Thu. Apr 25th, 2024

ଅପରାହ୍ନ ୨ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ପ୍ରବେଶ କରିବେ ୧୭ ଜଣିଆ ସ୍ୱତନ୍ତ୍ର ଦଳ

rout.subhashree22@gmail.com' By Subhashree Rout Apr 4, 2018 #Featured
184 Views

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ହୋଇ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଖୋଲାଯିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ଅଳଙ୍କାରର ଆକଳନ କରାଯିବନାହିଁ, କେବଳ ରତ୍ନଭଣ୍ଡାର ସ୍ଥିତି ଯାଂଚ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅପରାହ୍ନରେ ମନ୍ଦିରକୁ ଶୋଧ କରାଯାଇ ରତ୍ନଭଣ୍ଡାରକୁ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ । ପ୍ରବେଶର ଘଣ୍ଟାଏ ପୂର୍ବରୁ ସର୍ବସାଧାରଣ ଦର୍ଶନକୁ ବନ୍ଦ କରାଯିବ । ୧୭ ଜଣିଆ ସ୍ୱତନ୍ତ୍ର ଦଳ ମନ୍ଦିର ଭିତରକୁ ପ୍ରବେଶ କରିବାର ଅଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ସହ ପ୍ରତିଟି ଓଡିଆଙ୍କ ଭାବାବେଗ ଜଡିତ ଥିବାରୁ ଏହାର ଯାଂଚ ଓ ସୁରକ୍ଷା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରିଛି । ରତ୍ନଭଣ୍ଡାରକୁ ଯାଉଥିବା ସମସ୍ତ ଲୋକଙ୍କ ଯାଞ୍ଚକୁ କଡାକଡି କରିଛି ପ୍ରଶାସନ । ଲୋକକଥାରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗିଛନ୍ତି, ତେଣୁ ଆଜି ବାହାରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ । ଏହି ସମୟରେ ମନ୍ଦିର ବାହାରେ ୨ ପ୍ଲାଟୁନ ଓ ମନ୍ଦିର ଭିତରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।

Related Post