Fri. Apr 19th, 2024

ଅ।ର୍ସିର ଗପ ଓ ଗପର ଅ।ର୍ସି

By Kedar Mishra Jul 8, 2018 #Featured
954 Views

ଗୋଟେ ଗପ ଦେଖିଲେ କେମିତି ଲାଗିବ? ଗପ ନୁହଁ ତ କିଛି କଥା  । ଗୋଟେ ଅଦ୍ଭୁତ ଗପୁଡି ଝିଅ ଓ ଗୋଟେ ଅଚିହ୍ନା ପୁଅର କଥା  । ହଁ, ତା ଭିତରେ ଅଛି ଗୋଟେ ରାସ୍ତା, ଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡା ମାନଚିତ୍ର  । ଗୋଟେ ଗପକୁ ଦେଖିବା ଓ ସେ ଗପର ପ୍ରେମରେ ପଡିଯିବା, ଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ  । ପ୍ରାୟ ଦେଢ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ( ଗପ ଦେଖିଲି, ଶୁଣି ନାଇଁ) ସେ ଗପର ଲେଖକ କିଏ?  ବିଶ୍ୱାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡିଅ । ଜାଣିଥାନ୍ତେ ସେ ଗପଟିକୁ ଠିକ ଏମିତି ଇ ଲେଖିଥାନ୍ତେ  । କିମ୍ବା ବୋରହେସ, ନିର୍ମଳ ବର୍ମା କି ମଣ୍ଟୋ, ହୋଇପାରେ ଅ ।ମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର  । ନା ଏ ଗପ ଅକ୍ଷରରେ ଲେଖା ହୋଇନାହିଁ, ଲେଖା ହୋଇଛି ଦୃଶ୍ୟରେ ଛନ୍ଦ  । ଦୃଶ୍ୟ ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ ହେଉଛି  । ଝିଅ ଟି ଗପୁଛି, ପୁଅ ଟି ଶୁଣୁଛି  ।  ଦୁଇଟି ବୋଲି ଚରିତ୍ର  । ମଝିରେ ପାଞ୍ଚ ମିନିଟ ଲାଗି ଅ ।ଉ ଗୋଟେ ଚରିତ୍ର ଅ ।ସୁଛନ୍ତି ଓ ମିଳେଇ ଯାଉଛନ୍ତି  ।

 

ତେବେ ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି ରାସ୍ତା  । ରାସ୍ତାର କୋଳାହଳ, ଡ୍ରୋଜର, କ୍ରେନ, ରୋଲର, ଟ୍ରକ, ବସ୍, ଟ୍ରେନ ଇତ୍ୟାଦିର କାନଫଟା ଚିକ୍ରାର ଏ ଗପରେ ବହୁତ ବଡ ଜାଗା ମାଡି ବସିଛନ୍ତି  । କଥା ଅପେକ୍ଷା କୋଳାହଳ ବେଶୀ ଅର୍ଥପୂର୍ଣ୍ଣ ଲାଗୁଛି  । ତାରି ଭିତରେ ଅଛି ଗୋଟେ ଅଚିହ୍ନା ଚଡେଇର କାକଳୀ  । ଅଛି ମୋବାଇଲ ଗେମ୍ର ଟିକ ଟିକ ମୋନୋଟୋନି  । ଏ ଗପର ବଡ ଚରିତ୍ର ହେଉଛି ରାସ୍ତା  । ଗୋଟେ ଜାଗାରେ ସେ ଗପୁଡି ଝିଅ କହୁଛି-  ଏ ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି ଓ ଯେମିତି ଅନେକଙ୍କୁ ଗିଳି ପକାଉଛ  । ଏଇଟା ରାସ୍ତାର ଗପ  ।  ଯେମିତି କି ଏ ରାସ୍ତା ଇ ତିଅ ।ରି କରିଛି ଏହାର ସାମାଜିକ ଇତିହାସ  । ରାସ୍ତା ବାରମ୍ବାର ଜୀବନ ପରି ଲମ୍ବିଯାଉଛି ଗୋଟେ ଅଚିହ୍ନା ସହର ଅ ।ଡକୁଛ ରାସ୍ତା ଅ ।ମକୁ କହୁଛି ଗୋଟେ ଯାଯାବର ଜୀବନ କାହାଣୀ  ।

ଓଡିଅ । ଭାଷାରେ ଏମିତି ଗୋଟେ ଗପ ଅ ।ପଣ ହୁଏତ ଦେଖିନଥିବେ  । ସାହିତ୍ୟ ତୁଳନାରେ ଗୋଟେ ଦୃଶ୍ୟ ମାଧ୍ୟମ ଭାଷାର ପ୍ରୟୋଗକୁ କେତେ ଅଧିକ ଶକ୍ତିଶାଳୀ କରିପାରେ ତାର ଅନୁଭବ ଅ ।ମ ପାଖରେ ବହୁତ କମଛ ନିହାତି ଶସ୍ତା ଓ ଧାରକରା ସିନେମାର ପ୍ରଭାବହୀନ ପରମ୍ପରା ସହିତ ଅଭ୍ୟସ୍ତ ଓଡିଅ । ଦର୍ଶକ ଲାଗି ଏଇଟା ଗୋଟେ ଅଭିନବ ଅନୁଭବ  ।

ହେଲୋ ଅ ।ର୍ସି ବୋଲି ଗୋଟେ ସିନେମା ଦେଖି ସାରିଲା ପରେ ମୋତେ ଲାଗିଲା, ମୋ ଭାଷାର ସାମର୍ଥ୍ୟ କେତେ  । କେତେ ଦମଦାର ଓ ଓଜନଦାର ହୋଇପାରେ ଓଡିଅ । ଭାଷାର ପ୍ରାଣଶକ୍ତିଛ ଏଇ ସିନେମାରେ ଓଡିଅ । ଭାଷାର ସର୍ବାଧିକ ଶକ୍ତି ଓ ସୃଜନଶୀଳତା ଫୁଟିଉଠିଛି  । ଗୋଟେ ସିନେମା, ବହୁ ଦିନ ପରେ ମୋତେ ସ୍ଥିର ଓ ଅବାକ କରିଦେଲା  । ମୁଁ ସେ ରାସ୍ତାରେ ଏବେବି ଅଛି ଯେମିତି  । ମୁଁ ଏବେବି ଘାରି ହେଉଛି, ସେ ଅ ।ର୍ସି ବୋଲି ଝିଅଟା କିଏ? ସେ କଣ ରାଉରକେଲା- ରାଜଗାଙ୍ଗପୁର ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ ଝିଅ ନା ଶିଳ୍ପାୟନର ଦାନବ ପଂଝାରେ ନିଜର ଅସ୍ତିତ୍ୱ ହରାଇଥିବା ଗୋଟେ ଯାଯାବର ଅ ।ତ୍ମା  । ସେମିତି ସେ ହତାଶିଅ । ହସ ହସୁଥିବା ପୁଅଟି କିଏ? ସେ ବି କଣ ଅ ।ର୍ସିର ମାତ୍ର ଗୋଟିଏ ରାତିର ପ୍ରେମିକ କି ଗରାଖ? ନା ସେବି ଠିକଣା ହଜେଇଦେଇଥିବା ଗୋଟେ ଉଦବାସ୍ତୁ ଗାଁ ର ପ୍ରାଣ? ଅଦ୍ଭୁତ ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି ଥିବା ଏ ସିନେମାର କାହାଣୀ, ଅ ।ମ ସମୟର ଓଡିଅ । ଭାଷାକୁ ମେଞ୍ଚାଏ ଖୋଲା ପବନ ଦେଇଛି  । ଅ ।ପଣ କହିପାରନ୍ତି, ଏଇଟା ଅ ।ଧୁନିକ ଓଡିଅ । ଭାଷାର ଗରିମା  । ଏଇଟା ଇ ସମକାଳୀନ ଓଡିଅ । ଜୀବନର ପ୍ରତିଛବିଛ ଅ ।ମ ପିଲା ଏଇ ଭାଷା, ଏଇ ଜୀବନବୋଧ, ଏଇ ଯାଯାବର ଲକ୍ଷ୍ୟହୀନତା ଓ ଏଇ ପ୍ରକାର ସ୍ାଧୀନତା କୁ ନେଇ ବଞ୍ଚୁଛନ୍ତି  । ଦୁର୍ଭାଗ୍ୟକ୍ରମେ ଅ ।ମର କଳା ଓ ସାହିôୟ ଏ ପ୍ରକାର ଭାଷାକୁ ବୁଝିବାରେ ଏକ ପ୍ରକାର ଅସମର୍ଥ  ।

ଅ ।ର୍ସି ବୋଲି ଏ ଯେଉଁ କୋଡିଏ- ଏକୋଇଶ ବର୍ଷର ଝିଅ ଟି ନିଜ କଥା ଗପି ·ଲିଛି, ସେ ନିଜ ଜୀବନ ସଂଘର୍ଷର କଥା କହୁଛି  । ତା ସହିତ ସେ ନିଜ ସ୍ୱାଧୀନ ଜୀବନର ରାହା ବିଷୟରେ ମଧ୍ୟ ସଚେତନଛ ଠୋ ଠୋ କଥା, ବେପରୁଅ । ·ହାଣୀ, ନୈତିକତା ଓ ସାମାଜିକ ଅଙ୍କୁଶକୁ ଫୁଃ କରି ଉଡେଇଦେବାର ସାହସ ଓ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିବାର ଦୃଢତା ଅ ।ର୍ସିକୁ ଅଲଗା କରି ଗଢିଛି  ।  ସିନେମାରେ ସେ କେବଳ ନାୟିକା ନୁହଁ, ସେ ଅ ।ମ ସମୟ ଓ ସମାଜର ଗୋଟେ ଅନମନୀୟ ଅଂଶ ।  ଗତ ପଚିଶ -ତିରିଶ ବର୍ଷ ଭିତରେ କୌଣସି ଓଡିଅ । ସିନେମା ଏତେ ଗହନକୁ ଯାଇ ନିଜ ସମୟର କଥା କହିଥିବାର, ମୁଁ କାଇଁ ଦେଖିନି  ।

ଏ ସିନେମାରେ କୌଣସି ପ୍ରଶ୍ନର ଉତ୍ତର ନାଇଁ  । ପ୍ରଶ୍ନ ପରେ ପ୍ରଶ୍ନର ବୋଝ ଲଦି ଅ ।ପଣ ବି ପାଲଟି ଯାଇପାରନ୍ତି ଏ ରାସ୍ତାର ଗୋଟେ ଅସହାୟ ଚରିତ୍ର  । ଓଡିଅ । ସିନେମାରେ ବହୁ ଦିନ ପରେ କିଛି ଗୋଟେ ଅ ।ଚ୍ଛନ୍ନ କଲା  । ନିଜ ଭିତରର ଅ ।ତ୍ମାକୁ କିଛି ସମୟ ଲାଗି ଝୁଣିଝାଣି ଦେଇଗଲା ଅ ।ର୍ସି  ।  ସିନେମାରେ ଅ ।ଉ କଣ ଅଛି, କହିବା ଦରକାର ନାଇଁ  । ସିନେମାରେ ଗୋଟେ ପାଗଳ କଲାପରି ଗପ ଅଛ  । ପ୍ରବଳ ଉକ୍ରଣ୍ଠା ଅଛି  । ପ୍ରତ୍ୟେକ ସଂଳାପ ଭାଷା ଓ ଭାବକୁ ସାବଲୀଳ ଭାବରେ ଯୋଡିବାରେ ସଫଳ ହେଉଛନ୍ତି  । ଦୃଶ୍ୟ, ଶବ୍ଦ, ଭାଷା ଓ ଭାବ- ଏଇ ·ରୋଟି ଯାକ ବିଭବ ମିଶି ଗୋଟେ ଜମାଣିଅ ।ଁ ମୂର୍ଚ୍ଛନା ତିଅ ।ରି କରିଛନ୍ତି ଏ ସିନେମାରେ  ।

ପ୍ରାୟ ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରାର ଦୃଷ୍ଟି ଏକପ୍ରକାର ସ୍ଥିର  ।  ଯେମିତି କ୍ୟାମେରା ଗୋଟେ ଜାଗାରେ ଗପ ଦେଖିବାକୁ ଅଟକି ଯାଇଛି  । ଏ ସିନେମାରେ କ୍ୟାମେରାମେନ ବି ଗୋଟେ କବି  । ଧୂସର ଓ ବିବର୍ଣ୍ଣ ଉପତ୍ୟକାର କବି  । ଚିତ୍ର ଓ ଶବ୍ଦର ଏତେ ଚମକ୍ରାର ସଂଗମ, କେଉଁ ଓଡିଅ । ସିନେମାରେ ମୁଁ ଶେଷ ଥର ଲାଗି ଦେଖିଥିଲି, ମୋର ମନେନାହିଁ  । ଏ ସିନେମାର ପ୍ରଭାବ ନିଜ ରକ୍ତରେ ବହୁଦିନ ଧରି ଅନୁଭବ କରିବାକୁ ଜଣେ ସଂବେଦନଶୀଳ ଦର୍ଶକ ବାଧ୍ୟ ହେବ  । ଅଭିନୟରେ ମୁଁ ତ କେବେ କଳ୍ପନା କରିନଥିଲି, ପ୍ରକୃତି ମିଶ୍ର ଏମିତି କିଛିକରିପାରିବେ  । ସେମିତି ପାର୍ଥ, ନୂଅ । ଅଭିନେତା  । ହେଲେ ଅଭିନୟରେ ଗୋଟେ ଗାମ୍ଭୀର୍ଯ୍ୟ ଅଛି  ।  ମୁହଁରେ ହସ ଓ ବିଷାଦଭରା ଗୋଟେ ବିରଳ ମାନଚିତ୍ର ତିଅ ।ରି କରିଛନ୍ତି ପାର୍ଥ  । ଏଠି ଅଭିନୟର ଗୋଟେ ଅଲଗା ଇଲାକା ତିଅ ।ରି ହୋଇଛି  । ନାଟକ ନାଇଁ କି ସଂଳାପରେ ଅଯଥା ଉତ୍ତେଜନା ନାଇଁ  । କେବଳ ସଠିକ ଭାବରେ, ସଠିକ ସମୟରେ କଥା କହିପାରିବାର ଯାଦୁକରୀ ଇ ଏ ସିନେମାର ସବୁଠୁ ସାର୍ଥକ ଅଭିନୟ  । ତିନୋଟି ଯାକ ଚରିତ୍ର ଏତେ ସ୍ୱାଭାବିକ ଓ ସହଜ ଯେ, ସେମାନେ ଏଠି, ସେଠି, ସବୁଠି ଅ ।ମ ସହ କଥା ହୋଇପାରିବେ  ।

ଏତେ ସବୁ ଯାଦୁକରୀ ଦେଖେଇଥିବା ସେ ଅସଲ କଥାକାରଟି କାଇଁ? ଏତେ ସବୁକୁ ସାର୍ଥକ ଓ ସଫଳ ଭାବରେ ତୁଲାଇପାରିଥିବା ଏ ସିନେମାର ଅସଲ ନାୟକ କେଉଁଠି? ଅ ।ଃ, ସେ ବହୁ ଦୂର ଅ ।କାଶରେ ଏବେ ଗୋଟେ ଅସ୍ପଷ୍ଟ ତାରା  । ସେଇ ଅ ।କାଶରେ ଥାଇ ସେ ଅ ।ମକୁ ଅ ।ର୍ସିର ଗପ ଦେଖାଉଛନ୍ତି  । ହେଲୋ ଅ ।ର୍ସି ର ସଂଳାପକାର ଓ ନିର୍ଦ୍ଦେଶକ ସ୍ୱର୍ଗତ ସଂବିତ ମହାନ୍ତି, ହଜିଯାଇଥିବା ଗୋଟେ ଜିନିୟସ  ।  ଏତେ ଚମକ୍ରାର ସିନେମା ଗଢିଥିବା ଲୋକଟା ସିନେମା ସରିଲା ପରେ ଅ ।ଉ ଏ ପୃଥିବୀରେ ନାଇଁ  । ମରିବା ଅ ।ଗରୁ ଏଇଟା ସମ୍ବିତଙ୍କର ପ୍ରଥମ ଓ ଅନ୍ତିମ ସିନେମା  ।  କଳାର ଇତିହାସରେ ଅନେକ ବିସ୍ମୟ ତିଅ ।ରି ହୁଏ  । ଓଡିଅ । ଦୃଶ୍ୟକଳାର ଇତିହାସରେ ସଂବିତ ମହାନ୍ତି ସେମିତି ଏକ ବିସ୍ମୟ  ।

ମୁଁ ଯଦି ଏ ସିନେମାକୁ ଏତେ ଚମକ୍ରାର ଓ ସୁନ୍ଦର ବୋଲି କହୁଛି, ତାହେଲେ ଏହାକୁ ଦେଖିବାଲାଗି ସିନେମାହଲରେ ଭିଡ ହେବନାହିଁ କାହିଁକି? ଅ ।ମ ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ  । ଭଲ ସିନେମା ଓ ଲୋକପ୍ରିୟ ସିନେମା ଭିତରେ ସମୟକ୍ରମେ ଗୋଟେ ବଡ ଖାଇ ତିଅ ।ରି ହୋଇଯାଇଛି  । ଭଲ ସିନେମା ପୁରସ୍କାର ପାଇବ, ସମୀକ୍ଷକ ମାନଙ୍କର ଅ ।ଦର ପାଇବ, ହେଲେ ତାକୁ ଟିକେଟ କିଣି କେହି ଦେଖିବାକୁ ଯିବେନାହିଁ  । କାରଣ କଣ? ଅ ।ମ ସମୟରେ ·ଲୁ ଓ ଶସ୍ତା ନିଶାର ପ୍ରଭାବ ଅ ।ପେ ଅ ।ପେ ତିଅ ।ରି ହୋଇନାହିଁ  । କିଛି ବେପାରୀ ଜାଣିଶୁଣି ଶସ୍ତା ନିଶା ସହିତ ଅ ।ମ ସମାଜକୁ ଅଭ୍ୟସ୍ତ କରିଛନ୍ତି । ସେମାନଙ୍କ ଫାନ୍ଦ କାଟି ନୂଅ । କିଛି କରିବା ସହଜ ନୁହେଁ  । ସଂବିତ ମହାନ୍ତିଙ୍କ ପରି ସିନେମା ନିର୍ମାତାମାନେ ଗୋଟେ ପ୍ରକାର ବିକଳ୍ପ ତିଅ ।ରି କରନ୍ତି  । ·ଲୁ ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ ବିକଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ଅ ।ମେ ନେଇ ପାରିବା କି? ଗୋଟେ ଭଲ ସିନେମା ଲାଗି ସମଝଦାର ଦର୍ଶକ ହେବାର ସାମାଜିକ କର୍ତ୍ତବ୍ୟ ତୁଲାଇବାରେ ଅ ।ମେ ଟିକେ ଅ ।ଗୁସାର ହେବାକି? ଭଲ ସିନେମା ତିଅ ।ରି ହେବା ଯେତିକି ଜରୁରୀ, ଭଲ ସିନେମାକୁ ନିଜର କରିବାର ଅ ।ଗ୍ରହ ମଧ୍ୟ ସେତିକି ଅ ।ବଶ୍ୟକ  । ହେଲୋ ଅ ।ର୍ସି ଅ ।ମ ଅ ।ଗରେ ଗୋଟେ ଭଲ ବିକଳ୍ପ ଠିଅ । କରେଇଛି  । ତାକୁ ଭଲପାଇବା ଓ ତାକୁ ଅ ।ଗକୁ ବଢାଇବାର ଦାୟିତ୍ୱ ଅ ।ମର  ।

ଶେଷରେ ଏତିକି କହିବି, ସଂବିତ ମହାନ୍ତିଙ୍କ ହେଲୋ “ଅ ।ର୍ସି’ ଅ ।ମ ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ ହୋଇ ଠିଅ । ହୋଇଥିବ ଅ ।ଗାମୀ ବହୁତ ବହୁତ ବର୍ଷ ଧରି  ।  ହୁଏତ ସଂବିତ ମହାନ୍ତି ବଞ୍ଚିଥିଲେ, ତାଙ୍କଠୁ ଅ ।ଉ କିଛି ଭଲ ସିନେମା ଅ ।ମେ ଅ ।ଶା କରିଥାନ୍ତେ  ।  ହେଲେ ଏ ସିନେମା, ପୁଣିଥରେ ଭଲ ସିନେମାର ବାଟ ଫିଟାଇବାରେ ସହାୟକ ହେବ ବୋଲି ଅ ।ମେ ଅ ।ଶା କରିବା  ।

By Kedar Mishra

Kedar Mishra is the Editor of AMFNews.com.

Related Post