶୀଳ ଏକ ରାଜ୍ୟ ଭାବରେ ଚିତ୍ରିତ କରିବାବେଳେ ପ୍ରଧାନମନ୍ତ୍ରୀ ନିଜେ ତଥ୍ୟର ସଠିକ ଅନୁଧ୍ୟାନ କରିବା ଉଚିତ ହୁଅନ୍ତା । ବିକାଶ ର ଉଦାହରଣ ଦେଲାବେଳେ ମୋଦୀ ସବୁବେଳେ ପୂର୍ବ ଭାରତକୁ ପଶ୍ଚିମ ଭାରତ ତୁଳନାରେ ପଛୁଅ । ବୋଲି କହି•ଲିଛନ୍ତି । ଅର୍ଥନୈତିକ ତଥ୍ୟ ଅନୁଯାୟୀ ଏହା ଅର୍ଦ୍ଧସତ୍ୟ । ପଶ୍ଚିମ ଭାରତ ର ଗୁଜରାଟ,ମହାରାଷ୍ଟ୍ର ଓ କର୍ନାଟକ କୁ ବିକାଶର ଅ ।ଦର୍ଶ ଭାବରେ ଉପସ୍ଥାପନ କଲାବେଳେ ଏମିତି କିଛି ଭୟଙ୍କର ତଥ୍ୟ ରହିଛି,ଯାହାକି ଏହି ସବୁ ରାଜ୍ୟର ବିକାଶକୁ ପାଣିଚିଅ । କରିଦେବ । ଦେଶର ଜିଡିପି କୁ ସର୍ବାଧିକ ଅବଦାନ ଦେଉଥିବା ମହାରାଷ୍ଟ୍ର ର ଲାତୁର,ମରାଠାୱାଡା ଓ ବିଦର୍ଭ ଅଞ୍ଚଳରେ ପିଇବା ଲାଗି ପାଣି ଟୋପାଏ ମିଳୁନାହିଁ । ଅଥଚ ପରିସଂଖ୍ୟାନ ଦୃଷ୍ଟିରୁ ଏହା ଦେଶର ଅନ୍ୟତମ ଅ ।ଗୁଅ । ରାଜ୍ୟ । ସେହିପରି ଗୁଜରାଟ୍ ର ରାଜଧାନୀରେ ପିଇବା ପାଣି ଲାଗି ମରାମରି •ଲିଛି. କେବଳ କୋତିପତିଙ୍କ ସଂଖ୍ୟା ବଢିଲେ ରାଜ୍ୟର ବିକାଶ ହୁଏ ନାହିଁ । କୋତିପତିଙ୍କ ସଂଖାକୁ ଓ ତାଙ୍କ ଅ ।ୟକୁ ଜଟିଳ ଗଣିତ ମାଧ୍ୟମରେ ଜିଡିପିର ଅଭିବୃଦ୍ଧି ବୋଲି ଦେଖେଇ ଦେବା ଅତି ସହଜ । ତେବେ ଅଭିବୃଦ୍ଧିର ବାସ୍ତବ ରୂପାୟନ କେମିତି ଘଟୁଛି ତାହା ଲୋକଂକ ଅନୁଭବ ଉପରେ ର୍ନିଭର କରେ । ଯେଉଁ ପରିସଂଖ୍ୟାନ ଓ ତଥ୍ୟ ପ୍ରଧାନମନ୍ତ୍ରୀ ବିକାଶ ପର୍ବରେ ଉପସ୍ଥାପନ କରୁଛନ୍ତି , ତାହା ଅର୍ଦ୍ଧସତ୍ୟ କେବଳ ନୁହଁ, ବିଭରାନ୍ତିକର ମଧ୍ୟ । ଦେଶର ସର୍ବୋଚ୍ଚ ପଦବୀରେ ଥାଇ ଏ ପ୍ରକାର ଅପତଥ୍ୟ ଏହା ଅ ।ଗରୁ କୌଣସି ପ୍ରଧାନମନ୍ତ୍ରୀ ଦେଇ ନଥିଲେ ।
ବିକାଶ ପର୍ବ ପାଳନ କରିବାର ସମୟକୁ ବି ମାନିବାକୁ ପଡିବ. ଯେତେବେଳେ ଦେଶର ଏକ ତୃତୀୟାଂଶ ଅଂଚଳ ପାଣି ଟୋପେ ଲାଗି ହାହାକାର କରୁଛନ୍ତି ଓ ଦେଶର ସବୁଠୁ ବିକଶିତ ଅଂଚଳରୁ ସାଧାରଣ ଲୋକେ ଦାଦନ ଗୃହାନ୍ତାରୀ ହେଉଛନ୍ତି , ସେତେବେଳେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଦେଶରେ ବିକାଶ ଉତ୍ସବର ବିଗୁଲ୍ ବଜାଉଛନ୍ତି. ପ୍ରାୟ ହଜାରେ କୋଟି ଟଙ୍କା ଖର୍ଚ୍ଚ କରି ଦେଶ ସାରା ପରିପ୍ର•ରର ଏକ ଅଦ୍ଭୁତ ବାତାବରଣ ସୃଷ୍ଟି କରାଯାଇଛି ।
ମୋଦୀ ସରକାର ନିଜ ଦ୍ୱିତୀୟ ବର୍ଷ ପୂରାଣିର ବିକାଶ ପର୍ବ ପାଳନ କରୁଥିବା ସମୟରେ ହଠାତ ଏକ ଚମକପ୍ରଦ ଖବର ଅ ।ସିଲା । ଦେଶର ଅର୍ଥନୀତି ମଧ୍ୟରେ ୭.୬% ହାରରେ ବୃଦ୍ଧି ପାଉଛି ଓ ଭାରତ ବର୍ତ୍ତମାନ ପୃଥିବୀର ସବୁଠୁ ଅ ।ଗୁଅ । ଅର୍ଥନୈତିକ ଶକ୍ତି ବୋଲ ଘୋଷଣା କରାଗଲା । ତେବେ ଏହି ତଥ୍ୟ ସହିତ ଅ ।ନୁଷଙ୍ଗିକ ତଥ୍ୟର ଏତେ ଅମେଳ ରହିଛି ଯେ ଏହାକୁ ବିଶ୍ୱାସ କରିବାକୁ ଦେଶର କୌଣସି ଅର୍ଥଶାସ୍ତ୍ରୀ ରାଜି ନୁହନ୍ତି । ଭାରତ ଯଦି ସବୁଠୁ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୈତିକ ଦେଶ, ତା’ହେଲେ ବିଶ୍ୱବ୍ୟାଙ୍କ ଭାରତକୁ ବିକାଶଶୀଳ ଦେଶରୁ ଅବିକଶିତ ସ୍ତରକୁ ଖସାଇ
ଅ ।ଣିଛି କାହିଁକି ? ଯେଉଁ ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ଅ ।ଧାରରେ ଦେଶର ଅଭିବୃଦ୍ଧି ଘଟୁଛି ବୋଲି କୁହାଯାଉଛି, ସେଥିରେ ଅନେକ ତ୍ରୁଟି ରହିଛି ଓ ଏହା କେବଳ ଭେଳିକି ବୋଲି ବହୁ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ମତ ଦେଇ ସାରିଛନ୍ତି ।
ଏହି ଦୁଇବର୍ଷ ଭିତରେ ନିଜ ସଫଳତାର ଜୟଗାନ କରିବାକୁ ଯାଇ ମୋଦି କିଛି ତଥ୍ୟ ଦେଇଛନ୍ତି । ମୋଦିଙ୍କର ତଥ୍ୟ ଓ ବାସ୍ତବତା ଭିତରେ ଅ ।କାଶ ପାତାଳ ପ୍ରଭଦେ । ସବ୍ସିଡ଼ିରେ ହେଉଥିବା ହେରଫେର୍କୁ ରୋକିବା ଫଳରେ ମୋଦି ସରକାର ୧୫୦୦୦ କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଏହି ୧୫୦୦୦ କୋଟି ଟଙ୍କା ବାସ୍ତବରେ କେବଳ ଅ ।କଳନ । ସବ୍ସିଡ଼ି ହେରଫେର୍ ରୋକିବାକୁ ଯାଇ ମାତ୍ର ୧୪୩ କୋଟି ଟଙ୍କା ମାତ୍ର ଦୁଇବର୍ଷ ଭିତରେ ରୋକାଯାଇ ପାରିଛି ବୋଲି ଅ ।ଇଏସଏସ୍ଡ଼ିର ଗବେଷକମାନେ କହିଛନ୍ତି । ଏହି ୧୫,୦୦୦ କୋଟି ଟଙ୍କା ଏକ ଅ ।ନୁମାନିକ ଅଙ୍କ । ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ୍ ତାଙ୍କର ସର୍ଭେରେ
୧୨,୭୦୦ କୋଟି ଟଙ୍କା ବଞ୍ଚାଯାଇ ପାରିବ ବୋଲି ଉଲ୍ଲେଖ କରିଥିଲେ । ତେବେ ବାସ୍ତବ କ୍ଷେତ୍ରରେ ଏହା ଘଟିନାହିଁ । ଏକ ଅନୁମାନକୁ ସଫଳତା ବୋଲି କହିବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ଅ ।ଦୌ ଶୋଭନୀୟ ଦିଶୁନାହିଁ ।
ଗତ ଦୁଇବର୍ଷ ଭିତରେ ଦୁଇକୋଟି ଗରିବ ପରିବାରକୁ ରନ୍ଧନ ଗ୍ୟାସ ଦିଅ ।ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମର୍ଥନମାନେ ଏ ଦେଶର ମା’ମାନେ କଂଗ୍ରେସର କୁଶାସନ ଯୋଗୁଁ ଚୁଲୀ ଫୁଙ୍କିବାକୁ ବାଧ୍ୟ ହେଉଥିଲେ ଓ ମୋଦି ରାତାରାତି ସେମାନଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି ବୋଲି କୁହାଯାଉଛି । ଏହା ସହିତ ୧. ୧୩ କୋଟି ଲୋକ ତାଙ୍କର ସବ୍ସିଡ଼ିରେ ପାଉଥିବା ରନ୍ଧନ ଗ୍ୟାସ୍ ଫେରାଇ ଦେଇଛନ୍ତି ବୋଲି କୁହାଯାଉଛି । ତେବେ ପେଟ୍ରୋଲିୟମ୍ ବିଭାଗର ନିଜସ୍ୱ ତଥ୍ୟ ଅନୁସାରେ ଗତ ବର୍ଷେ ଭିତରେ ମାତ୍ର ୬୦ଲକ୍ଷ ନୂଅ । ରନ୍ଧନ ଗ୍ୟାସ୍ ଯୋଗାଇ ଦିଅ ।ଯାଇଛି । ପ୍ରଧାନମନ୍ତ୍ରୀ ଏତେ ବଢେଇ ଚଢେଇ ନିଜ ସଫଳତା ବଖାଣ କଲାବେଳେ ବିଭାଗୀୟ ତଥ୍ୟର ବୋଧେ ଅନୁଧ୍ୟାନ କରୁନାହାନ୍ତି । ସେହିପରି ତାଙ୍କ ସରକାର ଅ ।ସିବା ପରେ ୧.୬୫ କୋଟି ଜାଲ୍ ରାସନ କାର୍ଡ ବ୍ୟାଜ୍ୟାପ୍ତ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ତେବେ ବାସ୍ତବ କଥା ହେଉଛି ୨୦୧୨-୧୪ ଭିତରେ ୟୁପିଏ ସରକାର ୧.୨ କୋଟି ଜାଲ୍ ରାସନ୍କାର୍ଡ ରଦ୍ଦ କରିଥିଲେ । ମେ ୨୦୧୪ରୁ ସରକାର ଯଦି ୧. ୧୪ କୋଟି ଜାଲ୍ କାର୍ଡ ରଦ୍ଦ କରିଛନ୍ତି, ତା’ହେଲେ ଏ ଦେଶରେ ବାସ୍ତବ ହିତାଧିକାରୀ ଅଛନ୍ତି ତ ! ନା ସବୁ ହିତାଧିକାରୀ ଏଠି ଜାଲ୍ ! ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ନିଜ ତଥ୍ୟ ସ୍ପଷ୍ଟ କରିବା ଉଚିତ୍ ।
ଏନ୍ଡିଏ ସରକାର ଗଠନ ହେବା ପରେ ପରେ ଜନଧନ ଯୋଜନାକୁ ନେଇ ବହୁ ପ୍ର•ର କରାଗଲା । ମହାତ୍ମା ଗାନ୍ଧି ଗ୍ରାମୀଣ ରୋଜଗାର ଯୋଜନା ଭଳି ଜନ ଧନ ଯୋଜନା ମୋଦି ସରକାରର ଭାଗ୍ୟକୁ ଚିରସ୍ଥାୟୀ କରିବ ବୋଲି କୁହାଗଲା । ସାଧାରଣ ଗରିବ ଲୋକଙ୍କ ବ୍ୟାଙ୍କ୍ ସୁବିଧା ପ୍ରଦାନ କରିବା ପାଇଁ ମାଗଣାରେ ସେମାନଙ୍କର ସଞ୍ଚୟ ଖାତା ବ୍ୟାଙ୍କ୍ରେ ଖୋଲାଗଲା । ମାତ୍ର ୧୦୦ ଦିନରେ ୨୦ କୋଟି ବ୍ୟାଙ୍କ୍ ଖାତା ଖୋଲାଯାଇଛି ବୋଲି ସରକାର ଦାବି କରୁଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ପାଦେ ଅ ।ଗକୁ ଯାଇ କହିଥିଲେ ଯେ ୧୦୦ ଦିନରେ ଅ ।ମେ ୨୦ରୁ ୨୨ କୋଟି ବ୍ୟାଙ୍କ୍ ଖାତା ଖୋଲି ସାରିଛୁ । ତେବେ ଅର୍ଥ ବିଭାଗର ପ୍ରୋଗ୍ରେସ୍ ରିପୋର୍ଟ କହୁଛି ଏହି ସମୟରେ ମାତ୍ର ୮.୭୬ କୋଟି ଟଙ୍କା ଖାତା ଖୋଲାଯାଇ ପାରିଛି । ସରକାର ଯାହା କହୁଛନ୍ତି, ତା’ର ଅଧା ବି ବାସ୍ତବରେ କାର୍ଯ୍ୟକାରୀ ହୋଇନାହିଁ ।
ପୁନଶ୍ଚ ଅ ।ର୍ଥିକ ଅଭିବୃଦ୍ଧି ହାରକୁ ନେଇ ସରକାରଙ୍କର ଯେଉଁ ଦାବି ରହିଛି, ସେଥିରେ ଅନେକ ପ୍ରଶ୍ନବାଚୀ ଦେଖିବାକୁ ମିଳୁଛି । ପୃଥିବୀର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଦେଶ ଭାବରେ ଅ ।ମଠୁ ଅ ।ଗରେ ମିଅାଁମାର୍, ଅ ।ଇଭର୍କୋଷ୍ଟ୍ ଓ ଭୁଟ୍ଟାନ ଭଳି ଛୋଟିଅ । ଦେଶ ରହିଛନ୍ତି । ସରକାରଙ୍କ ଅର୍ଥନୈତିକ ତଥ୍ୟକୁ ଖୋଦ୍ ରିଜର୍ଭ ବ୍ୟାଙ୍କ୍ର ଅଧ୍ୟକ୍ଷ ରଘୁରାମ ରାଜନ୍ ଅନେକ ସମୟରେ ପ୍ରଶ୍ନ କରି ସାରିଛନ୍ତି ।
ଅନ୍ତିମ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟଟି ହେଉଛି – ମୋଦି ସରକାର ଦୁର୍ନୀତିମୁକ୍ତ ଓ ଅ ।ଜି ପର୍ଯ୍ୟନ୍ତ ଏହି ସରକାର ବିରୋଧରେ କୌଣସି ଅଭିଯୋଗ ଅ ।ସିନାହିଁ । ଏକଥା କହିଲାବେଳେ ପ୍ରଧାନମନ୍ତ୍ରୀ ଭୁଲି ଯାଉଛନ୍ତି ଯେ ଦୁର୍ନୀତି ନିବାରଣ ପାଇଁ ଗଠନ କରାଯାଇଥିବା ଲୋକପାଳ ଅନୁଷ୍ଠାନକୁ ସେ ଗଠନ କରିନାହାନ୍ତି । ସୂଚନା ଅଧିକାର ଅ ।ଇନ୍ ଓ ଭିଜିଲାନ୍ସ କମିଶନର୍ଙ୍କୁ ମୋଦି ସରକାର ଏକପ୍ରକାର ଅଚଳ କରିଦେଇଛନ୍ତି । ବ୍ୟାପମ୍ ଦୁର୍ନୀତିରେ ୫୧ଜଣ ସାକ୍ଷୀ ପ୍ରାଣ ହରାଇସାରିଥିବା ପରେ ବି ଏହାର ତଦନ୍ତ ଠିକ୍ ବାଟରେ ଯାଉନାହିଁ । ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଅର୍ଥନୈତିକ ଅପରାଧୀଙ୍କୁ ଦେଶ ବାହାରେ ରହି ନିଜ ସାମ୍ରାଜ୍ୟ ବିସ୍ତାର କରିବାରେ ସରକାର ରୋକିପାରି ନାହାନ୍ତି । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୍ମାଧ୍ୟମରେ ଦେଶର ପ୍ରାୟ ୬୦ହଜାର କୋଟି କଳାଧନ ବିଦେଶକୁ •ଲିଯାଇଛି । କୃଷ୍ଣା-ଗୋଦାବରୀ ବେସିନ୍ ଦୁର୍ନୀତି, ଗୁଜୁରାଟ ଜମି ଅ ।ବଣ୍ଟନ ଦୁର୍ନୀତି, ମହାରାଷ୍ଟ୍ରର ଖଡ୍ସେ ଓ ପଙ୍କଜା ମୁଣ୍ଡେଙ୍କ ଦୁର୍ନୀତି ଇତ୍ୟାଦିକୁ ସରକାର ଅଣଦେଖା କରିଛନ୍ତି । ଯେଉଁମାନଙ୍କ ବିରୁଦ୍ଧରେ ସବୁଠୁ ଅଧିକ ଅଭିଯୋଗ କରି ମୋଦି ପ୍ରଧାନମନ୍ତ୍ରୀ ହେଲେ ସେମାନଙ୍କ ବିରୁଦ୍ଧରେ ଗତ ଦୁଇବର୍ଷ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ତେଣୁ ବିକାଶ ପର୍ବରେ କେବଳ ମିଛକୁ ବିକିବା ପାଇଁ ବିଜ୍ଞାପନ ଦେଉଥିବା ସରକାରଙ୍କୁ ଆ।ମର ପ୍ରଶ୍ନ ହେଉଛି – ଆଉ କେତେ ମିଛ ବିକେଇବ ହେ !!

By Kedar Mishra

Kedar Mishra is the Editor of AMFNews.com.

Related Post