Fri. Apr 19th, 2024

ଅଟଳଜୀଙ୍କ ବିୟୋଗରେ ଷ୍ଟିଲ୍ ଟାଉନସିପ୍ (ପୂର୍ବ) ମଣ୍ଡଳର ଶ୍ରଦ୍ଧଞ୍ଜଳି

rklsanchar@gmail.com' By J.N. Pradhan Aug 18, 2018 #Featured
211 Views

ରାଉରକେଲା, ୧୮/୮: ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ପାଜପେୟୀଙ୍କ ବିୟୋଗରେ ବିଜେପି ଷ୍ଟିଲ୍ ଟାଉନସିପ୍ (ପୂର୍ବ) ମଣ୍ଡଳ ସଭାପତି ପରେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ସେକ୍ଟର-୨ ରିଙ୍ଗରୋଡ ଛକଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିଜେପିର ବରିଷ୍ଠ ନେତୃବୃନ୍ଦ, କର୍ମୀ, ବିଭିନ୍ନ ସଙ୍ଗଠନ, ସାଧାରଣ ଜନତା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜେପି ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରା, କଂଗ୍ରେସର ପୂର୍ବତନ ସଭାପତି ପି.ପି. ରାୟ, ବିଏମ୍ଏସ୍ ସାଧାରଣ ସମ୍ପାଦକ ହିମାଂଶୁ ବଳ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ବାଜପେୟୀଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ଦରବାରର ଭାରତର ଗାରିମାକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇ ପାରିଥିବା ବାଜପେୟୀଙ୍କ ତ୍ୟାଗ, ସାଧନା ଓ ରାଷ୍ଟ୍ରପ୍ରେମରର ପ୍ରତୀକ ଥିଲା । ତାଙ୍କର ସେହି ନୀତି, ଆଦର୍ଶକୁ ଅନୁସରଣ କଲେ ଭାରତ ପରମ ବୈଭବଶାଳୀ ରାଷ୍ଟ୍ର ଭାବେ ଉଭା ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁ ବଳ, ଜିଲା ଉପସଭାପତି ତପନ କୁମାର ସ୍ୱାଇଁ, ଜିଲା ସାଧାରଣ ସମ୍ପାଦକ ଦିଲୀପ ଦାଶ, ଜିଲା ସମ୍ପାଦକ ନାରାୟଣ ମହାନ୍ତି, ବିନ୍ଦର ସିଂ, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲା ଏସ୍ଟି ମୋର୍ଚ୍ଚା ସଭାପତି ବାଦୁଲି ମୁର୍ମୁ, ଜିଲା ଓବିସି ସଭାପତି ବସନ୍ତ ସାମଲ, କୋଏଲନଗର ମଣ୍ଡଳ ସଭାପତି ନିରୋଜ ଦାସ, ସସ୍ମିତା ପାଢୀ, ମନୋଜ ସେନାପତି, ଏସ୍.ଏନ୍. ଚୌଧୁରୀ, ଆଲୋକ ନାୟକ, ବଳରାମ ମିଶ୍ର, ସୁନୀତା ମୋହିନୀ, ୟୁ.ପି. ସିଂ, ପି.କେ. ରାଉତରାୟ, ଅଭିମନ୍ୟୁ ନାୟକ, ରେଣୁବାଳା ଚୌଧୁରୀ, ଜ୍ଞାନରଞ୍ଜନ ପାଣିଗ୍ରାହୀ, ଅନସୂୟା ଅଧିକାରୀ, ତାରାକାନ୍ତ ମହାପାତ୍ର, ବିଶ୍ୱଜିତ ସାମନ୍ତରାୟ, ସନ୍ଦୀପ ଅଗ୍ରୱାଲ, ବି.କେ. ଗୌନ୍ତିଆ, ବାବାଜୀ ସାହୁ, ଅଜୟ ଜେନା, ଏନ୍. ବଡାଇକ, ସନ୍ତୋଷ ନାୟକ, ଅଜିତ ଭଟ୍ଟାଚାର୍ଯ୍ୟ, ଟି. ନାୟକ, ମନୋଜ ଶତପଥୀ, ବିକାଶ ରାୟ, ଛାୟାକାନ୍ତ ମାଝି, ଚିନ୍ତା ନାୟକ, ଦାମ ତିର୍କୀ, ଅଭିମନ୍ୟୁ ନାୟକ, ବିଜୟ ସିଂ, ଭଗବାନ ବିଶ୍ୱାଳ, ରାଜକୁମାର ପଣ୍ଡା, କାଳିଆ ସୁନା, ବି.କେ. ଏକ୍କା, ଅଶୋକ ନାୟକ, ମଳୟ ରାଉତ, ଯୋଗେନ୍ଦ୍ର ବେହେରା, ସନ୍ତୋଷ ଶାହା, ଦିନେଶ ଭାର୍ଗବ, ସି.ଏସ୍. ମଲ୍ଲ, ଦିଲ୍ଲୀପ ବେହେରା, ମାନସ ମହାନ୍ତି, ଡି.ବେହେରା, ଅସୀତ ବାଗ, ସନ୍ତୋଷୀ ବାରା, ଅଶୋକ ଜେନା, ଦିଲ୍ଲୀପ ପରିଡା, ମାଳତୀ ପଣ୍ଡା, ଅଜୟ ରାଉତରାୟ, ନବକିଶୋର ନାୟକ, ପି.କେ. ପରିଡା, ଆର୍.କେ. ଦାସ, ଅନିରୁଦ୍ଧ ବେହେରା, ଦିଲ୍ଲୀପ ବର୍ମା, ଏ.ଟି. ଜେନାଙ୍କ ସମେତ ବହୁ କର୍ମୀ ଓ ଜନତା ଉପସ୍ଥିତ ରହି ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related Post